ଅନୁକମ୍ପା ରାଶି ହଡପ କରିବା ପାଇଁ ଦିଅରକୁ ବାହା ହେବା ଲାଗି ସହିଦଙ୍କ ପତ୍ନୀଙ୍କ ଉପରେ ଚାପ ପକାଉଛନ୍ତି ଶ୍ବଶୁର ଘର ଲୋକେ : ଥାନାରେ ମାମଲା

Published By : Prameya-News7 Bureau | March 01, 2019 IST

ବାଙ୍ଗାଲୁରୁ ୧/୩ : ଫେବୃଆରୀ ୧୪ ତାରିଖରେ ପୁଲବାମାରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆତଙ୍କୀ ହମଲାରେ ୪୨ ଯବାନ ସହିଦ ହୋଇଥିଲେ | ସହିଦ ହୋଇଥିବା ଯବାନମାନଙ୍କ ମଧ୍ୟରୁ ଜଣେ ଥିଲେ କର୍ଣ୍ଣାଟକର ଏଚ.ଗୁରୁ | ସହିଦ ଏଚ.ଗୁରୁଙ୍କ ବିଧବା ପତ୍ନୀଙ୍କ ସାମ୍ନାରେ ଏବେ ନୂଆ ସମସ୍ୟା ଠିଆ ହୋଇଛି | ସହିଦଙ୍କ ପତ୍ନୀ କଳାବତୀଙ୍କ ସମସ୍ୟାର ସମାଧାନ ସେନା ପାଖରେ କି ପ୍ରଶାସନ ପାଖରେ ନାହିଁ | ସହିଦ ଏଚ.ଗୁରୁଙ୍କ ପତ୍ନୀ କଳାବତୀଙ୍କୁ ତାଙ୍କ ଶ୍ୱଶୁରଘର ଲୋକେ ନିଜ ଦିଅରକୁ ବାହା ହେବା ପାଇଁ ବାଧ୍ୟ କରୁଛନ୍ତି | ସହିଦଙ୍କ ବିଧବା ପତ୍ନୀଙ୍କୁ ଦ୍ୱିତୀୟ ବିବାହ ପାଇଁ ବାଧ୍ୟ କରିବା ପଛର କାରଣ ହେଲା ଅନୁକମ୍ପା ରାଶି | ୧୫ ଦିନ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଛି | ଏଭଳି ସ୍ଥିତିରେ ଶ୍ୱଶୁର ଘରଲୋକ ଦ୍ୱିତୀୟ ବିବାହ ପାଇଁ ବାଧ୍ୟ କରୁଛନ୍ତି | କଳାବତୀଙ୍କ ଉପରେ ଯେମିତି ଏକ ପାହାଡ ପଡିଯାଇଛି |

{"id":89670,"width":577,"height":539}

କଳାବତୀଙ୍କ ବୟସ ମାତ୍ର୨୫ ବର୍ଷ | ସ୍ୱାମୀ ସହିଦ ହୋଇଥିବା ଯୋଗୁଁ ତାଙ୍କୁ ସରକାରଙ୍କ ତରଫରୁ ଅନୁକମ୍ପା ରାଶି ମିଳିବାର ଅଛି | ଅପରପକ୍ଷରେ ଅଭିନେତା ଏବଂ ନେତା ଏମ.ଏଚ.ଆମ୍ଭରିସଙ୍କ ପତ୍ନୀ ସୁମନଲତା କଳାବତୀଙ୍କୁ ଅଧା ଏକର ଜମି ଦେବେ ବୋଲି ଘୋଷଣା କରିଛନ୍ତି | ଜମି ଏବଂ ଅନୁକମ୍ପା ରାଶି ଲୋଭରେ କଳାବତୀଙ୍କ ଶ୍ୱଶୁର ଘରଲୋକ କଳାବତୀଙ୍କୁ ନିଜ ଦିଅରକୁ ବାହା ହେବା ପାଇଁ ବାଧ୍ୟ କରୁଛନ୍ତି ବୋଲି ଅଭିଯେୋଗ ହୋଇଛି|

{"id":89671}

କିନ୍ତୁ କଳାବତୀ ନିଜ ଦିଅରକୁ ବିବାହ କରିବାକୁ ଚାହୁଁନାହାନ୍ତି | ସେ ଏଥିପାଇଁ ପୋଲିସର ସହାୟତା ଲୋଡିଛନ୍ତି | ପୋଲିସ ଘଟଣାର ତଦାନ୍ତ କରୁଛି | ପୋଲିସ କଳାବତୀଙ୍କ ଶ୍ୱଶୁର ଘରଲୋକଙ୍କୁ ଏହି ମାମଲାର ସମାଧାନ ଶୀଘ୍ର କରିବାକୁ କହିଛି |

{"id":89672,"align":"center"}

ପୋଲିସ କହିଛି ଯେ, ଯଦି କଳାବତୀଙ୍କୁ ହଇରାଣ କରାଯାଏ ତାହେଲେ ଶ୍ୱଶୁର ଘରଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ପୋଲିସର ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ଏ ମାମଲାର ଛାନଭିନ କରୁଛନ୍ତି |

{"id":89673}

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ ମଧ୍ୟ କଳାବତୀଙ୍କୁ ଖୁବ ଶୀଘ୍ର ଏକ ସରକାରୀ ଚାକିରୀ ଯୋଗେଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି | କର୍ଣ୍ଣାଟକର ପରିବହନ ମନ୍ତ୍ରୀ ଡିସି ତମନ୍ନା ମଧ୍ୟ କଳାବତୀଙ୍କୁ ଏକ ସରକାରୀ ଚାକିରୀ ଲାଗି ପ୍ରତିଶୃତି ଗେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.