ଭାରତରେ ପ୍ରତି ୩ମିନିଟରେ ହେଉଛି ଜଣେ ବ୍ୟକ୍ତିଙ୍କୁ ବ୍ରେନ ଷ୍ଟୋକ୍ : ଜାଣନ୍ତୁ ଏହାର ଲକ୍ଷଣ

Published By : Prameya-News7 Bureau | September 05, 2019 IST

ନୂଆଦିଲ୍ଲୀ ୫/୯: ଭାରତ ଏକ ବୃହତ୍ତମ ଏବଂ ବିକାଶଶୀଳ ଦେଶ। ଏହି କଥା ତ ଆମେ ସମସ୍ତେ ଜାଣିଛୁ। କେବଳ ଏତିକି ନୁହେଁ ଭାରତରେ ଡାକ୍ତରଙ୍କ ସଂଖ୍ୟା ମଧ୍ୟ ଅଧିକ। କିନ୍ତୁ ଏହି ଦେଶର ଏକମାତ୍ର ବିଡ଼ମ୍ବନା ହେଉଛି ଯେ ଏଠାରେ ଅଧିକ ରୋଗ ହୋଇଥାଏ। ଯେଭଳି ଭାବରେ ଖବର ବ୍ୟାପିଥାଏ ଏଠାରେ ସେଭଳି ରୋଗ ବ୍ୟାପିଥାଏ। ଆଜି ଆମେ ଆଲୋଚନା କରିବା ବ୍ରେନ୍ ଷ୍ଟୋକ୍ ବିଷୟରେ,

ମସ୍ତିଷ୍କ ଆମ ଶରୀରର କର୍ତ୍ତା ଧର୍ତ୍ତା ଭାବେ ଜଣାଯାଏ। ଯେପରି ଆମ ଜୀବନ ପାଣି,ଭୋଜନ ଏବଂ ପବନ ଉପରେ ନିର୍ଭର କରିଥାଏ ଠିକ୍ ସେହିପରି ଶରୀରର ସମସ୍ତ କାର୍ଯ୍ୟପ୍ରଣାଳୀ ମସ୍ତିଷ୍କ ଉପରେ ନିର୍ଭର କରିଥାଏ। କେତେକ ଲୋକ ଏହି ବ୍ରେନ୍ ଷ୍ଟୋକ୍ ବିଷୟରେ ଜାଣିନଥିବେ।

ବ୍ରେନ୍ ଷ୍ଟୋକ୍ ଯୋଗୁଁ ଭାରତରେ ପ୍ରତି ୩ମିନିଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ। ପ୍ରତି ବର୍ଷ ୧୫ଲକ୍ଷ ଭାରତୀୟ ବ୍ରେନ ଷ୍ଟୋକର ଶିକାର ହେଉଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ୯୦ପ୍ରତିଶତ ରୋଗୀ ଠିକ୍ ସମୟରେ ହସ୍ପିଟାଲକୁ ପହଞ୍ଚିପାରନ୍ତି ନାହିଁ। ୫୫ବର୍ଷ ବୟସ ପରେ ପ୍ରତି ୬ଜଣରୁ ଜଣେ ପୁରୁଷ ଏବଂ ପ୍ରତି ୫ଜଣରୁ ଜଣେ ମହିଳା ବ୍ରେନ ଷ୍ଟୋକ୍ ହେବାର ଆଶଙ୍କା ବଢ଼ିଯାଇଥାଏ।

ହୃଦଘାତର ଲକ୍ଷଣ ଭଳି ବ୍ରେନ ଷ୍ଟୋକର ଲକ୍ଷଣ ହୋଇନଥାଏ ବରଂ ଏହା ଆପଣଙ୍କ ବ୍ରେନର କେଉଁ ଭାଗକୁ ପ୍ରଭାବିତ କରୁଛି ଏହା ଉପରେ ଲକ୍ଷଣ ନିର୍ଭର କରିଥାଏ। ଯଦି କୌଣସି ବ୍ୟକ୍ତିଙ୍କୁ ଠିଆ ହେବାରେ ସମସ୍ୟା ହେଉଥିବ,କହୁ କହୁ ହଠାତ୍ ବ୍ୟକ୍ତିଙ୍କ କଥା ଅଟକିଯିବ,ହଠାତ୍ ଆଖିକୁ କିଛି ଦେଖାଯିବ ନାହିଁ, ହଠାତ୍ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଗଲେ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.