ବୋହୂର dirty ଭିଡିଓ କରିଥିଲେ ଶ୍ୱଶୂରଘର ଲୋକେ, ଦିଅରସହ ସମ୍ପର୍କ ଲାଗି ବାଧ୍ୟ କରୁଥିଲେ ଶାଶୂ, ଜାଣନ୍ତୁ ପୁରା ଘଟଣା

Published By : Prameya-News7 Bureau | January 24, 2020 IST

ବନାରସ ୨୪।୧: ଉତ୍ତରପ୍ରଦେଶ ବାରଣାସୀର ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଅର ଜନ୍ମଦିନ ବାହାନାରେ ଉତ୍ସବ ଆୟୋଜନ କରି ଶ୍ୱଶୂର ଘର ଲୋକେ ବୋହୁକୁ ପାନୀୟରେ ନିଶା ଦେଇଥିଲେ। ହୋସ ଆସିବା ପରେ ଦିଅରସହ ଶାରୀରିକ ସମ୍ପର୍କର ପରିବାର ଲୋକେ ଭିଡିଓ କରିଥିବାର ଜାଣିବାକୁ ପାଇଥିଲେ ନବବିବାହିତା। ଘରର ଘଟଣା ବାହାରେ ପ୍ରଘଟ ହେଲେ ଭିଡିଓ ଭାଇରାଲ କରିଦେବାର ଧମକ୍ ଦେଇଥିଲେ। ଏଭଳି ଅଭିଯୋଗ ହୋଇଛି କେଣ୍ଟ ଥାନାରେ।

{"id":215486,"sizeSlug":"large"}

ପୁଅ ଥିଲା ନପୁଂଶକ
ବିବାହିତାଙ୍କ ଅଭିଯୋଗ ଅନୁସାରେ ମିର୍ଜାପୁରର ଅହରୋରାରେ ତାଙ୍କର ବିବାହ ଗତ ୨୦୧୭ ମସିହାରେ ହୋଇଥିଲା। ଶ୍ୱଶୂର ଘରେ ପାଦ ଦେବା ପରେ ପୁଅ ନପୁଂସକ ବୋଲି ଜାଣିବାରୁ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର। ଦିଅର ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଶାଶୂ। ତେବେ ଏଥିରେ ବୋହୂ ରାଜି ହେଉ ନଥିବାରୁ ପୁଅର ଜନ୍ମଦିନ ଉତ୍ସବ ବାହାନାରେ କରାଇନେଇଥିଲେ ବୋହୂର ଅଶ୍ଲିଳ ଭିଡିଓ।

{"id":215487,"sizeSlug":"large"}

ବାପ ଘରକୁ ବି ଛାଡୁନଥିଲେ
ଘଟଣା ଜଣାପଡିଯିବା ଭୟରେ ପରିବାରଲୋକେ ନୂଆ ବୋହୂକୁ ତା ବାପଘରକୁ ବି ଛାଡୁନଥିଲେ। ତେବେ କୌଣସି ପ୍ରକାର ମହିଳା ଗତ ସେପ୍ଟେମ୍ବରରେ ଶ୍ୱଶୁର ଘରୁଖସି ପଳାଇ ଆସିବା ପରେ ଆଉ ତାଙ୍କ ଘରକୁ ଫେରିବାକୁ ରାଜି ହୋଇନଥିଲେ। ଘଟଣା ସମ୍ପର୍କରେ ଦୀର୍ଘ ଦିନ ପରେ ମହିଳା ପୋଲିସରେ ଅଭିଯୋଗ କରିଛନ୍ତି। କେମ୍ଟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.