ପରକୀୟା ପ୍ରିତିର କରୁଣ ପରିଣତି : ଯୁବକଙ୍କ ଯୌନାଙ୍ଗ କାଟିଲେ ମହିଳାଙ୍କ ଶ୍ବଶୁରଘର ଲୋକେ

Published By : Prameya-News7 Bureau | November 08, 2018 IST

ଘଟଗାଁ ୮|୧୧: ପରକୀୟା ପ୍ରତିର କରୁଣ ପରିଣତି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ବଡନୂଆଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ରାଉତ ପାତ୍ରଙ୍କ ସ୍ତ୍ରୀ କମଳା ପାତ୍ରଙ୍କ ପାଖକୁ ତାଙ୍କ ପୁରୁଣା ପ୍ରେମିକ ରାଜେନ୍ଦ୍ର ନାୟକ ଯାଇଥିବାବଳେ ତାଙ୍କୁ କମଳାଙ୍କ ଶ୍ବଶୁର ଘର ଲୋକେ ମିଳିମିଶି ଆକ୍ରମଣ କରିବା ସହ ତାଙ୍କର ଯୌନାଙ୍ଗକୁ କାଟି ଦେଇଛନ୍ତି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ରାଜେନ୍ଦ୍ରକୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଅନ୍ୟପକ୍ଷରେ ଘଟଣା ବିଷୟରେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ କମଳା, ତାଙ୍କ ଶ୍ବଶୁର ଓ ଦେଢଶୁରଙ୍କୁ ଅଟକ ରଖି ପଚରା ଉଚରା କରୁଛି । ହରିଚନ୍ଦନପୁର ଥାନା ବଡନୂଆଗାଁ ରାଉତ ପାତ୍ର  ପଣ୍ଡାପଡା ଅଂଚଳର କମଳା ପାତ୍ରଙ୍କୁ କିଛି ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ତେବେ କମଳା ବିବାହ ପୁର୍ବରୁ ପଣ୍ଡାପଡା ଥାନା ଅନ୍ତର୍ଗତ ଝାରବେଡା ଗ୍ରାମର ରାଜେନ୍ଦ୍ର ନାୟକଙ୍କୁ ଭଲ ପାଉଥଲେ । ଉଭୟ ରାଉତ ଓ ରାଜେନ୍ଦ୍ର ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଦିପାବଳୀ ପାଇଁ ରାଜେନ୍ଦ୍ର ଗାଁକୁ ଆସିଥିଲେ ।  ଗତକାଲି କମଳା ତାଙ୍କୁ ଫୋନ କରି ଘରକୁ ଆସିବା ପାଇଁ କହିଥିଲେ । ଫଳରେ ରାଜେନ୍ଦ୍ର କମଳାଙ୍କ ଘରକୁ ଆସିଥିଲେ। ତେବେ ରାତିରେ ଖାଇ ସାରିବା ପରେ ସମସ୍ତେ ଶୋଇବା ପାଇଁ ଯାଇଥିଲେ । କିନ୍ତୁ ଅଧରାତିରେ ଶ୍ବଶୁର ଘର ଲୋକେ ଉଭୟ କମଳା ଓ ରାଜେନ୍ଦ୍ରକୁ ଅସଂଯତ ଅବସ୍ଥାରେ ଦେଖି ରାଜେନ୍ଦ୍ରକୁ ଆକ୍ରମଣ କରିବା ସହ ତାର ଯୌନାଙ୍ଗକୁ କାଟି ଦେଇଛନ୍ତି । ରାଜେନ୍ଦ୍ର ଆକ୍ରମଣର ଶିକାର ହୋଇ ନିଜ ଜୀବନ ବଂଚାଇ କମଳାଙ୍କ ଘରୁ ଦୌଡି ପଳାଇ ଆସିଥିଲେ ଓ ଗ୍ରାମବାସୀଙ୍କୁ ସାହାଯ୍ୟ ମାଗିଥିଲେ । ଗ୍ରାମବାସୀ ରାଜେନ୍ଦ୍ରକୁ ତୁରନ୍ତ ହରିଚନ୍ଦନପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ  ।  ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ପଠାଇଛନ୍ତି । ଅନ୍ୟ ପକ୍ଷରେ ଘଟଣା ବିଷୟରେ ଖବର ପାଇ ହରିଚନ୍ଦନପୁର ପୋଲିସ ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳକୁ ଯାଇ ଯାଂଚ କରିଛି । କମଳାଙ୍କ ସହ ତାଙ୍କ ଶ୍ବଶୁର ବେଣୁଧର ପାତ୍ର ଓ ଦେଢଶୁର ରବିନ୍ଦ୍ର ପାତ୍ରଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି । ସୁପ୍ରମକୋର୍ଟ ପରକୀୟା ପ୍ରତିକୁ ଆଇନ ସମ୍ମତ ଘୋଷଣା କରିବା ପରେ ଏମିତି ଏକ ଘଟଣା ଏବେ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.