ଲଦାଖରେ ଭାରତ ସାମ୍ନାରେ ଚୀନ୍ ଚିତପଟାଙ୍ଗ, ଦେଖାଦେଲାଣି ଜିନପିଙ୍ଗଙ୍କ ଭବିଷ୍ୟତ ଉପରେ ବିପଦ

Published By : Prameya-News7 Bureau | September 15, 2020 IST

ନୂଆଦିଲ୍ଲୀ ୧୫/୦୯: ଲଦାଖରେ ଭାରତ ଶକ୍ତି ଓ ସାମର୍ଥ୍ୟ ସାମ୍ନାରେ ଚୀନ୍ ଚିତାପଟାଙ୍ଗ୍ ହୋଇଛି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତୀୟ ସୈନିକଙ୍କୁ ପଛକୁ ହଟାଇବାରେ ଚୀନ ବିଫଳ ହୋଇଛି। ଏହାର ଅର୍ଥ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ପାଖରେ କାହାକୁ ଭୟଭୀତ କରାଇବାର କ୍ଷମତା ଆଉ ନାହିଁ।

ଜଣେ ଓକିଲ ଓ ଟିପ୍ପଣୀକାର ଗାର୍ଡନ ଜି ଚାଙ୍ଗଙ୍କ ଦ୍ବାରା ଲିଖିତ ନ୍ୟୁଜ୍ଓ୍ବିକର ଓପନିୟନ ଆର୍ଟିକଲ ଅନୁସାରେ ଚୀନ ରାଷ୍ଟ୍ରପତି ଏଲଏସିର ଅଧିକ କ୍ଷେତ୍ରରେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ର ଅସଫଳ ହାଇ-ପ୍ରୋଫାଇଲ ଅନୁପ୍ରବେଶକାରୀଙ୍କ ସହ ନିଜ ଭବିଷ୍ୟତକୁ ବିପଦରେ ପକାଇଛନ୍ତି। ଜିନପିଙ୍ଗ ଭାରତରେ ଏହି ଆକ୍ରମଣାତ୍ମକ ପଦକ୍ଷେପର ‘ବାସ୍ତୁକାର’ ଓ ଚୀନା ସୈନିକ ଅପ୍ରତ୍ୟାଶିତ ଭାବେ ବିଫଳ ହୋଇଯାଇଛନ୍ତି ବୋଲି ଲେଖକ କହିଛନ୍ତି।

ଏଲଏସିରେ ଚୀନ ସେନା ବିଫଳ ହେବ ଓ ଜିନପିଙ୍ଗଙ୍କ ବିଶ୍ବସ୍ତ ତଥ୍ୟ ସହିତ ସଶସ୍ତ୍ରବାହିନରରେ ବିରୋଧୀଙ୍କ ସ୍ଥାନ ନେବାର ଏକ ବାହାନା ହେବ। ଯଦିଓ ଏ ଅସଫଳତା ତାଙ୍କୁ ଉତ୍ସାହିତ କରିଥାଏ ମାତ୍ର ଚୀନ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ର ସୈନ୍ୟ ଆୟୋଗର ଅଧ୍ୟକ୍ଷ ଭାବରେ ପିଏଲଏର ନେତା।

ମେ ମାସ ପ୍ରାରମ୍ଭରେ ଚୀନ ସୈନିକ ଲଦାଖରେ ତିନିଟି ଅଲଗା ଅଲଗା ସ୍ଥାନରେ ଏଲଏସିର ଦକ୍ଷିଣକୁ ଗଲେ। ସୀମାର ଖରାପ ସୀମାଙ୍କନ ସହିତ ଚୀନା ସୈନ୍ୟମାନେ ବର୍ଷ ବର୍ଷ ଧରି ଭାରତୀୟ ସେନ୍ୟଙ୍କ ପଦ ପଦବୀରେ ରହି ଆସିଛନ୍ତି। ବିଶେଷକରି ଯେତେବେଳେ ଶିଙ୍କୁ ୨୦୧୨ରେ ପାର୍ଟିର ମହାସଚିବ ଭାବେ ନିଯୁକ୍ତ କରାଯାଇଥିଲା।

ଉଲ୍ଲେଖନୀୟ ଯେ ମାସ ମାସ ଧରି ଭାରତ-ଚୀନ ମଧ୍ୟରେ ପୂର୍ବ ଲଦାଖରେ ଏଲଏସିରେ ବିରୋଧ ଜାରି ରହିଛି। ଚୀନ ସେନା କ୍ରମାଗତ ଉସୁକାଇ ଭଳି ହରକତ କରୁଛନ୍ତି ଯାହାର ଜବାବ ମଧ୍ୟ ଭାରତୀୟ ସେନା ଦେଉଛନ୍ତି। ପୂରା ଦୁନିଆକୁ ଜଣା ଯେ ଜିନପିଙ୍ଗଙ୍କ ସୈନ୍ୟ ଭାରତୀୟ ଯବାନଙ୍କୁ ଉସୁକାଇବା କାମ କରୁଛି। ଅନ୍ୟପକ୍ଷେ ଚୀନ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସର ଏକ ଆଲେଖ୍ୟରେ କୁହାଯାଇଛି ଯେ ଭାରତରେ ସୀମାରେ ଉସୁକାଉଥିବା ଓଲଟା ଆରୋପ ଲଗାଇଛି। ଏହା ସହ ଚୀନ, ଭାରତ ଓ ଆମେରିକାର ଗଭୀର ବନ୍ଧୁତାକୁ ନାପସନ୍ଦ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.