Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଇଣ୍ଟରନେଟ୍ ଅଭାବରୁ ମାଇକ୍‌ରେ ଚାଲିଛି ପିଲାଙ୍କ ପାଠପଢ଼ା, ସର୍ବସାଧାରଣ ସ୍ଥାନରେ ଲାଗିଛି ୧୬ଟି ମାଇକ

17/10/2020 at 4:02 PM

ଗୁଜରାଟ ୧୭/୧୦: କରୋନା ମହାମାରୀ ଯୋଗୁ ପିଲାଙ୍କ ପାଠପଢ଼ା ଅନଲାଇନରେ ଚାଲିଛି। ସରକାର ମଧ୍ୟ ଏଇ ନିଷ୍ପତ୍ତି ନେଇଛନ୍ତି। ତେବେ ଏମିତି ବହୁତ ଇଲାକା ଅଛି ଯେଉଁଠି ପିଲା ପାଠ ପଢ଼ିପାରୁ ନାହାନ୍ତି। ଗୁଜରାଟର ବସାନାକାଣ୍ଠ ଜିଲ୍ଲାର ପାରପଡ଼ା ଗାଁରେ ପିଲାମାନେ ମାଇକ ସାହାଯ୍ୟରେ ପାଠ ପଢ଼ୁଛନ୍ତି। ଏହାର କାରଣ ହେଉଛି ଏଠାରେ ଅଧିକାଂଶ ଲୋକଙ୍କ ପାଖରେ ଆଣ୍ଡ୍ରଏଡ୍ ଫୋନ୍ କି ଇଣ୍ଟରନେଟ୍ ସୁବିଧା ନାହିଁ। ଏ ପାଇଁ ୨୦୦ ପିଲା ଅନଲାଇନରେ ପାଠ ପଢ଼ିବାରୁ ବଞ୍ଚିତ ହୋଇଛନ୍ତି।

ତେବେ ଏ ସମସ୍ୟା ଶିକ୍ଷକମାନଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିବାରୁ ଏହା ଉପରେ ବିଚାର ବିମର୍ଶ ଜାରି ରହିଲା। ଫୋନ୍, ନେଟଓ୍ବର୍କ ଅଭାବ ଯୋଗୁ ମାଇକ ସାହାଯ୍ୟରେ ପଢ଼ା କାର୍ଯ୍ୟ ଜାରି ରହିବା ନିଷ୍ପତ୍ତି ହେଲା। ପିଲାଙ୍କ ପାଠ ପଢ଼ା ପାଇଁ ସର୍ବସାଧରଣ ସ୍ଥାନରେ ୧୬ଟି ମାଇକ ଲାଗିଛି। ଏ କାମ ପାଇଁ ଗ୍ରାମ ପଞ୍ଚାୟତଙ୍କ ସହ ଯୋଗାଯୋଗ କରାଯାଇ ଥିଲା। ଯାହା ପରେ ୧୬ଟି ମାଇକ ସାହାଯ୍ୟରେ ପଢ଼ା ଆରମ୍ଭ ହୋଇଛି।

ଅଭିଭାବକଙ୍କ ଅନାବଶ୍ୟକ ଖର୍ଚ ବଞ୍ଚାଇବା ପାଇଁ ଏହି ପ୍ରୟାସ କରାଯାଇ ଥିବା ମଧ୍ୟ କୁହାଯାଉଛି। ଅଧିକାଂଶ ଅଭିଭାବକ ମାନେ ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତାରେ ଥିଲେ। ସେମାନଙ୍କ ଚିନ୍ତା ଦୂର କରିବା ପାଇଁ ମାଇକରେ ପଢ଼ା କାର୍ଯ୍ୟ ଚାଲିଛି।

   Related Posts