କନ୍ଧମାଳରେ ଆହୁରି କଡ଼ାକଡ଼ି ହେଲା କ୍ବାରେଣ୍ଟାଇନ୍ ବ୍ୟବସ୍ଥା
27/04/2020 at 6:33 PM

କନ୍ଧମାଳ୨୭/୪: ଭୟାଭୟ କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ସରକାର ମେ ୩ ଯାଏଁ ଲକଡାଉନ୍ ଘୋଷଣା କରିଛନ୍ତି। ଫଳରେ ଲକଡାଉନ୍ ଯୋଗୁଁ କନ୍ଧମାଳ ଜିଲ୍ଲାର ହଜାର ହଜାର ଶ୍ରମିକ ରାଜ୍ୟ ବାହାରେ ଫସି ରହିଛନ୍ତି। ଲକଡାଉନ୍ ଉଠିବା ପରେ ସେମାନେ ନିଜ ନିଜ ଗାଁକୁ ଫେରିବେ। ପହଁଞ୍ଚିବା ପରେ ନିଜ ନିଜ ପଞ୍ଚାୟତର କ୍ବାରେଣ୍ଟାଇନ୍ କେନ୍ଦ୍ରରେ ସମସ୍ତଙ୍କୁ ରଖାଯିବ। ବାହାରୁ ଫେରିଥିବା ସମସ୍ତଙ୍କୁ ୧୪ ଲେଖାଏଁ କ୍ବାରେଣ୍ଟାଇନ୍ରେ ରଖାଯିବ। ଏଣୁ ସେମାନେ ଯେପରି ଭଲ ଭାବେ ରହିବେ, ସେ ନେଇ ପଞ୍ଚାୟତ ଗୁଡିକରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ମହିଳା ମାନଙ୍କ ପାଇଁ ଅଲଗା ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଲବାଣୀ ବ୍ଲକର ତୁଡିପାଜୁ ପଞ୍ଚାୟତର ନବୋଦ୍ବୟ ବିଦ୍ୟାଳୟ ପରିସରରେ କ୍ବାରେଣ୍ଟାଇନ୍ର ବ୍ୟବସ୍ଥା କରାଯାଇଛି।