ଶିଶୁ ମୃତ୍ୟୁ ଘଟଣାରେ- ସରକାରଙ୍କ ୫-ଟି କୁ ଫୁ କରି ଉଡାଇ ଦେଲା ପରେ ବି ସରକାରୀ ବାବୁମାନଙ୍କ ବିରୋଧରେ ହେଲାନି କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | November 25, 2019 IST

ପଟ୍ଟାମୁଣ୍ଡାଇ ୨୫।୧୧ -  ସରକାରଙ୍କ ୫-ଟି କୁ ଫୁ କରି ଉଡାଇ ଦେଲା ପରେ ବି ସରକାରୀ ବାବୁମାନଙ୍କ ବିରୋଧରେ ହେଲାନି କୌଣସି କାର୍ଯ୍ୟାନୁଷ୍ଠାନ । କେନ୍ଦ୍ରାପଡା ରାଜନଗର ଡାଙ୍ଗମାଳ ସାରଦାପ୍ରସାଦ ଗାଁର ଶିଶୁ ମୃତ୍ୟୁ ଘଟଣାରେ ପୋଲିସ ଏତଲା ନରଖିବାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଲାଣି । ହେଲେ ଥାନା ବାବୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଘଟଣା ଆମ ବ୍ୟବସ୍ଥା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସରକାର ଯେଉଁ ଦୁଇଟି ବିଭାଗକୁ ୫-ଟିରେ ଯୋଡିଛନ୍ତି ସେହି ଦୁଇଟି ବିଭାଗର କର୍ମଚାରୀ ହିଁ ଏହାକୁ ଘୋର ଅବହେଳା କରିଚାଲିଛନ୍ତି ।…..

{"id":189825,"sizeSlug":"large"}

ପାଣିରେ ବୁଡି ଯାଇଥିବା ଗୁରୁତୁର ଶିଶୁକୁ ବଞ୍ଚାଇବାକୁ ପରିବାର ଲୋକେ ହସ୍ଟିଟାଲ୍ ଧରି ଦୌଡିଲେ । ହେଲେ ଡାକ୍ତରଙ୍କ ଦେଖା ମିଳିଲା ନାହିଁ । ଚିକିତ୍ସା ନପାଇ ଶିଶୁର ମୃତ୍ୟୁ ହେଲା ପରେ ଏତଲା ଦେବାକୁ ଏ ଥାନାରୁ ସେ ଥାନାକୁ ଦୌଡିଲେ ହେଲେ ଏତଲା ରଖାଗଲା ନାହିଁ । କାର୍ଯ୍ୟାରେ ଅବହେଳା କରିଥିବା ଏହି ଦୁଇ ବିଭାଗ ବାବୁଙ୍କ ପ୍ରତି ନା କାରଣ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନା ସେମାନଙ୍କୁ କାରଣ ଦର୍ଶାଇବା ପାଇଁ କୁହାଗଲା । ଏହା ହିଁ ଥିଲା ସରକାରଙ୍କ ଘୋଷିତ ୫-ଟି ଯୋଜନାର ବାସ୍ତବତା ।

{"id":189828,"sizeSlug":"large"}

ସରକାର ଯେଉଁ ସ୍ବାସ୍ଥ୍ୟ ଓ ପୋଲିସ ବିଭାଗକୁ ୫-ଟି ଯୋଜନାରେ ଯୋଡିଥିଲେ । ସେହି ଦୁଇଟି ବିଭାଗର ବାବୁମାନେ ହିଁ ଯୋଘୋଷଣାକୁ ଫୁ କରି ଉଡାଇ ଦେଲେ । କେନ୍ଦ୍ରାପଡା ରାଜନଗର ଡାଙ୍ଗମାଳ ସାରଦାପ୍ରସାଦ ଗାଁର ସୁବ୍ରତ ଗିରିଙ୍କ ପରିବାରକୁ ଏଯାଏଁ ୨୪ ଘଣ୍ଟା ବିତିଯାଇଥିଲେ ବି ନ୍ୟାୟ ମିଳିଲା ନାହିଁ । ଯାହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି ।

{"id":189829,"sizeSlug":"large"}

ଗତକାଲି ରାଜନଗର ଡାଙ୍ଗମାଳ ସାରଦାପ୍ରସାଦ ଗାଁର ସୁବ୍ରତ ଗିରିଙ୍କ ଚାରିବର୍ଷର ଝିଅ ଶୁଭଲକ୍ଷ୍ମୀ ପୋଖରୀରେ ବୁଡି ଯାଇଥିଲା । ପରିବାର ଲୋକେ ଡାଙ୍ଗମାଳ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ ହେଲେ ସେଠାରେ ଡାକ୍ତର ଉପସ୍ଥିତ ନଥିଲେ । ସେଠାରୁ ୫୦ କିମି ଦୂର ରାଜନଗର ଧରି ଆସିବା ବେଳେକୁ ଶିଶୁର ମୃତ୍ୟୁ ହୋଇଯାଇଥିଲା । ପୋଷ୍ଟମର୍ଟମ ପାଇଁ ଏତଲାର ଆବଶ୍ୟକତା ଥିବାରୁ ପରିବାର ଲୋକେ ରାଜନଗର ଥାନାକୁ ଯାଇଥିଲେ । ଘଟଣା ତାଙ୍କ ଥାନା ଅଧିନରେ ଆସୁନଥିବା କହି ଥାନା ଅଧିକାରୀ ତପନ କୁମାର ନାୟକ ଫେରାଇ ଦେଇଥିଲେ । ମୃତଦେହ ଧରି ସେଠାରୁ ପୁଣି ୫୦ କିମି ଦୂର ତଳଚୁଆ ଥାନାକୁ ଆସିଥିଲେ ପରିବାର ଲୋକେ । ସେଠାରେ ଏତଲା ଦେବା ପରେ ଆଳିରେ ପୋଷ୍ଟମର୍ଟମ୍ କରାଯାଇଥିଲା । ମୃତଦେହ ଧରି ବେଶ ଦହଗଞ୍ଜ ହୋଇଥିଲେ ପରିବାର ଲୋକେ । ତେବେ ଏନେଇ ଆମେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚାହିଁ ଥିଲେବି ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । 

ଏହି ଘଟଣା ସରକାରଙ୍କ 5-ଟି ଯୋଜନାର ବାସ୍ତବତାକୁ ପଦାରେ ପକାଇଛି । ସରକାରଙ୍କ ଯୋଜନାକୁ ପ୍ରହଶନରେ ପରିଣତ କରିଥିବା ରାଜନଗର ଥାନା ବାବୁଙ୍କ ବିରୋଧରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ କାହିଁକି ? ଡାକ୍ତରଖାନାରେ ଉପସ୍ଥିତ ନଥିବା ଡାକ୍ତରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ? ତାକୁ ନେଇ ଉଠିଛି ପ୍ରଶ୍ନବାଚୀ….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.