Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଉତ୍ତର କୋରିଆରେ ଦୁର୍ଭିକ୍ଷ: ଛୋଟ କଫି ପ୍ୟାକେଟ୍‌ର ଦାମ ୭ ହଜାର, ୩୩୦୦ ଟଙ୍କାରେ କିଲେ କଦଳୀ, ଖାଦ୍ୟ ନପାଇ ଲୋକେ କଲବଲ୍

18/06/2021 at 9:56 PM

ପ୍ୟୋଙ୍ଗୟଙ୍ଗ ୧୮।୦୬: ଗୋଟିଏ ପଟେ ସମଗ୍ର ଦୁନିଆ କରୋନାରେ ସଂଘର୍ଷ କରୁଥିବା ବେଳେ ଅନ୍ୟଫଟେ ଭୋକର ଜ୍ଵଳାର ଛଟପଟ ଉତ୍ତର କୋରିଆ। ସ୍ଥିତି ଏମିତି ଶୋଚନୀୟ ହୋଇ ପଡିଛି ଯେ, ଲୋକଙ୍କୁ ଖାଇବାକୁ ମଧ୍ୟ ମିଳୁନି। ଗମ୍ଭୀର ଖାଦ୍ୟ ସଙ୍କଟ ଦେଇ ଗତି କରୁଛି ଅନ୍ତର୍ଜାତୀୟ ପ୍ରତିବନ୍ଧକର ଶିକାର ଏହି ଦେଶ। ଯେଉଁ ସାମଗ୍ରୀ ଛୁଇଁବ ତାର ଦାମ୍ ଆକାଶଛୁଆଁ ରହିଛି। ଯାହା ଜଣେ ସାଧାରଣ ଲୋକଙ୍କ ପାଇଁ କିଣିବା ମୁସ୍କିଲ।

ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ ସ୍ଵୀକାର କରିଛନ୍ତି ଯେ, ତାଙ୍କ ଦେଶ ସଂପ୍ରତି ଗମ୍ଭୀର ଖାଦ୍ୟ ସଙ୍କଟ ଦେଇ ଗତି କରୁଛି। ନିକଟରେ ଏକ ବୈଠକରେ କିମ ମାନିଛନ୍ତି ଯେ, ଦେଶର ସ୍ଥିତି ବର୍ତ୍ତମାନ ବହୁତ ଶୋଚନୀୟ ରହିଛି। ଖାଦ୍ୟାଭାବ କାରଣରୁ ଉତ୍ତର କୋରିଆରେ ମହଙ୍ଗା ଶିଖରରେ ପହଞ୍ଚିଛି। ଦରଦାମ ଏତେ ବଢି ଯାଇଛି ଯେ, ସାଧାରଣ ଲୋକଙ୍କ ପାଇଁ ଓଳିଏ ଖାଦ୍ୟ ଯୋଗାଡ କରିବା ମୁସ୍କିଲ ହୋଇ ପଡିଛି ।

ରାଜଧାନୀ ପ୍ୟୋଙ୍ଗୟଙ୍ଗରେ ବ୍ଲାକ ଟିର ଏକ ଛୋଟ ପ୍ୟାକେଜ୍‌ର ମୂଲ୍ୟ ୭୦ ଡଲାର(ପ୍ରାୟ ୫,୧୬୭  ଟଙ୍କା) ଗୋଟିଏ କଫି ପ୍ୟାକେଟ୍‌ର ମୂଲ୍ୟ ୧୦୦ ଡଲାର (୭,୩୮୧ ଟଙ୍କା), ଏକ କିଲୋଗ୍ରାମ କଦଳୀର ମୂଲ୍ୟ ୪୫ ଡଲାର (୩୩୦୦) ଟଙ୍କା ରହିଛି।  

ଉତ୍ତର କୋରିଆରେ ଫସଲ ଅମଳ କେମିତି ବୃଦ୍ଧି ପାଇବ ସେ ନେଇ ଚାଷୀଙ୍କୁ ଜମିର ଉର୍ବର ପାଇଁ  ପ୍ରତି ଦିନ ୨ ଲିଟର ୟୁରିୟା ଦେବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଏମିତି ସଙ୍କଟଜନକ ସମୟରେ ମଧ୍ୟ କିମ ଦେଶର ସୀମା ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି।  ଜନତାଙ୍କ ଏବେ ପେଟ ଭରିବା ପାଇଁ ଅନ୍ୟ ଦେଶର ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି। ବିଶେଷ କରି ଚୀନରୁ ଉତ୍ତର କୋରିଆକୁ ରପ୍ତାନୀ ଅଧିକ ହୋଇଥାଏ। କିନ୍ତୁ ପରମାଣୁ କାର୍ଯ୍ୟକ୍ରମ କାରଣରୁ ଉତ୍ତର କୋରିଆ ଉପରେ ଅନ୍ତର୍ଜାତୀୟ ପ୍ରତିବନ୍ଧକ ଲାଗିଛି। ଏହି କାରଣରୁ ଉତ୍ତର କୋରିଆର ଦିନକୁ ଦିନ ଆହୁରି ବିଗିଡିବାରେ ଲାଗିଛି।

   Related Posts