Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ମହାରାଷ୍ଟ୍ରରେ ବିଜେପି ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା-ହରିୟାନାରେ ଝୁଲା

24/10/2019 at 9:47 PM

ନୂଆଦିଲ୍ଲୀ ୨୪।୧୦ ପୁଣି ମହାରାଷ୍ଟରେ ମଙ୍ଗ ଧରିବ ବିଜେପି ଓ ଶିବସେନା ମେଣ୍ଟ । ୨୮୮ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପି-ଶିବସେନା ମେଣ୍ଟ ମ୍ୟାଜିକ୍ ନମ୍ବର ଠାରୁ ଆଗୁଆ ରହିଛି । କଂଗ୍ରେସ ଓ ଏନସିପି ଗଠବନ୍ଧନ ପଛରେ ପଡ଼ିଛି । ତେବେ ଏଥର ଦଳ ପାଖାପାଖି ୨୮ ଟି ସିଟ୍ ହରାଇ ଥିବା ବେଳେ କଂଗ୍ରେସ ଓ ଏନ୍ସିପି ୨୦ ଟି ସିଟ୍ ଅଧିକ ପାଇଛନ୍ତି । ସେପଟେ ହରିୟାଣାରେ ଝୁଲା ବିଧାନସଭାର ସଙ୍କେତ ମିଲିଛି। ଫଳରେ ଜେଜେପି ହିଁ କିଙ୍ଗ ମେକର ହେବ ବୋଲି ଜଣା ପଡିଛି।


ଶିବସେନା ଶକ୍ତି ଦେଲା ।ମହାରାଷ୍ଟରେ ପୁଣି ଦମ୍ ଦେଖାଇଛି ବିଜେପି ମେଣ୍ଟ।ପୁଣି ମହାରାଷ୍ଟ୍ରରେ ଉଡ଼ିଛି ଗେରୁଆ ପତାକା।ଜୋଶ ମନାଇଛନ୍ତି କର୍ମୀ। ଦ୍ବିତୀୟ ଥର ପାଇଁ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ସରକାର ଗଢିବା ନିଶ୍ଚିତ ହୋଇଛି । ଏଠାରେ ୨୮୮ ସିଟ୍‌ରୁ ବିଜେପି ଓ ଶିବସେନା ମେଣ୍ଟ ମ୍ୟାଜିକ୍ ନମ୍ବର ଠାରୁ ଅଧିକ ଅର୍ଥାତ୍ ୧୫୦ରୁ ଅଧିକ ସିଟ୍ରେ ଆଗରେ ଅଛନ୍ତି ।

ଏଠାରେ ସରକାର ଗଠନ ପାଇଁ ୧୪୫ ସିଟ୍‌ର ଆବଶ୍ୟକତା ରହିଛି । ଗତଥର ୨୧୭ ସିଟ୍‌ ହାତେଇଥିବା ବିଜେପି ଓ ଶିବସେନା ମେଣ୍ଟ ଏଥର କିନ୍ତୁ ସେହି ପ୍ରଦର୍ଶନ ଦୋହରାଇ ପାରିନଥିଲା । ତେବେ କଂଗ୍ରେସ ଓ ଏନ୍‌ସିପି ମେଣ୍ଟ ସରକାର ଗଢିବାକୁ ସକ୍ଷମ ହୋଇନଥିଲେ ବି ଏଥର କିନ୍ତୁ ଲାଭରେ ରହିଛନ୍ତି । ଉଭୟ ଦଳ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛନ୍ତି । ବିଜେପି ଓ ଶିବସେନା ମେଣ୍ଟକୁ ଏଠାରେ ପାଖାପାଖି ୨୮ ଟି ସିଟ୍‌ ହରାଇବାକୁ ପଡିଛି ଆଉ କଂଗ୍ରେସ ଏନ୍‌ସିପିକୁ ୨୦ ଟି ସିଟ୍‌ ପ୍ଲସ୍ରେ ରହିଛି । ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ସରକାର ଗଢିବାକୁ ଏକପ୍ରକାର ନିଶ୍ଚିତ ହୋଇ ସାରିଥିବା ବେଳେ ଶିବସେନାର ବିଧାୟକ ସୁଶୀଲ ସିନ୍ଦେ ଶିବସେନାର ଆଦିତ୍ୟ ଠାକରେଙ୍କୁ ମଖ୍ୟମନ୍ତ୍ରୀ କରିବାକୁ ଦାବି ଉଠାଇଛନ୍ତି ।


ତେବେ ହରିୟାଣାରେ ବିଜେପିକୁ ଲାଗିଛି ଝଟ୍‌କା । ଦ୍ବିତୀୟ ଥର ସରକାର ଗଢିବା ଲକ୍ଷ୍ୟର ଥିବା ବିଜେପିର ଆଶା ମାତ୍ର କିଛି ଆସନ ପାଇଁ ପଛରେ ରହିଯାଇଛି । ଏଠାରେ ଝୁଲା ସରକାର ହେବା ସ୍ପଷ୍ଟ ହୋଇଛି । ୯୦ ବିଧାନସଭା ଆସନରୁ ବିଜେପି ୩୯-୪୦ ପାଖାପାଖି ଆସନରେ ଆଗୁଆ ରହିଛି । ସେହିପରି କଂଗ୍ରେସ ୩୦-୩୧ ଓ ଜେଜେପି ୧୦ ଆସନରେ ଏବଂ ଅନ୍ୟାନ୍ୟ ଦଳ ୧୦ଟି ଆସନରେ ଆଗୁଆ ଅଛନ୍ତି । ସ ବୁଠାରୁ ବଡ କଥା ହେଉଛି ଏଠାରେ କେବଳ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ଛାଡିଦେଲେ ବିଜେପିର ସବୁ ମନ୍ତ୍ରୀ ହାରିଯାଇଛନ୍ତି । ବିଜେପି ନେତ୍ରୀ ତଥା ରେସଲର ବବିତା ଫୋଗଟ ହାରିଯାଇଛନ୍ତି । ଟିକଟକରୁ ନେତ୍ରୀ ନିର୍ବାଚନ ଲଢ଼ିଥିବା ସୋନାଲି ଫୋଗଟଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ଫଳାଫଳରୁ ଯାହା ଜଣାଯାଉଛି, ହରିୟାଣାରେ ଜନନାୟକ ଜନତା ପାର୍ଟି ବା ଜେଜେପି ହିଁ କିଙ୍ଗମେକର ହେବ । ପାର୍ଟି ମୁଖ୍ୟ ଦୁଶ୍ୟନ୍ତ ଚୌତାଲା ଏନେଇ ବି ଆଭାସ ଦେଇସାରିଛନ୍ତି । ଜେଜେପି ଯାହାକୁ ସମର୍ଥନ ଦେବ ସେ ହିଁ ସରକାର ଗଢିବ । ତେବେ କଂଗ୍ରେସ ଏଠି ଜେଜେପିକୁ ସମର୍ଥନ ଦେଇ ଦୁଶ୍ୟନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ହରିୟାଣା ବିଜେପି ଅଧ୍ୟକ୍ଷ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମନୋହର ଲାଲ୍ ଖଟ୍ଟରଙ୍କୁ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଦିଲ୍ଲୀ ଡକାଇଥିବା ବେଳେ କାଲି ଜେଜେପିର ବୈଠକ ବସୁଛି । ସେହିଠାରେ ହିଁ ପାର୍ଟିର ରଣନୀତି ସ୍ଥିର ହେବ । ସେପଟେ କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡ୍ଡାଙ୍କୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ବି ଦିଲ୍ଲୀ ଡକାଇଛନ୍ତି ।
ସେପଟେ ଆଜି ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଉପନିର୍ବାଚନ ଗଣତିରେ ବିଜେପିକୁ ଆଶାନୁରୂପ ଫଳ ପାଇପାରିନାହିଁ। ୟୁପିରେ ୧୧ ଟି ବିଧାନସଭା ଆସନରେ ଉପନିର୍ବାଚନରେ ୬ଟି ରେ ବିଜେପି ଜିତିଥିବା ବେଳେ ୨ଟିରେ ସମାଜବାଦୀ ପାର୍ଟି, ୨ଟି ଆପନା ଦଲ ବିଜୟୀ ହୋଇଛନ୍ତି । ସେହିଭଳି ପଞ୍ଜାବର ୩ ଟି ଆଶନରେ ଉପନିର୍ବାଚନରେ କଂଗ୍ରେସ ବାଜି ମାରିଛି । କଂଗ୍ରେସ ଛାଡି ବିଜେପିରେ ମିଶିଥିବା ଅଳ୍ପେଶ ଠାକୁର ଗୁଜୁରାଟ ରାଧନପୁର ସିଟ୍‌ରୁ ଉପନିର୍ବାଚନରେ ହାରିଯାଇଛନ୍ତି ।

ସେହିପରି ହରିୟାନାରେ ୯୦ ଆସନ ବିଧାନସଭା ପାଇଁ ମତଗଣନା ଚାଲିଥିବା ବେଳେ ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି । ଦିନି ତିନିଟା ବେଳକୁ ବିଜେପିର ପ୍ରାର୍ଥୀ ୧୫ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୨୫ଟି ଆସନରେ ଆଗୁଆ ଚାଲିଥିଲେ । ମୋଟ୍‌ ୪୦ଟି ଆସନରେ ସେମାନଙ୍କ ସ୍ଥିତି ଭଲ ଥିଲା ।
କଂଗ୍ରେସ ହରିୟାନାରେ ୯ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୨୩ଟି ଆସନରେ ଆଗୁଆ ଅଛି । ଅନ୍ୟମାନେ ମୋଟ୍‌ ୧୮ଟି ଆସନରେ ଆଗୁଆ ଅଛନ୍ତି ।

   Related Posts