Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ସମ୍ବଲପୁରରେ ଅସହ୍ୟ ଗ୍ରୀଷ୍ମ, ଗରମ ଓ ଗୁଳୁଗୁଳି ସାଙ୍ଗକୁ ଜଳକଷ୍ଟ, ତ୍ରାହିତ୍ରାହି ଡାକିଲେଣି ଲୋକ

26/04/2019 at 8:10 PM

ସମ୍ବଲପୁର୨୬|୪: ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି। ତାଉପରେ ଦାଉସାଧୁଛି ଜଳକଷ୍ଟ । ଯାହା ଲୋକଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି । ସମ୍ବଲପୁରରେ ଗତ କିଛି ଦିନହେଲା ପାରଦ ୪୦ ତଳକୁ ଖସୁନି । ଖରାରୁ ରକ୍ଷା ପାଇବାକୁ ଲୋକେ ତ୍ରାହିତ୍ରାହି ଡାକିଲେଣି ।

ଖଇଫୁଟାଖରା । ଘରୁ ବାହାରକୁ ବାହାରିଲେ ଅଗ୍ନିବର୍ଷା ପରି ଲାଗୁଛି ।  ଅସହ୍ୟ ତାତିରେ ଜନଜୀବନ ସନ୍ତୁଳି ହୋଇ ପଡିଲାଣି । ସ୍ଥିତି ଏବେ ଏପରି ହୋଇଛି ଯେ, ସକାଳ ୯ଟା ପରେ ସନ୍ଧ୍ୟା ୬ ପୂର୍ବରୁ  ଜରୁରୀ କାମ ନ ଥିଲେ ଲୋକେ ଘରୁ ବାହାରକୁ ବାହାରିବାକୁ ଉଚିତ ମଣୁ ନାହାନ୍ତି । ରାସ୍ତାରେ କାଁଭାଁ ଗାଡିମଟର ଯିବାଆସିବା କରୁଛି । ମୁହଁରେ ଓଦା ଗାମୁଛା ଘୋଡାଇ ବାହାରିବାକୁ ପଡୁଛି।

ଗୋଟେ ପଟେ ଖରା ତାତି ଅନ୍ୟପଟେ ଜଳକଷ୍ଟ, ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି । ସହରକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯାଉଛି । ହେଲେ ତାହା ବି  ନିୟମିତ ଭାବେ ହେଉନାହିଁ । ଏଣୁ ଲୋକେ ହଇରାଣ ହେଉଛନ୍ତି । ଯେଉଁ ଦିନ ଟ୍ୟାଙ୍କର ଆସୁଛି ଶହଶହ ଲୋକ ହାଣ୍ଡି,ମାଠିଆ ଧରି ଧାଡି ବାନ୍ଧି ପାଣି ନେବାର  ଦୃଶ୍ୟ ଦେଖିଲେ ଏହା ସମ୍ବଲପୁର ମହାନଗରନିଗମ ନା କୌଣସି ଗ୍ରାମାଞ୍ଚଳ ତାହା ଜାଣିବା କଷ୍ଟକର। ସହରର ୮୦ରୁ ଅଧିକ ନଳକୂପ ଅଚଳ ହୋଇ ପଡିଛି । ଲୋକେ ନଦୀନାଳରୁ ପାଣି ନେଇ ଚଳୁଛନ୍ତି । ଲୋକେ ତାତିରୁ ରକ୍ଷାପାଇବାକୁ ତ୍ରାହିତ୍ରାହି ଡାକିଲେଣି । ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରୀ ବିଶ୍ରାମସ୍ଥଳ ମଧ୍ୟ ଖୋଲି ନାହାନ୍ତି । ଏଣୁ ସାଧାରଣରେ  ଅସନ୍ତୋଷ ପ୍ରକାଶ ପାଇଛି ।

   Related Posts