Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପିତା ଓ ଭାଇଙ୍କ ମୃତ୍ୟୁ ବି କରିପାରିଲାନି ଲକ୍ଷ୍ୟଭ୍ରଷ୍ଟ, ପ୍ରଥମ ଚେଷ୍ଟାରେ ଆଇଏଏସ୍ ହୋଇ ପୁରଣ କଲେ ବାପାଙ୍କ ସ୍ୱପ୍ନ

1/08/2019 at 7:03 PM

ନୂଆଦିଲ୍ଲୀ: ୟୁପିଏସସିରେ ୨୬ତମ ସ୍ଥାନ ହାସଲ କରି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହୋଇଥିବା ହିମାଂଶୁ ନାଗପାଲଙ୍କ କାହାଣୀ ବାସ୍ତବରେ ସମସ୍ତଙ୍କ ଲାଗି ପ୍ରେରଣା ଦାୟକ। ହରିୟାଣାର ଏକ ଛୋଟ ଗାଁରୁ ଆସିଥିବା ଏହି ଯୁବକ ଉଚ୍ଚତର ଶିକ୍ଷାର ପ୍ରଥମ ପାହାଚରେ ପିତା ଓ ପରେ ବଡ ଭାଇଙ୍କୁ ହରାଇଥିଲେ ବି ପ୍ରଥମ ଚେଷ୍ଟାରେ ବାପାଙ୍କ ସ୍ୱପ୍ନ ପୁରଣ କରି ଦେଖାଇଛନ୍ତି। ଆସନ୍ତୁ ଜାଣିବା ହରିୟାଣା ଭୁନାରୁ ନାଗପାଲଙ୍କ ପ୍ରଶାସନିକ ସେବା ଅଧିକାରୀ ପର୍ଯ୍ୟନ୍ତ ଯାତ୍ରାର କାହାଣୀ।

ସଂଘୀୟ ଲୋକ ସେବା ଆୟୋଗ (ୟୁପିଏସସି) ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ହରିୟାଣା ଭୁନାର ହିମାଂଶୁ ନାଗପାଲ ପ୍ରଥମ ଶହେ ଜଣଙ୍କ ମଧ୍ୟରେ ୨୬ ତମ ସ୍ଥାନରେ ଅଛନ୍ତି। ସେ ପ୍ରଥମ ଚେଷ୍ଟାରେ ୟୁପିଏସସି ପରୀକ୍ଷା ଉତୀର୍ଣ୍ଣ ହେବା ସମସ୍ତଙ୍କୁ ଚକିତ କରିଛି। ମେଧାବୀ ଛାତ୍ର ହିମାଂଶୁଙ୍କ ୟୁପିଏସସି ପରୀକ୍ଷା ପର୍ଯ୍ୟନ୍ତ ଯାତ୍ରା ବାସ୍ତବିକ କଷ୍ଟକର।

ସେ ଦ୍ୱାଦଶ ଉତୀର୍ଣ୍ଣ ହେବା ପରେ ତାଙ୍କ ପିତା ତାଙ୍କୁ ଦିଲ୍ଲୀର ହଂସରାଜ କଲେଜରେ ଆଡମିସନ କରାଇଥିଲେ। ଏଥିନିମନ୍ତେ ତାଙ୍କ ସାଥୀରେ ଆସି ତାଙ୍କୁ କଲେଜରେ ଆଡମିଶନ କରାଇବା ସହ ହଷ୍ଟେଲରେ ରଖାଇ ଗାଁକୁ ଫେରିଥିଲେ। ତେବେ ଗାଁକୁ ଫେରିବା ବେଳେ ହଷ୍ଟେଲରେ ଲାଗିଥିବା ବୋର୍ଡରେ ସିନିୟର ଛାତ୍ରମାନଙ୍କ ନାମସହ ପୁଅର ନାମ ଦେଖିବାକୁ ଚାହେଁ ବୋଲି କହିଥିଲେ। ହେଲେ ସେଦିନ ନିୟତିକୁ ଅନ୍ୟ କିଛି ମଞ୍ଜୁର ଥିଲା। ଫେରିବା ବାଟରେ ପିତା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

କଲେଜରେ ନୂଆ ନୂଆ ଆଡମିସନ ଓ ପିତାଙ୍କ ମୃତ୍ୟୁରେ ନାଗପାଲ ଖୁବ ଭାଙ୍ଗି ପଡିଥିଲେ। ତେବେ ଶିକ୍ଷକ ଓ ସାଥୀ ଛାତ୍ରଛାତ୍ରୀଙ୍କ ସ୍ନେହ ଶ୍ରଦ୍ଧା ତାଙ୍କ ଉଚ୍ଚତର ଶିକ୍ଷା ଆରମ୍ଭରେ ବେଶ୍ ସହାୟକ ହୋଇଥିଲା। କଲେଜ ଶିକ୍ଷା  ସମାପ୍ତ ହେବା ଆଗରୁ ଗାଁରେ ରହି ଘର ବୁଝା ସୁଝା କରୁଥିବା ଭାଇଙ୍କର ମୃତ୍ୟୁ ତାଙ୍କୁ ପୁରା ଦୋହଲାଇ ଦେଇଥିଲା। ଭାବିଥିଲେ ଏଥର ପଢାରେ ଡୋରି ବନ୍ଧା ହୋଇଯିବ। ହେଲେ ବି ସେ ଉଚ୍ଚତର ଶିକ୍ଷା ସମାପନ କରି ନିଜକୁ ନିଜେ ସିଭିଲ ସର୍ଭିସ ଲାଗି ପ୍ରସ୍ତୁତ କରିବାରେ ଲାଗିପଡିଥିଲେ।

କାକାଙ୍କ ପରାମର୍ଶ ଓ ମାର୍ଗଦର୍ଶନରେ ସେ ସ୍ୱପ୍ନ ପୁରା କରିବାକୁ ସଫଳ ହୋଇଛନ୍ତି। ଏକ ନିପଟ ମଫସଲ ଗାଁର ସରକାରୀ ସ୍କୁଲରୁ ୫ ଶ୍ରେଣୀ ଉତୀର୍ଣ୍ଣ ହେବା ପରେ ବଡ ସ୍କୁଲରେ ତାଙ୍କର ଆଡମିଶନ ହୋଇଥିଲା। ଇଂରାଜୀ କହିବି ପାରୁନଥିଲେ ନାଗପାଲ। ହେଲେ ଉଚ୍ଚତର ଶିକ୍ଷା ସମାପନ ସହ ନିଜକୁ ସବୁ ବିଷୟର ମଜଭୁତ କରିବା ସହ ସିଭିଲ ସର୍ଭିସ ମଧ୍ଯ ଉତୀର୍ଣ୍ଣ ହୋଇଛନ୍ତି।

   Related Posts