କୋଭିଡ କାରଣରୁ ମେ ମାସରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ଭିସ୍ତାରା ଏୟାରଲାଇନ୍ସର ମୋଟ ୧୭ ପାଇଲଟଙ୍କ ମୃତ୍ୟୁ

Published By : Prameya-News7 Bureau | June 04, 2021 IST

ନୂଆଦିଲ୍ଲୀ୦୪/୬ : ମେ ମାସରେ ମହାମାରୀ ହେତୁ ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ଭିସ୍ତା ଏୟାରଲାଇନ୍ସର ମୋଟ ୧୭ ପାଇଲଟଙ୍କ ମୃତ୍ୟୁ ହୋଇଛି । ବିମାନ ଚଳାଚଳ କ୍ଷେତ୍ର ସୂତ୍ରରୁ ପ୍ରକାଶ ଯେ ଇଣ୍ଡିଗୋର ୧୦ ପାଇଲଟ ଏବଂ ଭିସ୍ତାରାର ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ଏୟାର ଇଣ୍ଡିଆର ଅଧିକାରୀମାନେ କହିଛନ୍ତି ଯେ କ୍ୟାପଟେନ ହର୍ଷ ତିୱାରୀ, କ୍ୟାପଟେନ ଜିପିଏସ ଗିଲ, କ୍ୟାପଟେନ ପ୍ରସାଦ କର୍ମକର, କ୍ୟାପଟେନ ସନ୍ଦୀପ ରାଣା ଏବଂ କ୍ୟାପଟେନ ଅମିତେଶ ପ୍ରସାଦଙ୍କ ସମେତ ଏହାର ପାଞ୍ଚଜଣ ବରିଷ୍ଠ ପାଇଲଟଙ୍କ ଜୀବନ ନେଇଛି କିଲର ଭାଇରସ ।

ଏୟାର ଇଣ୍ଡିଆ ଏବଂ ଭିସ୍ତାରା କର୍ତ୍ତୃପକ୍ଷ ଏହି ପ୍ରସଙ୍ଗରେ ଉତ୍ତର ରଖିନାହାଁନ୍ତି । ଇଣ୍ଡିଗୋ ପାଇଲଟଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହିଁ । କମ୍ପାନୀ କହିଛି ଯେ ସମୁଦାୟ ୩୫,୦୦୦ଯୋଗ୍ୟ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୨୦,୦୦୦ କର୍ମଚାରୀଙ୍କୁ ଟୀକାକରଣର ପ୍ରଥମ ଡୋଜ୍ ଦିଆଯାଇଛି । ପିଟିଆଇକୁ ପଠାଯାଇଥିବା ବିବୃତ୍ତିରେ ବରିଷ୍ଠ ଉପସଭାପତି ତଥା ଇଣ୍ଡିଆରେ ମାନବ ସମ୍ବଳର ମୁଖ୍ୟ ରାଜ ରାଘବନ୍ କହିଛନ୍ତି ଯେ ଜୁନ୍ ମଧ୍ୟଭାଗ ପର୍ଯ୍ୟନ୍ତ ସେମାନେ ସମସ୍ତ କର୍ମଚାରୀଙ୍କୁ ଟିକାକରଣ କରାଯିବାକୁ ନିଷ୍ପତ୍ତି ହୋଇଛି ।

ସୂତ୍ରରୁ ପ୍ରକାଶ ଯେ ଇଣ୍ଡିଗୋରେ ଏକ ଦୃଢ କଲ୍ୟାଣ ଯୋଜନା ଏବଂ ଚାଣକ୍ୟ ନୀତି ରହିଛି । ପ୍ରତ୍ୟେକ ମୃତ ପାଇଲଟଙ୍କ ପରିବାରକୁ ୫ କୋଟିର ସହାୟତା ରାଶି ମିଳିବ। ସେ କହିଛନ୍ତି ଯେ ମହାମାରୀର ପ୍ରଥମ ଲହରରେ ଇଣ୍ଡିଗୋ ର କିଛି ପାଇଲଟ୍ ସଂକ୍ରମିତ ହୋଇଥିବାବେଳେ ଦ୍ୱିତୀୟ ତରଙ୍ଗରେ ପ୍ରାୟ ୪୫୦ ପାଇଲଟ୍ କୋଭିଡ ସଂକ୍ରମଣର ଶିକାର ହୋଇ ଅସୁସ୍ଥ ହୋଇପଡିଥିଲେ ।

ଭିସ୍ତାରା ଏବଂ ଏୟାର ଏସିଆ ଇଣ୍ଡିଆ ପରି ବେସରକାରୀ ବିମାନ ସେବା ଏପର୍ଯ୍ୟନ୍ତ କୋଭିଡ-19 ଟିକା ର ପ୍ରଥମ ଡୋଜ ଯଥାକ୍ରମେ ପାଖାପାଖି ୯୦ ପ୍ରତିଶତରୁ ଅଧିକ ଯୋଗ୍ୟ କର୍ମଚାରୀଙ୍କୁ ପ୍ରଦାନ କରିଛି । ଯେଉଁମାନେ କୋଭିଡ -19 ପାଇଁ ଚିକିତ୍ସିତ ହେଉଛନ୍ତି କିମ୍ବା କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତି ପାଇଛନ୍ତି ସେମାନେ ଟିକାକରଣ ପାଇଁ ଯୋଗ୍ୟ ବିବେଚିତ ହୋଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.