ଗାଁ ଦାଣ୍ଡରେ ବୋହୂକୁ ଘୋଷାରି ଘୋଷାରି ଶ୍ବଶୁର ଦେଲା ନିର୍ଯାତନା : ଭିଡିଓ ଭାଇରାଲ୍ ହେବାପରେ ଶାଶୂ, ଶ୍ବଶୁର ଓ ସ୍ବାମୀ ଗିରଫ

Published By : Prameya-News7 Bureau | September 27, 2019 IST

ଯାଜପୁର ୨୭|୯: ଯୌତୁକ ନାରେ ବିଚି ରାସ୍ତାରେ ବୋହୁକୁ  ଦିନ ଦୁଇ  ପ୍ରହରରେ ବୋହୂର ଚୁଟି ଧରି ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ନେଇଥିଲା ନୃଶସଂ ଶ୍ବଶୁର ।  ଆଉ ଶ୍ବଶୁରଙ୍କ ଏଭଳି ନରକୀୟ କାଣ୍ଡକୁ ସମର୍ଥନ ଜଣାଇଥିଲ ସେଠାରେ ଉପସ୍ଥିତ ଥିବା ଶାଶୁ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଧନେଶ୍ବର ଗ୍ରାମରେ ଦେଖିବାକୁ ମିଳିଥିଲା । ସେସିଆଲ ମିଡିଆରେ ଘଟଣା ଭାଇରାଲ ହେବା ପରେ ପୋଲିସ୍ ଧନେଶ୍ଵର ଗ୍ରାମରେ ପହଞ୍ଚି ଅଭିଯୁକ୍ତ ଶାଶୁ, ଶ୍ଵଶୁର ଓ ସ୍ଵାମୀଙ୍କୁ ଗିରଫ୍ କରି ଘଟଣାର ତଦନ୍ତ ଜାରି ରଖିଛି ।

{"id":163338}

ଅଭାବନୀୟ । ଅତି ନିଷ୍ଠୁର । ସଭ୍ୟ ସମାଜରେ ଏଭଳି ଘଟଣା ଅନେକଙ୍କୁ ଆନ୍ଦୋଳିତ କରିବ ନିଶ୍ଚୟ । ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଧନେଶ୍ବର ଗାଁରେ ଶାଶୁ ଶ୍ବଶୁର ନିଜ ବୋହୁକୁ କିପରି ବିଚ ରାସ୍ତାରେ ଚୁଟି ଧରି ଘୋଷାଡି ଘୋଷାଡି ନଉଛନ୍ତି ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 

{"id":163340}

ଅଧିକ ଯୌତୁକ ଦାବିକରି ଗାଁର ନବୀନ ବେହେରା ଏବଂ ପତ୍ନୀ ଶାନ୍ତିଲତା ନିଜ ବୋହୂକୁ ଗାଁ ଦାଣ୍ଡରେ ଏଭଳି ଅକଥନୀୟ ନିର୍ଯାତନା ଦେଇଛନ୍ତି ।  ପ୍ରାଣ ବିକଳରେ ବୋହୁ ସେମାନଙ୍କୁ ନେହୁରା ହୋଇଥିଲେ ମଧ୍ୟ କିଛି ବି ଫରକ ପଡିନଥିଲା  । ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ୍ ନିଜ ଆଡୁ  ହସ୍ତକ୍ଷେପ କରି ଅଭିଯୁକ୍ତ ଶାଶୁ ଶ୍ବଶୁରଙ୍କୁ ଗିରଫ କରିଛି । 

{"id":163341}

ପୂର୍ବରୁ ମଧ୍ୟ ଅନେକ ଥର ନିର୍ଯ୍ୟାତନାର ଶୀକାର ହୋଇଛନ୍ତି ବୋହୁ ସଞ୍ଜନା । ଥାନାରେ ଆପୋସ ସମାଧାନ ପରେ ବି ନୃଶସଂ ଶାଶୂ ଶ୍ବଶୁରଙ୍କ ନିର୍ଯାତନା କମିନି ।ପୋଲିସ ସଞ୍ଜନାର ଶାଶୁ , ଶଶୁର ଓ ସ୍ଵାମୀଙ୍କୁ ଗିରଫ କରିବା ସହ ସଞ୍ଜନାକୁ ଚିକିତ୍ସା ପାଇଁ ସ୍ଥାନୀୟ କୋରାଇ ମେଡିକାଲରେ ଭର୍ତ୍ତି କରିଥିଲା ।

{"id":163346,"width":579,"height":455}

ଯୌତୁକ ନିର୍ଯାତନାରୁ ନିବୃତ ସହ ନାରୀ ସଚେତନତା ପାଇଁ ସରକାର ଅନେକ ଯୋଜନା କରୁଥିଲେ ମଧ୍ୟ ବାସ୍ତବ ସ୍ଥିତିରେ ଏହା ଲୋକଙ୍କ ଉପରେ କିଛି ପ୍ରଭାବ ପକାଇ ପାରୁନି । ଦେଶର ଆଇନ କାନୁନ ପ୍ରତି ଲୋକଙ୍କର ଆସ୍ଥା ତୁଟିଯାଉଥିବା ଭଳି ମନେ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.