କମିବ ସରକାରୀ କର୍ମଚାରୀଙ୍କ ଇନ୍‌-ହ୍ୟାଣ୍ଡ ଦରମା, ସରକାର କଣ ଯୋଜନା କରୁଛନ୍ତି ଜାଣନ୍ତୁ

Published By : Prameya-News7 Bureau | June 06, 2021 IST

ନୂଆଦିଲ୍ଲୀ ୬/୬ : କରୋନା କାଳରେ ସରକାରୀ କର୍ମଚାରୀଙ୍କ ପାଇଁ ଦୁଃଖ ଖବର। ଏଣିକି ଇନ୍‌ ହ୍ୟାଣ୍ଡ ଦରମା କମ କରିବେ ସରକାର। ଆଗାମୀ କିଛି ମାସ ମଧ୍ୟରେ ନୂଆ ନିୟମ ଲାଗୁ କରିବେ କେନ୍ଦ୍ର ସରକାର। ନୂଆ ଶ୍ରମ ଆଇନ ଆସିବା ପରେ ମାସିକ ଦରମା କମ୍‌ ମିଳିବ। ସରକାରୀ କର୍ମଚାରୀଙ୍କୁ ମିଳୁଥିବା ମାସିକ ଦରମା ହ୍ରାସ ହେବ ବୋଲି ଜଣାପଡ଼ିଛି।

କିନ୍ତୁ ମାସିକ ଦରମା ହ୍ରାସ ହେବାକୁ ଥିବା ବେଳେ ଭବିଷ୍ୟ ନିଧି(ପିଏଫ)ର ପରିମାଣ ବଢିବ। କର୍ମଚାରୀଙ୍କ ପିଏଫରେ ଅଧିକ ଟଙ୍କା ଜମା ହେବ । ଶ୍ରମ ମନ୍ତ୍ରଣାଳୟ ଚାରି ନିୟମ ଔଦୋଗିକ ସମ୍ବନ୍ଧ, ବେତନ, ସାମାଜିକ ସୁରକ୍ଷା, ବ୍ୟବସାୟିକ ଓ ସ୍ବାସ୍ଥ୍ୟ ସୁରକ୍ଷା ୨୦୨୧ ଏପ୍ରିଲରେ ଲାଗୁ କରିବାକୁ ପ୍ରସ୍ତୁତ ଥିଲା । ମାତ୍ର ଏହାର କ୍ରିୟାନ୍ୱୟନ ହୋଇ ପାରିନଥିଲା । ଏବେ ଏହାକୁ ଆଗାମୀ କିଛି ମାସରେ ସରକାର ଳାଗୁ କରିବେ ବୋଲି ଜଣାପଡ଼ିଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅନେକ ରାଜ୍ୟ ଏହି ଚାରି ନିୟମରେ ସହମତି ପ୍ରକାଶ କରିନାହାନ୍ତି।  ତେବେ କେଉଁ ରାଜ୍ୟ ଏହାକୁ ଲାଗୁ କରିବ କି ନକରିବ କେନ୍ଦ୍ର ସରକାର ସର୍ବଦା ଅପେକ୍ଷା କରି ପାରିବେ ନାହିଁ । ମାସେ କି ଦୁଇ ମାସ ମଧ୍ୟରେ ଏହି ନିୟମ ଲାଗୁ କରିବାକୁ ସରକାର ପ୍ରସ୍ତୁତି କରୁଛନ୍ତି। କିଛି ରାଜ୍ୟ ନିୟମର ଡ୍ରାଫ୍ଟ ପୂର୍ବରୁ ଜାରି କରି ସାରିଛନ୍ତି । ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ହରିୟାଣା, ଓଡିଶା, ପଞ୍ଜାବ, କର୍ଣ୍ଣାଟକ ଓ ଉତରାଖଣ୍ଡ ସାମିଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.