ସରକାରୀ କର୍ମଚାରୀଙ୍କୁ ନୂଆ ବର୍ଷ ଉପହାର ଦେଇପାରନ୍ତି ମୋଦି ସରକାର, ଜାଣନ୍ତୁ କେତେଟଙ୍କା ବଢିବ ଦରମା

Published By : Prameya-News7 Bureau | December 30, 2019 IST

ନୂଆଦିଲ୍ଲୀ ୩୦।୧୨: ନୂଆବର୍ଷ ୨୦୨୦ ଅବସରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଖୁସି ୨ ଗୁଣା ହୋଇପାରେ। କାରଣ ମୋଦି ସରକାର କେନ୍ଦ୍ର ସରକାର କର୍ମଚାରୀଙ୍କୁ ବହୁତ ବଡ ଉପହାର ଦେବାକୁ ଯାଉଛନ୍ତି। ଏଥିରେ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିୟରନେସ୍ ଆଲାଉନ୍ସ) ବୃଦ୍ଧି ଘୋଷଣା କରିପାରନ୍ତି। ଏହି ବୃଦ୍ଧି ହେଲେ କେନ୍ଦ୍ର ସରକାରୀ ଦପ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମାସିକ ବେତନରେ  ଅନୁନ୍ୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି।

ସରକାରଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଦେଶର ୫୦ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ସମେତ ୬୨ଲକ୍ଷରୁ ଅଧିକ ପେନସନ୍‌ଭୋଗୀ ଉପକୃତ ହେବେ। ଏଥର ସରକାର ମହଙ୍ଗାଭତ୍ତା ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି। ଏହି ଭତ୍ତା ଲାଗୁହେଲେ ସରକାରୀ କର୍ମଚାରୀଙ୍କ ଦରମାରେ ସର୍ବ ନିମ୍ନ ୭୨୦ ଟଙ୍କାରୁସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ।ଏବେ କର୍ମଚାରୀମାନେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ଆଉ ୪ ପ୍ରତିଶତ ବୃଦ୍ଧି ହେଲେ ସେମାନଙ୍କ ବର୍ଦ୍ଧିତ ଭତ୍ତା ପରିମାଣ ୨୧ ପ୍ରତିଶତରେ ପହଞ୍ଚିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.