ଲକ୍‌ଡାଉନ୍‌ ୨.୦ରେ ଡ୍ରାଇଭିଂ କଟକଣା: ଦୁଇ ଚକିଆରେ ଜଣେ, କାରରେ ଡ୍ରାଇଭରକୁ ଛାଡି ଜଣେ

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ ୧୫।୦୪: କରୋନା ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୧ ଦିନିଆ ଲକ୍‌ଡାଉନ୍‌କୁ ବଢାଇ ମେ ୩ ପର୍ଯ୍ୟନ୍ତ କରିଛନ୍ତି। ଏ ସଂକ୍ରାନ୍ତରୀୟ ଗାଇଡ୍‌ଲାଇନ୍‌ ଆଜି ସରକାରଙ୍କୁ ପକ୍ଷରୁ ପ୍ରକାଶ ପାଇଛି। ଲକ୍‌ଡାଉନ୍‌ ସମୟରେ କେଉଁ ସେବା ଜାରି ରହିବ, କଣ ଖୋଲା ରହିବ ଏବଂ ବନ୍ଦ ରହିବ ତାକୁ ନେଇ ସବିଶେଷ ତଥ୍ୟ ଗାଇଡ୍‌ ଲାଇନ୍‌ରେ ଦିଆଯାଇଛି।

ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାନାମା ଅନୁଯାୟୀ, ଏହି ସମୟରେ ଯେଉଁ ଲୋକଙ୍କୁ ଜରୁରୀକାଳୀନ ପାଇଁ ବ୍ୟକ୍ତିଗତ ଗାଡିରେ ଯାତାୟାତ କରିବାକୁ ଅନୁମତି ଦିଆଯାଇଛି, କେବଳ ସେହି ଗାଡିରେ ଜଣେ ହିଁ ଯିବା ଆସିବା କରି ପାରିବେ। ଯଦି ଚାରି ଚକିଆ ଯାନ ହୋଇଥିବ ତେବେ କେବଳ ଡ୍ରାଇଭର ସହିତ ଅନ୍ୟ ଜଣେ ବସି ପାରିବେ, ସେ ପୁଣି ପଛ ସିଟରେ।

ଚିକିତ୍ସା ଓ ପଶୁ ଚିକିତ୍ସା ସହିତ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ବ୍ୟକ୍ତିଗତ ବାହାନ ଓ ଆବଶ୍ୟକ ବସ୍ତୁର କ୍ରୟ ପାଇଁ ଲକ୍‌ଡାଉନ୍‌ ସମୟରେ ଗମନାଗମନ ପାଇଁ ଅନୁମତି ମିଳିବ। ଚାରି ଚକିଆ ଯାନ କ୍ଷେତ୍ରରେ ଗାଡିରେ ଚାଲକଙ୍କ ବ୍ୟତୀତ ପଛ ସିଟରେ ଜଣଙ୍କୁ  ହିଁ ବସିବାକୁ ଅନୁମତି ଦିଆଯିବ। ମାତ୍ର ଦୁଇ ଚକିଆ ଯାନରେ କେବଳ ଚାଳକଙ୍କୁ  ହିଁ ଅନୁମତି ଦିଆଯିବ। ଗୃହ ମନ୍ତ୍ରଣାଳୟ ବୁଧବାର ଜାରି ନିଜର ବିଜ୍ଞପ୍ତିରେ ଏହା ଉଲ୍ଲେଖ କରିଛନ୍ତି।

ଗୃହ ମନ୍ତ୍ରଣାର ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ସ୍ଥାନୀୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, କୋହଳ ଅନୁସାରେ ସମସ୍ତ କର୍ମଚାରୀ କାର୍ଯ୍ୟାଳୟ ଯାଇ କାମ କରି ପାରିବେ। ଗୃହ ମନ୍ତ୍ରଣାଳୟ କରୋନା ଭାଇରସ୍‌ ଲକ୍‌ଡାଉନ୍‌ ସମୟରେ କାର୍ଯ୍ୟସ୍ଥଳ ନିୟମ ଉପରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦେଶନାମା ଅନୁଯାୟୀ, କାର୍ଯ୍ୟାଳୟ ପରିସରରେ ତାମପାନ ଯାଞ୍ଚ, ନିୟମିତ ସଫେଇ, ସୁବିଧାଜନକ ସ୍ଥାନରେ ସାନିଟାଇଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ କର୍ମଚାରୀଙ୍କୁ ନିୟମିତ ଦପ୍ତର ଆସିବାକୁ କୁହାଯାଇଛି। କର୍ମଚାରୀଙ୍କୁ ନିଜର ସିଫ୍ଟ ଅନୁଯାୟୀ କାମ କରିବେ ଏବଂ ଲଞ୍ଚ ସମୟରେ ସାମାଜିକ ଦୂରତ୍ଵ ଜାରି ରଖିବେ।

ବୈଠକ ସର୍ବାଧିକ ୧୦ ଜଣଙ୍କୁ ନେଇ ଜାରି ରହିବ। କର୍ମଚାରୀ ପରସ୍ପରଠୁ ୬ ଫୁଟ୍ ଦୂରରେ ବସିବା ଉଚିତ୍। ଲିଫ୍ଟରେ ୨-୪ରୁ ଅଧିକ ଲୋକଙ୍କୁ ଯିବାକୁ ଅନୁମତି ନାହିଁ। ଏହା କେବଳ  ସେହି କାର୍ଯ୍ୟସ୍ଥଳରେ ଲାଗୁ ହେବ ଯାହା ସରକାରଙ୍କ ଗାଇଡ୍ ଲାଇନ୍ ଅନ୍ତର୍ଗତ ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.