Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଲକ୍‌ଡାଉନ୍‌ ୨.୦: ଆଗାମୀ ୩ ମାସ ପର୍ଯ୍ୟନ୍ତ ୮୦ କୋଟି ଲୋକଙ୍କୁ ମାଗଣାରେ ମିଳିବ ଚାଉଳ, ଗହମ

14/04/2020 at 5:10 PM

ନୂଆଦିଲ୍ଲୀ ୧୪।୦୪:  ଦେଶରେ ଲକ୍‌ଡାଉନ୍‌ ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ସହିତ ସରକାର ଗରିବଙ୍କ ପାଇଁ ରିଲିଫ ଯୋଜନା ମଧ୍ୟ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଆଗାମୀ ତିନି ମାସ ପର୍ଯ୍ୟନ୍ତ ୮୦ କୋଟି ଗରିବଙ୍କୁ ପ୍ରତି ମାସରେ ୫ କିଲୋ ଲେଖାଏଁ ଚାଉଳ/ଗହମ ଦେବାକୁ ଘୋଷଣା କରିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଓ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR) ସହିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଗୃହ ମନ୍ତ୍ରଣାଳୟର ମୁଖପାତ୍ର ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି, ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାର ସ୍ଥିତି ନିୟନ୍ତ୍ରଣରେ ରହିଛି। ପ୍ରଧାନମନ୍ତ୍ରୀ  ଗରିବ କଲ୍ୟାଣ  ଯୋଜନା ଅନ୍ତର୍ଗତ  ପ୍ରାୟ ୮୦ କୋଟି ଲୋକଙ୍କୁ ଆଗାମୀ ତିନି ମାସ ପାଇଁ ସେମାନଙ୍କ ପସନ୍ଦ ଅନୁଯାୟୀ ୫ କିଲୋ ଚାଉଳ କିମ୍ବା ଗହମ ମାଗଣାରେ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଲଭ ଅଗ୍ରଓ୍ଵାଲ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ଦେଶରେ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ବଢି ୧୦,୩୬୩ରେ ପହଞ୍ଚିଛି। ଆଜି ସୁଦ୍ଧା ୧,୦୩୬ ରୋଗୀ ସୁସ୍ଥ ହୋଇଛନ୍ତି। ଏପ୍ରିଲ ୧୩ରେ ଗୋଟିଏ ଦିନରେ ୧୭୯ ରୋଗୀ ସୁସ୍ଥତା ଲାଭ କରିଛନ୍ତି। କେବଳ ଏପ୍ରିଲ ୧୩ରେ ଗୋଟିଏ ଦିନରେ ୧୨୧୧ ଲୋକ ସଂକ୍ରମିତ ହୋଇଛନ୍ତି। ଅଦ୍ୟାବଧି କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୯କୁ ବୃଦ୍ଧି ଘଟିଛି।  ଗତ ୨୪ ଘଣ୍ଟାରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି।

ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ ଅତିରିକ୍ତ ଶସ୍ୟ ଜାରି କରାଯାଇି। ୨୦୨୦ ଏପ୍ରିଲ ୧୩ ସୁଦ୍ଧା  ୨୨ ଲକ୍ଷ ଟନରୁ ଅଧିକ ଚାଉଲ ଏଫସିଆଇରୁ ବିଭିନ୍ନ ରାଜ୍ୟକୁ ଯାଇ ସାରିଛି। କଣ୍ଟ୍ରୋଲ ରୁମ ଅତ୍ୟାବଶ୍ୟକ ବସ୍ତୁ ଓ ସେବାର ଉପଲବ୍ଧତା ଉପରେ ୨୪ ଘଣ୍ଟା ନଜର ରଖୁଛନ୍ତି। ଏହା ସହିତ ହେଲ୍ପଲାଇନ୍ ଜରିଆରେ ଗରିବଙ୍କ ସାହାଯ୍ୟ କରାଯାଉଛି।

ଶ୍ରମିକଙ୍କ ପାଇଁ ୨୦ ଅଭିଯୋଗ କେନ୍ଦ୍ର ସ୍ଥାପିତ

କେନ୍ଦ୍ର ସରକାର ଶ୍ରମିକଙ୍କ ସମସ୍ୟା ଉପରେ ବିଶେଷ ଗୁରୁତ୍ଵାରୋପ କରି ଏହି ଦିଗରେ ବଡ ପଦକ୍ଷେପ ନେଇଛନ୍ତି। ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ବିଶେଷ କରି ଶ୍ରମିକଙ୍କ ସମସ୍ୟାର ସମାଧାନ ଲାଗି ପୂରା ଦେଶରେ ୨୦ ଅଭିଯୋଗ ପ୍ରକୋଷ୍ଠ ସ୍ଥାପନ କରିଛନ୍ତି। ଏହି କେନ୍ଦ୍ର ସବୁ ମୁଖ୍ୟ ଶ୍ରମ ଆୟୋଗଙ୍କ ତତ୍ଵାବଧାନରେ କାମ କରିବ।

ଘର ପର୍ଯ୍ୟନ୍ତ ପହଞ୍ଚାଯାଉଛି ଅର୍ଥ

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର  ଲଭ ଅଗ୍ରଓ୍ଵାଲ କହିଛନ୍ତି ଯେ, ବ୍ୟାଙ୍କ ଖାତାକୁ ଆସିଥିବା ସହାୟତା ରାଶି କାଢିବା ପାଇଁ ବ୍ୟାଙ୍କ ସାମ୍ନାରେ ଲାଗୁଥିବା ଭିଡ ଉପରେ ସରକାର ଧ୍ୟାନ ରଖିଛନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ସ୍ଵଂୟ ସହାୟକ ଗୋଷ୍ଠୀରେ ଜଡିତ ମହିଳାଙ୍କ ସାହାଯ୍ୟ ନିଆଯାଉଛି। ସଦସ୍ୟ ପିଏମ ଜନ ଧନ ଯୋଜନା, ପିଏମ କିଷାନ ଯୋଜନା ଓ ରୋଜଗାର ଗ୍ୟାରେଣ୍ଟି ଯୋଜନା ଆଧାରେ ଖାତାକୁ ଆସୁଥିବା ପଇସା ଉଠାଇବା ପାଇଁ ଲାଭାର୍ଥୀଙ୍କୁ ଯେମିତି ବ୍ୟାଙ୍କ ଯିବାକୁ ପଡିବ ନାହିଁ ଏହି କାମରେ ସ୍ଵଂୟ ସହାୟକ ଗୋଷ୍ଠୀର ସହଯୋଗ ନିଆଯାଉଛି।

ଦେଶରେ କରୋନା ଟେଷ୍ଟ କିଟ୍‌ର କୌଣସି ଅଭାବ ନାହିଁ। ଅଧିକାରୀ କହିଛନ୍ତି ଯେ, ଆମ ପାଖରେ ଏତେ ଟେଷ୍ଟ କିଟ୍ ଉପଲବ୍ଧ ରହିଛି ଯାହା ଛଅ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଆମକୁ RTPCR  କିଟ୍ସ ମିଳି ସାରିଛି। ଏହା ବ୍ୟତୀତ ଆମେ ପ୍ରାୟ RTPCR  ୩୩ ଲକ୍ଷ କିଟ୍ ଏବଂ ୩୭ ଲକ୍ଷ ରାପିଡ୍ ଟେଷ୍ଟିଂ କିଟ୍‌ ପାଇଁ ଅର୍ଡର ଦେଇ ଦେଇଛୁ।

ଅଧିକାରୀ କହିଛନ୍ତି ଯେ, ଦେଶରେ ଏପ୍ରିଲ ୧୩ ସୁଦ୍ଧା ୨, ୩୧, ୯୦୨ଟି ନମୂନାର ଯାଞ୍ଚ ହୋଇଥିଲା। କେବଳ ଏପ୍ରିଲ ୧୪ରେ ୨୧, ୬୩୫ ନମୂନାର ଯାଞ୍ଚ ହୋଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଲଭ ଅଗ୍ରଓ୍ଵାଲ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ୨୧୮ ଲାଇଫ ଲାଇନ ଉଡାଣ  ବିମାନ ଜରିଆରେ ପ୍ରାୟ ୩୭୭.୫ ଟନ ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ଦେଶରେ  ପହଞ୍ଚି ସାରିଛି।

   Related Posts