Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ସନ୍ଧ୍ୟା ହେଲେ ଫାଣ୍ଡିରେ ଝୁଲୁଛି ତାଲା, ଅଧିକାରୀ କହିଲେ- ଆମେ ନିଜେ ଅସୁରକ୍ଷିତ, ଲୋକଙ୍କ ସୁରକ୍ଷା ପଚାରେ କିଏ ?

21/04/2021 at 7:30 PM

ଲମତାପୁଟ ୨୧।୦୪: ଗଞ୍ଜେଇ ଚାଲାଣ ପେଣ୍ଠ ସ୍ଥଳୀ ପାଲଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ । ଏଠାରୁ ବିପୁଳ ପରିମାଣ ର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସବୁ ବେଳେ ନଜରକୁ ଆସିଛି। ଚୋରି ଡକାୟତି ମଧ୍ୟ ବଢି ଚାଲିଛି । ହେଲେ ଲୋକଙ୍କ  ସୁରକ୍ଷା ପାଇଁ ରାଣୀ ତୋଟରେ ରହିଛି ଏକ  ଫାଣ୍ଡି । ପରିତାପର ବିଷୟ , ସନ୍ଧ୍ୟା ୬ ଟା ବାଜିଲେ ଝୁଲୁଛି  ତାଲା। ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ  ଫାଣ୍ଡିରେ ରହିବା ତ ଦୂରର କଥା, ଷ୍ଟାଫ  କ୍ଵାର୍ଟରରେ  ବି ରହୁ ନାହାନ୍ତି । ସହରରେ ଥିବା ନିଜ ଘରକୁ ଚାଲି ଯାଉଛନ୍ତି । ଏଣେ ବାଜି ଲାଗୁଛି ଲୋକଙ୍କ  ଜୀବନ ।

ବିଡମ୍ବନାର ବିଷୟ ହେଲା , ଏହି ଫାଣ୍ଡି ରହିଛି ୬୦ କିଲୋମିଟର  ଦୂରରେ ଥିବା ନନ୍ଦପୁର ଥାନା ଅଧିନରେ ।  ଯାହାକି କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ଫାଣ୍ଡି କର୍ମଚାରୀଙ୍କୁ  ସୁହାଇଛି । ଅନ୍ୟପକ୍ଷରେ  ସେହି ରାସ୍ତା ଦେଇ ବେଧଡକ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଖାତା ଖୋଲିପାରିନାହିଁ ରାଣୀତୋଟା ପୋଲିସ । 

ଅଞ୍ଚଳ ବାସୀଙ୍କ ଅନୁଯାୟୀ, ରାଣୀ ତୋଟା  ଫାଣ୍ଡି  ସକାଳୁ  ୮ ଟାରେ ଖୋଲା ହୋଇ ୬ ରେ ବନ୍ଦ ହୋଇଯାଉଛି । ସନ୍ଧ୍ୟାରେ ସମସ୍ତ କର୍ମଚାରୀ ସହରାଞ୍ଚଳରେ ଥିବା ନିଜ ଘରକୁ ଚାଲି ଯାଉଛନ୍ତି । ଦୀର୍ଘ  ୫ ବର୍ଷ ହେଲାଣି ଏହିଭଳି ଚାଲି ଆସିଥିବା କହିଛନ୍ତି। ପେଟା ଘାଟିରେ ବହୁ ବାର ଡକାୟତି ହେଉଥିଲେ ମଧ୍ୟ ପୋଲିସ ବାବୁ ରହୁ ନଥିବା ହେତୁ ଦିନକୁ ଦିନ ଡକାୟତି ବଢିବାରେ ଲାଗିଛି । 

ରାଣୀ ତୋଟାରେ ମୁତୟନ ହୋଇଥିବା  ଆର . ଏମ . ସି . କର୍ମ ଚାରି କହିଛନ୍ତି  ଯେ, ସେମାନେ ଦିନ ରାତି କାର୍ଯ୍ୟ କରି ଆସୁଥିବା ବେଳେ ପୋଲିସ ସନ୍ଧ୍ୟା ୬ ରେ ତାଲା ପକାଇ ଘରକୁ ଚାଲି ଯାଉଛନ୍ତି ।  ଫାଣ୍ଡି ଅଧିକାରୀଙ୍କୁ ପଚାରିଲେ ଉତ୍ତର ମିଳୁଛି  ସେମାନଙ୍କୁ ସୁରକ୍ଷା ଦେବ କିଏ ?

ଏଥିରୁ ଜଳ ଜଳ ଯେ  ଏହି ଅଞ୍ଚଳରେ ଜନତାଙ୍କ ଠାରୁ ସମସ୍ତେ ଅସୁରକ୍ଷିତ ହୋଇ ପଡିଛନ୍ତି। ଗଞ୍ଜେଇ ଏବଂ ଚାଲାଣକାରୀଙ୍କୁ ଧରିବା ପାଇଁ କର୍ମଚାରୀ କମ ଥିବାରୁ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଅସମର୍ଥ  ହେଉଥିବା କହିଛନ୍ତି ।

   Related Posts