Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଭାରତରେ ଶହେ ଜଣ ଭାରତୀୟଙ୍କ ଉପରେ ପରୀକ୍ଷା ହେବ ରୁଷ କରୋନା ଟିକା Sputnik V

23/10/2020 at 9:14 AM

ମସ୍କୋ ୨୩/୧୦: କୋଭିଡ୍-୧୯ ଭାକସିନ୍ ସନ୍ଧାନରେ ରହିଛନ୍ତି ସମଗ୍ର ଦେଶବାସୀ। ଭାରତ ସରକାର ମଧ୍ୟ ଏହି ଚେଷ୍ଟାରେ ଲାଗିଛନ୍ତି ଯେ ଯେତେ​‌ ଶୀଘ୍ର କରୋନା ଭାକସିନ ଆସୁ। ଏହାରି ଭିତରେ ଭାରତରେ ରୁଷ ସ୍ପୁଟନିକ ଭି ଭାକସିନର ପରୀକ୍ଷଣ ୧୦୦ ଭାରତୀୟ ସ୍ବେଚ୍ଛାସେବୀଙ୍କ ଉପରେ କରାଯିବ। ଡିସିଜିଆଇ ଏହି ସୂଚନା ଅକ୍ଟୋବର ୨୨ରେ ଦେଇଛନ୍ତି। ପରୀକ୍ଷଣ ପାଇଁ ଫାର୍ମାସ୍ୟୁଟିକାଲ କମ୍ପାନି ଡାକ୍ତର ରେଡ୍ଡି’ସ ଲାବ୍ରୋଟୋରିକୁ ଅନୁମତି ଦିଆଯାଇଛି। ଯଦିଓ ପରୀକ୍ଷଣର ତାରିଖ ଓ ସମୟ କମ୍ପାନି ଦ୍ବାରା ସ୍ଥିର ହେବ।

ତୃତୀୟ ପର୍ଯ୍ୟାୟରେ ରୁଷ ଟିକା ପହଞ୍ଚିବା ପୂର୍ବରୁ ଏହାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ଡିସିଜିଆଇ ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ଡାକ୍ତର ରେଡ୍ଡି’ସଙ୍କ ଲ୍ୟାବକୁ ଅନୁମତି ଦେଇଛନ୍ତି। ଏବେ ଟିକାର ୨ୟ ପର୍ଯ୍ୟାୟ ପରୀକ୍ଷଣ ୧୦୦ ଲୋକଙ୍କ ଉପରେ କରାଯିବ। ସେହିପରି ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୧୪ଶହ ଲୋକ ସାମିଲ ହେବେ।

୧୦୦ ଲୋକଙ୍କ ଦ୍ବାରା ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହେବା ପରେ ଏହାର ବିଶ୍ଲେଷଣ ବିଶେଷଜ୍ଞଙ୍କ ଦ୍ବାରା କରାଯିବ। ଏହି ଆଧାରରେ ହିଁ ଫେଜ-୩ କ୍ଲିନିକାଲ ଟ୍ରାଏଲ ପାଇଁ ଡାକ୍ତର ରେଡ୍ଡି’ସଙ୍କ ଲାବ୍ରୋଟରିକୁ ଅନୁମତି ଦିଆଯିବ।

   Related Posts