ମନ୍ଥର ହେଲେ ବି କରୋନା ଉପରେ ଚେକ୍ ଦେଇଛି ଦେଶ, ଲକ୍‌ଡାଉନ୍ ଲାଗୁ ହୋଇନଥିଲେ ସଂକ୍ରମଣ କେସ୍‌ ୭୩ ହଜାରରୁ ବେଶି ହୋଇଥାନ୍ତା

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୦୪: ଗୋଟିଏ ପଟେ ଲକ୍‌ଡାଉନ୍‌ ଅବଧି ଶେଷ ତାରିଖ ପାଖେଇ ଆସୁଥିବା ବେଳେ ଅନ୍ୟପଟେ ସଂକ୍ରମିତ ସୁସ୍ଥ ହେବା ହାର ବଢିବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକିିବା ପାଇଁ ଦେଶରେ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ଯାଏ ଲକ୍‌ଡାଉନ୍ ଘୋଷିତ କରାଯାଇଥିଲା। ଏହା ପରେ ଲକ୍‌ଡାଉନ୍ ଅବଧିକୁ ବଢାଇ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କଣ ଆପଣ ଜାଣନ୍ତି ଲକ୍‌ଡାଉନ୍ ଲାଗୁ ହୋଇନଥିଲେ ସଂପ୍ରତି ଦେଶରେ କରୋନା ଅବସ୍ଥା କିପରି ଥାନ୍ତା।

ନୀତି ଆୟୋଗର ସଦସ୍ୟ ଡ. ଭିକେ ପଲ୍‌ କହିଛନ୍ତି ଆମର ବିଶ୍ଳେଷଣରୁ ଜଣା ପଡୁଛି ଯେ, ଲକ୍‌ଡାଉନ୍‌ କରୋନା ଭାଇରସ୍‌ର ଦ୍ଵିଗୁଣିତ ହାରକୁ ଧିମା କରିବା ଏବଂ ଲୋକଙ୍କ ଜୀବନ ବଞ୍ଚାଇବାରେ ବହୁତ ସକରାତ୍ମକ ପ୍ରଭାବ  ପକାଇଛି। ଲକ୍‌ଡାଉନ୍ ନିର୍ଣ୍ଣୟ ସଠିକ୍ ସମୟରେ ନିଆଯାଇଛି, ଫଳରେ ଦେଶରେ ଆଜି ସଂକ୍ରମିତ ସଂଖ୍ୟା ୨୩୦୦୦ରେ ରହିଛି, ନଚେତ୍ ଏହା ଏହି ସମୟରେ ୭୩୦୦୦ରେ ପହଞ୍ଚି ଥାନ୍ତା।

wp:core-embed/twitter {"url":"https://twitter.com/ANI/status/1253645124652818432","type":"rich","providerNameSlug":"twitter","className":""}
https://twitter.com/ANI/status/1253645124652818432
/wp:core-embed/twitter

ଗତ ୨୪ ଘଣ୍ଟାରେ କରୋନାରୁ ୪୯୧ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪୭୪୮ରେ ପହଞ୍ଚିଛି। ଏହା ସହିତ ସୁସ୍ଥତା ହାର ୨୦.୫୭କୁ ବୃଦ୍ଧି ଘଟିଛି। ଗତ ୨୮ ଦିନରେ ୧୫ଟି ଜିଲ୍ଲାରେ ସଂକ୍ରମଣର କୌଣସି ମାମଲା ସାମ୍ନାକୁ ଆସିନାହିଁ। ଦେଶରେ କରୋନା ଦ୍ଵିଗୁଣିତ ହାର ୧୦ ଦିନରେ ପହଞ୍ଚିଛି। ନିଜର ଦୈନିକ ସାମ୍ଵାଦିକ ସମ୍ମିଳନୀର ଏହାର ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ଵାଲ।

ଲଭ୍ ଅଗ୍ରଓ୍ଵାଲ କହିଛନ୍ତି ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତ ୧୬୮୪ ନୂତନ କେସ୍ ସାମ୍ନାକୁ  ଆସିଛି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୨୩,୦୭୭କୁ ବୃଦ୍ଧି ଘଟିଛି। ତାଙ୍କ କହିବା କଥା ଗତ ୧୪ ଦିନ ହେବ ପୂର୍ବରୁ ସଂକ୍ରମିତ ୮୦ ଜିଲ୍ଲାରେ କରୋନାର ଗୋଟିଏ ହେଲେ କେସ୍ ସାମ୍ନାକୁ ଆସିନାହିଁ।

wp:core-embed/twitter {"url":"https://twitter.com/ANI/status/1253637144796491777","type":"rich","providerNameSlug":"twitter","className":""}
https://twitter.com/ANI/status/1253637144796491777
/wp:core-embed/twitter

ଯୁଗ୍ମ ସଚିବ ସଲିଲା ଶ୍ରୀବାସ୍ତବ କହିଛନ୍ତି, ଯେଉଁ କ୍ଷେତ୍ର କଣ୍ଟେନମେଣ୍ଟ କିମ୍ବା  ହଟ୍‌ସ୍ପଟ୍ ଘୋଷିତ ହୋଇ ନାହିଁ ସେଠାରେ ଏପ୍ରିଲ ୨୦ରୁ କିଛିଟା କୋହଳ ଦିଆଯାଇଛି।  ମାତ୍ର ଭୁଲ୍ ବ୍ୟାଖ୍ୟା କାରଣରୁ ଏହି ଆଶଙ୍କା ଥିଲା ଯେ, ଫ୍ୟାକ୍ଟ୍ରିରେ କୋଭିଡ୍ କେସ୍ ମିଳିଲେ ଫ୍ୟାକ୍ଟ୍ରିର ସିଇଓଙ୍କୁ ଦଣ୍ଡ ମିଳିପାରେ କିମ୍ବା ଫ୍ୟାକ୍ଟ୍ରି ତିନି ମାସ ପର୍ଯ୍ୟନ୍ତ ସିଲ୍ ହୋଇପାରେ। ଏଥିପାଇଁ ଗତକାଲି ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟଙ୍କୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ଯେ, ଏପ୍ରିଲ ୧୫ରେ ଜାରି ଗାଇଡ୍‌ଲାଇନ୍‌ରେ ଏମିତି କୌଣସି ପ୍ରାବଧାନ ନାହିଁ।

wp:core-embed/twitter {"url":"https://twitter.com/ANI/status/1253634308981624834","type":"rich","providerNameSlug":"twitter","className":""}
https://twitter.com/ANI/status/1253634308981624834
/wp:core-embed/twitter

ସଲିଲା ଶ୍ରୀବାସ୍ତବ କହିଛନ୍ତି ଗୃହ ମନ୍ତ୍ରଣାଳୟ ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ ଅନ୍ତର୍ଗତ ୬ ଆନ୍ତଃମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍(IMCT)ର ଗଠନ କରିଥିଲା। କ୍ଷେତ୍ର ପରିଦର୍ଶନ କରି କୋଭିଡ୍-୧୯ର ସ୍ଥିତି ପରଖିବା ଏବଂ କେନ୍ଦ୍ରକୁ ରିପୋର୍ଟ ଦେବା ଏହି ଟିମ୍‌ର ଦାୟିତ୍ଵ। ଗୃହ ମନ୍ତ୍ରଣାଳୟ ଏବେ ଆଉ ୪ ଟିମ୍ ଗଠନ କରିଛନ୍ତି, ଏହି ଟିମ୍‌କୁ ଅହମ୍ମଦାବାଦ,ସୁରଟ, ହାଇଦ୍ରାବାଦ ଓ ଚେନ୍ନାଇ ପଠାଯିବ।

ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲର ନିର୍ଦ୍ଦେଶକ ଡ. ସୁଜିତ ସିଂହ କହିଛନ୍ତି ଆଜି କରୋନା ଆକ୍ରାନ୍ତ ଦ୍ଵିଗୁଣିତ ହେବାର ସମୟ ୧୦ ଦିନରେ ପହଞ୍ଚି ଯାଇଛି। ଏଥିରୁ ଏହା ଜଣା ପଡିଛି ଯେ, କରୋନା ମହାମାରୀ ଯେଉଁ ଗତିରେ ବ୍ୟାପୁଥିଲା ସେଥିରେ କିଛିଟା ବ୍ରେକ୍ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.