ବୋହୂକୁ ପୋଡି ମାରିଦେବାକୁ ଶାଶୁଘରଲୋକଙ୍କ ଉଦ୍ୟମ, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି

Published By : Prameya-News7 Bureau | December 03, 2018 IST

କେନ୍ଦ୍ରାପଡା ୦୩|୧୨: ବୋହୂକୁ ପୋଡି ମାରି ଦେବାକୁ ଶାଶୁଘର ଲୋକ ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ବୋହୂକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦ୍ରାପଡା ମାର୍ଶାଘାଇ ଥାନା ବାଲିସୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତକାଲି ରାତିରେ ବୋହୂ ଭାରତୀ ସ୍ବାଇଁଙ୍କୁ ତାଙ୍କ ଶାଶୁ ଏବଂ ୩ ଜଣ ନଣନ୍ଦ ମିଶି ହାତଗୋଡ଼ ବାନ୍ଧି କିରୋସିନି ଢ଼ାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ କେନ୍ଦ୍ରାପଡା ମେଡିକାଲ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ଭାରତୀଙ୍କ ବାପଘର ଲୋକ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି । ଗୁରୁତର ଭାରତୀଙ୍କ ବୟାନ ଆଧାରରେ ପୋଲିସ ଶାଶୁ, ଶ୍ବଶୁର ଓ ନଣନ୍ଦଙ୍କୁ ଅଟକ ରଖି ପଚରାଉଚରା କରୁଛି । ମହିଳାଙ୍କ ସ୍ବାମୀ ବାଙ୍ଗାଲୋରରେ ଚାକିରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.