Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋର୍ଦ୍ଧା ଜିଲ୍ଲାରେ ପୁଣି ୭ କରୋନା ପଜିଟିଭ୍‌ ଚିହ୍ନଟ

20/05/2020 at 12:08 PM

ଖୋର୍ଦ୍ଧା୨୦/୫: ଖୋର୍ଦ୍ଧା ଜିଲ୍ଲାରେ ପୁଣି ୭ କରୋନା ପଜିଟିଭ୍ ଚିହ୍ନଟ। ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି। ୭ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମୃତ, ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମର ୭୭ ବର୍ଷର ବୃଦ୍ଧ ଭୁବନେଶ୍ୱରରେ ଏମ୍ସ‌ରେ ଚିକିତ୍ସାଧିନ ଅବସ୍ଥାରେ ମୃତ ହୋଇଥିବା ସୂଚନା ମିଳିଛି । ଅନ୍ୟ ୬ ଆକ୍ରାନ୍ତଙ୍କ ମଧ୍ୟରେ ଟାଙ୍ଗୀ ବ୍ଲକ ଲେଣ୍ଡୁ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ୩ ଜଣ ଏମାନେ ଅହମଦାବାଦ ଫେରନ୍ତା ଓ ସରପାରୀ ଗ୍ରାମର ଜଣେ ଆକ୍ରାନ୍ତ ଅହମଦାବ ଫେରନ୍ତା ସେହିପରି ଖୋର୍ଦ୍ଧା ବ୍ଲକ ଓରବରସିଂହ ଗ୍ରାମର ଜଣେ ଗର୍ଭବତୀ ମହିଳା ସୁରତ ଫେରନ୍ତା । ଜଟଣୀ ଗଜପତିନଗରର ଜଣେ ଆକ୍ରାନ୍ତ ପଶ୍ଚିମ ବଙ୍ଗ ଫେରନ୍ତା ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ କ୍ବାରାନଟାଇନ ସେଣ୍ଟରରେ ଥିଲେ ଓ ସେମାନଙ୍କୁ କୋଭିଡ-୧୯ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ

   Related Posts