Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ମିଆଁମାରକୁ କରୋନା ଟିକା କୋଭିସିଲ୍ଡ ଦେବ ଭାରତ, ସୁ-କ୍ୟୁଇଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଲା ନୂଆଦିଲ୍ଲୀ

7/01/2021 at 7:17 PM

ନୂଆଦିଲ୍ଲୀ ୦୭/୦୧ : ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଏକ ବଡ ଘୋଷଣା କରିଛନ୍ତି ମିଆଁମାର ରାଜ୍ୟ କାଉନସିଲର । ପଡୋଶୀ ଦେଶ ଭାରତ ଠାରୁ କୋଭିଡ୍ ଭ୍ୟାକସିନ ନେବାକୁ ଏକ ଚୁକ୍ତି ସ୍ବାକ୍ଷର ହୋଇଥିବା କହିଛନ୍ତି ମିଆଁମାର ଷ୍ଟେଟ୍ କାଉନସିଲର ଅଙ୍ଗ୍-ସାନ୍-ସୁ-କ୍ୟୁଇ । ଭାରତ ଠାରୁ ଭ୍ୟାକସିନ ନେଇ ଦେଶବାସୀଙ୍କୁ ଦିଆଯିବ ବୋଲି ସେ କହିଛନ୍ତି । ନୂଆବର୍ଷରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଏହି ଘୋଷଣା କରିଛନ୍ତି ସୁ-କ୍ୟୁଇ ।

ଭାରତ ଠାରୁ ପ୍ରଥମ ପର୍ଯ୍ୟାୟ ଭ୍ୟାକସିନ୍ କିଣିବା ପାଇଁ ଚୁକ୍ତି ଶେଷ ହୋଇସାରିଛି । ତେବେ ଭାରତରେ ଟିକାକରଣ ଆରମ୍ଭ ହେବା ପରେ ଖୁବ ଶୀଘ୍ର ମିଆଁମାର ଆଣିବା ପାଇଁ ବ୍ୟବସ୍ଥା କରାଯିବ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଗତ ବର୍ଷ ଭାରତର ବୈଦେଶିକ ସଚିବ  ହର୍ଷ ସ୍ରିଙ୍ଗଲା ଏବଂ ସେନା ମୁଖ୍ୟ ଏମ ଏମ ନରଓ୍ବଣେ ମିଳିତ ଭାବେ ମିଆଁମାର ଗସ୍ତ କରିଥିଲେ । ଉକ୍ତ ଗସ୍ତ ବେଳେ ଉଭୟ ପକ୍ଷ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା । ଦୁଇ ଦେଶରେ ମଧ୍ୟରେ ସୁସମ୍ପର୍କ ବଜାୟ ରଖିବା ସହ ସହଯୋଗରେ ଭାଗୀଦାରି ହେବାକୁ ଆଲୋଚନା ହୋଇଥିଲା । ଏହି ଗସ୍ତ ବେଳେ ମିଆଁମାରକୁ ଭାରତ ପକ୍ଷରୁ ପ୍ରାଥମିକ ଭାବେ କୋଭିଡ୍ ଭ୍ୟାକସିନ ଯୋଗାଇ ଦେବାକୁ ପ୍ରତିଶୃତି ଦିଆଯାଇଥିଲା ।

ଗସ୍ତ ସମୟରେ ପ୍ରାଥମିକ ଭିତ୍ତିରେ ମିଆଁମାରକୁ ୩୦୦୦ ବାକ୍ସ ରେମଡେସିଭିର ପ୍ରଦାନ କରିଥିଲେ ହର୍ଷ ସ୍ରିଙ୍ଗଲା । ପ୍ରତିଶୃତି ପାଳନ କରିବା ପୂର୍ବକ କରୋନା ସମୟରେ ଭାରତ ପକ୍ଷରୁ ମିଆଁମାରକୁ ସହଯୋଗ କରାଯାଇଛି । ଗତ ସପ୍ତାହରେ ମିଆଁମାର ପକ୍ଷରୁ ମଧ୍ୟ କୋଭିସିଲ୍ଡ ଭ୍ୟାକସିନ୍‌ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ ସହ ଏକ ଏମଓୟୁ ସ୍ବାକ୍ଷର ହୋଇଛି । ଆସନ୍ତା ଫେବୃୟାରୀରୁ ଦେଶରେ ଟିକାକରଣ ଆରମ୍ଭ ହେବ ଏବଂ ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ଏବଂ କରୋନା ଯୋଦ୍ଧାମାନଙ୍କୁ ଭ୍ୟାକସିନ ଦିଆଯିବ ବୋଲି ମିଆଁମାର ସରକାର ଘୋଷଣା କରିଛନ୍ତି ।

   Related Posts