Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ରିପୋର୍ଟ- ରକ୍ତ ହୀନତାରେ ଓଡିଶାର ଶିଶୁ ଅଧିକ ଆକ୍ରାନ୍ତ

29/11/2019 at 9:16 PM

ନୂଆଦିଲ୍ଲୀ ୨୯।୧୧ – କୁପୋଷଣକୁ  ନେଇ ଭାରତ ସରକାରଙ୍କ ମହିଳା ଶିଶୁ ବିକାଶ ମନ୍ତ୍ରାଣାଳୟ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ରିଲିଜ୍ ହୋଇଛି ।  ସର୍ଭେରୁ  ଜଣା ପଡିଛି ରକ୍ତହୀନତାରେ ଓଡିଶା ଶିଶୁ ଅଧିକ ଆକ୍ରାନ୍ତ   ।  ପାଖାପାଖି ୧୮.୩ ପ୍ରତିଶତ ପିଲା ଓଡିଶାରେ ରକ୍ତହୀନତାର ଶୀକାର ହୋଇଛନ୍ତି  । ବୟସଅନୁସାରେ  ଓଡିଶାରେ  ୮ ପ୍ରତିଶତ  ପିଲାଙ୍କ ଉଚ୍ଚତା କମ ରହୁଛି  । 

ସର୍ବ ଭାରତୀୟ ସ୍ତରରେ ଏହା ୧୩.୨ପ୍ରତିଶତ  ରହିଛି। ସେହିପରି ଉଚ୍ଚତା ତୁଳନାରେ କମ ଓଜନ  ବର୍ଗରେ  ଓଡିଶାର ୧୩.୦୯ ପ୍ରତିଶତ ପିଲା  ରହିଛନ୍ତି  । ଯାହାକି   ସର୍ବ ଭାରତୀୟ ସ୍ତରରେ  ୧୭.୩ ପ୍ରତିଶତ ।  ସର୍ବ ଭରତୀୟ  ସ୍ତରରେ  କିଶୋର ବୟସର ପିଲା ମାନେ  ରକ୍ତହୀନତା ଦ୍ୱାର ୧୭.୫ ପ୍ରତିଶତ ଆକ୍ରାନ୍ତ ହୋଇଥିବା ବେଳେ ଓଡ଼ିଶାରେଏହି ସଂଖ୍ୟା ୧୮.୩ ପ୍ରତିଶତ ରହିଛି। ରକ୍ତହୀନତାରେ ଶିକାର କିଶୋରୀ ଙ୍କ ସଂଖ୍ୟା ଜାତୀୟ ସ୍ତରରେ ୩୯.୬ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏହା ୪୧.୦୫ରହିଛି। ଉଭୟ ବର୍ଗରେ ଏହା ଜାତୀୟ ସ୍ଥରରେ ଅଧିକ ।

  ୨୦୨୨ ସୁଦ୍ଧା ଦେଶରୁ କୁପୋଷଣ ଦୂର ନେଇ ଯେଉଁ  ଟାର୍ଗେଟ ରଖାଯାଇଛି  ଏଥିରେ  ଓଡିଶା ପଛରେ ରହିଯିବ ବୋଲି  ଏହି ଟିମ କହିଛନ୍ତି।  ପୂର୍ବରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷ ରୁ ପ୍ରତି ୫ବର୍ଷ ରେ ଏହି ଗବେଶଣା  ହେଉଥିଲା । ପ୍ରଥମ ଥର ପାଇଁ CNNS ଏହି ଗବେଷଣା ରେ ଅନେକ  ଗୁରୁତ୍ୱପୂର୍ଣ୍ଣ ତଥ୍ୟ  ବାହାର କରିଛି  ।

ଏନେଇ CNNS ସଂସ୍ଥା ର କାର୍ଯ୍ୟନିର୍ବାହୀ  ସୁଜିତ ରଞ୍ଜନ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ଏ ନେଇ ଏକ ପୂର୍ଵୋଦାୟ କୁପୋଷଣ ଯୋଜନା ଲାଗୁ କରାଯିବ ବୋଲି  ମନ୍ତ୍ରୀ କହିଥିବା CNNS ଟିମ ମେମ୍ବର ସୋନାଲି ପଟ୍ଟନାୟକ କହିଛନ୍ତି।   ସର୍ବ ଭାରତୀୟ ସ୍ତରରେ ୧୧ ଲକ୍ଷ ୨୦ ହଜାର ପିଲାଙ୍କୁ ନେଇ ଏହି ଗବେଷଣା ହୋଇଥିଲା। ଯେଉଁଥିରେ Unicef ଏବଂ population Council of india ର ସହାୟତା ମଧ୍ୟ ନିଆଯାଇଥିଲା ।

   Related Posts