ମହଙ୍ଗା ପଡିଲା ପ୍ରେମ ବିବାହ: ଅଧବାଟରେ ଛାଡି ଚାଲିଗଲେ ସ୍ବାତୀ, ଘରେ ଅଛି ବର୍ଷକର ପିଲା, ଥାନାରେ ଏବେ ସ୍ବାମୀ, ଶାଶୁ-ଶ୍ବଶୁର

Published By : Prameya-News7 Bureau | September 29, 2020 IST

ଜୟପୁର୨୯/୯:  ମହଙ୍ଗା ପଡିଲା ପ୍ରେମ ବିବାହ। ସୁଖରେ ସଂସାର କରିବେ ବୋଲି ପରିବାର ବିରୋଧରେ ପ୍ରେମ ବିବାହ କରିଥିଲେ ସ୍ବାତୀ। ବିବାହର କିଛି ବର୍ଷ ଅର୍ଥାତ ୨ ବର୍ଷ ପର୍ଯ୍ୟନ୍ତ ସ୍ବାମୀଙ୍କ ସହ ହସ ଖୁସିରେ ସେ ଦିନ କାଟିଥିଲେ। ହେଲେ ଯାହା ପାଇଁ ନିଜ ପରିବାରକୁ ପର କରି ଘର ଛାଡିଥିଲେ, ସେହି ମଣିଷ ଶେଷରେ ପାଲଟିଗଲା ସୈତାନ।ପାରିବାରିକ କଳହ ଯୋଗୁଁ ସ୍ବାତୀଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କର ଗୋଟେ ବର୍ଷକର ଶିଶୁପୁତ୍ର ଅଛି। ଛୋଟ ପିଲାଟିକୁ ସବୁଦିନ ପାଇଁ ଛାଡିଗଲେ ସ୍ବାତୀ।

{"id":336201,"sizeSlug":"large"}

ଏହି ସନ୍ଦେହଜନକ ମୃତ୍ୟୁ ଘଟଣାରେ ସ୍ବାମୀ ଏବଂ ଶାଶୁ- ଶ୍ବଶୁରଙ୍କୁ ଥାନାରେ ଅଟକ ରଖି ପୋଲିସ୍‌ ପଚରାଉଚରା ଜାରି ରଖିଛି। ପୋଲିସ୍‌ର ସୂଚନା ମୁତାବକ, ସ୍ବାତୀଙ୍କ ବେକରେ ରଶି ଲଗା ଦାଗ ରହିବା ସହ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି।

wp:html /wp:html

 ଜୟପୁରର ବୋରିଗୁମ୍ମା ଦାଶରୀ ସାହିର ସ୍ବାତୀ,  ବଙ୍ଗଳାବାଡର ରହିମ ଖରାଙ୍କୁ ୨ ବର୍ଷ ତଳେ ପ୍ରେମ ବିବାହ କରିଥିଲେ।

{"id":336203,"width":575,"height":1245,"sizeSlug":"large"}

ହେଲେ ରହିମ ଅନ୍ୟ ସଂପ୍ରଦାୟର ହୋଇଥିବାରୁ ସ୍ବାତୀଙ୍କ ପରିବାର ଏହି ବିବାହକୁ ବିରୋଧ କରିଥିଲେ, କିନ୍ତୁ ସ୍ବାତୀ ପରିବାର ଲୋକଙ୍କ କଥାକୁ ନମାନି  ସେ ଭଲ ପାଉଥିବା ପ୍ରେମିକକୁ ବିବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.