ଖୁସି ଖବର: ମାତ୍ର ୪୫ ମିନିଟ୍‌ରେ ଚିହ୍ନଟ ହେବେ କରୋନା ସଂକ୍ରମିତ

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ ୨୨/୦୩ : ଆମେରିକା ଫୁଡ ଆଣ୍ଡ ଡ୍ରଗ୍ସ ଆଡ୍ମିନିଷ୍ଟ୍ରେସନ କରୋନା ଭାଇରସ ପରୀକ୍ଷା ପାଇଁ ଏକା ନୂଆ ପରୀକ୍ଷାକୁ ମଞ୍ଜୁରୀ ଦେଇଛନ୍ତି | ଏହି ନୂଆ ପରୀକ୍ଷା ପୁରୁଣା ପରୀକ୍ଷା ତୁଳନାରେ ଅଧିକ ସକ୍ଷମ| ଯେଉଁଠାରେ ରୋଗୀ ଅଛନ୍ତି ସେଠାକୁ ଯାଇ ମଧ୍ୟ ପରୀକ୍ଷା କରାଯାଇପାରିବ | ୪୫ ମିନିଟ ଭିତରେ ଜଣାପଡ଼ିଯିବ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଅଛନ୍ତି ନାଁ ନାହିଁ |

କାଲିଫର୍ନିଆର ଔଷଧ କମ୍ପାନୀ ସେଫିଡ଼ ଏହି ପରୀକ୍ଷା ପ୍ରସ୍ତୁତ କରିଛି | ଏହି ପରୀକ୍ଷା ଫଳରେ ଗମ୍ଭୀର ଭାବେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସମ୍ପର୍କରେ ଶୀଘ୍ର ଜଣାପଡିବ ଓ ତାର ଚିକିତ୍ସା ମଧ୍ୟ କରାଯାଇପାରିବ | ଆସନ୍ତା ସପ୍ତାହରେ ଏହି ପରୀକ୍ଷା ଆମେରିକାରେ ଆରମ୍ଭ କରାଯିବାର ସମ୍ଭାବନା ରହିଛି | ସାଧାରଣତଃ କରୋନା ପରୀକ୍ଷା ରିପୋର୍ଟ ୨/୩ ଦିନରେ ଆସିଥାଏ |

ସେଫିଡ଼ର ମୁଖ୍ୟ ମେଡିକାଲ ଆଣ୍ଡ ଟେକ୍ନୋଲୋଜି ଅଫିସର ଡେବିଡ ପର୍ସିଙ୍ଗ କହିଛନ୍ତି ଯେ, ଏହାର ୫ ହଜାର ୟୁନିଟ ପ୍ରସ୍ତୁତ ହୋଇସାରିଛି ଏବଂ ଏହା ସିଧାସଳଖ ହସ୍ପିଟାଲକୁ ଦିଆଯିବ | ଏହି ପରୀକ୍ଷା କରିବା ପାଇଁ କାହାକୁ କୌଣସି ଟ୍ରେନିଂ ଦେବା ଆବଶ୍ୟକ ନୁହଁ | ଏହା ଅଟୋମେଟିକ ଏବଂ ୨୪ ଘଣ୍ଟା କାମ କରିଥାଏ |

ଏଫଡିଏ କମିଶନର ଷ୍ଟିଫନଙ୍କ କହିବାନୁଯାୟୀ, ପରିଣାମ ଉପରେ ସବୁ ନିର୍ଭର କରେ | ପରୀକ୍ଷା ରିପୋର୍ଟ ନ ଆସିବା ଯାଏଁ ଡାକ୍ତର ମଧ୍ୟ କିଛି କରିପାରିବେ ନାହିଁ | ରୋଗୀଙ୍କ ଚିକିତ୍ସା ମଧ୍ୟ ଶୀଘ୍ର କରାଯାଇପାରିବ | କରୋନାକୁ ନିୟନ୍ତ୍ରଣ କରିବାରେ ଏହା ଏକା ମହତ୍ଵପୁର୍ଣ ପଦକ୍ଷେପ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.