Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଦିଲ୍ଲୀ ରାଜପଥରେ ଦେଖିବାକୁ ମିଳିଥିଲା ଭାରତର ସାମରିକ ଶକ୍ତିର ଅପୂର୍ବ ନିଦର୍ଶନ

26/01/2020 at 7:35 PM

ନୂଆଦିଲ୍ଲୀ ୨୬।୦୧ –  ସାରା ଦେଶ ଉତ୍ସବମୁଖର ।ଧୁମ୍‌ଧାମ୍‌ରେ ପାଳନ ହୋଇଛି ୭୧ ତମ ସାଧାରଣତନ୍ତ୍ର ଦିବସ ।ଦିଲ୍ଲୀ ରାଜପଥରେ ଦେଖିବାକୁ ମିଳିଥିଲା ଭାରତର ସାମରିକ ଶକ୍ତିର ଅପୂର୍ବ ନିଦର୍ଶନ ।ଯୁଦ୍ଧ ହେଲିକପ୍ଟର ଆପାଚେ ଓ ଚିନୁକ୍ ହୋଇଥିଲା ଅନ୍ୟତମ ଆକର୍ଷଣ ।ସେହିପରି ମହିଳା ବାଇକର୍‌ଙ୍କ ଦ୍ବାରା ଆକର୍ଷଣୀୟ ଷ୍ଟଣ୍ଟ ପ୍ରଦର୍ଶନ ସାଙ୍ଗକୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ପ୍ରଦର୍ଶିତ ପ୍ରଜ୍ଞାପନ ମେଢ଼ ଏଥରର ମୁଖ୍ୟ ଆକର୍ଷଣ ହୋଇଛି ।…

ରାଜପଥରେ ରାଜକୀୟ ଆୟୋଜନ। ରାଷ୍ଟ୍ରପତି ରାମନାଥ କୋବିନ୍ଦ କରୁଛନ୍ତି ରାଷ୍ଟ୍ରଧ୍ବଜ ଉତ୍ତୋଳନ । ୭୧ ତମ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା ରାଷ୍ଟ୍ରୀୟ ପତାକା ଉତ୍ତୋଳନ ସମାରୋହ । ଏଥର ମୁଖ୍ୟ ଅତିଥି ଥିଲେ ବ୍ରାଜିଲ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ଜୋନାରୋ। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରି ମଣ୍ଡଳର ସଦସ୍ୟଙ୍କ ସହିତ ହଜାର ହଜାର ଲୋକ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗେରୁଆ ପଗଡ଼ି ପିନ୍ଧିବା ସହିତ ପରମ୍ପରା ଭଙ୍ଗ କରି ଏଥର ନ୍ୟାସନାଲ ୱାର୍‌ ମେମୋରିଆଲ୍‌ରେ ବୀର ଜବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଦେଶର ବୀର ସହିଦ୍‌ ଜବାନମାନଙ୍କ ସ୍ମୃତିରେ ଇଣ୍ଡିଆ ଗେଟ୍ ନିକଟରେ ନ୍ୟାସନାଲ ୱାର ମେମୋରିଆଲ୍‌ ନିର୍ମାଣ କରାଯାଇଛି । ….

ରାଷ୍ଟ୍ରପତି ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଥିଲା ପରେଡ । ଏଥର ପରେଡ୍‌ରେ ପ୍ରଥମ ଥର ପାଇଁ ସ୍ଥଳ ସେନାର ଯୁଦ୍ଧ ଟ୍ୟାଙ୍କ ଭୀଷ୍ମ, ସ୍ଥଳସେନାର ଯୁଦ୍ଧ ଗାଡ଼ି ବଲ୍‌ୱେ ମେସିନ୍‌ ପିକେଟ୍‌ ଦେଖିବାକୁ ମିଳିଥିଲା ।…

ସେହିପରି ବାୟୁସେନାର ରାଫେଲ୍‌ ଫାଇଟର୍ ଜେଟ୍‌ ସହିତ ଚିନୁକ୍‌ ଓ ଆପାଚେ ହେଲିକପ୍ଟର ପ୍ରଦର୍ଶିତ ହୋଇଥିଲା । ଲଙ୍ଗରେଞ୍ଜ ଆର୍ଟିଲେରୀ ଗନ୍ ଧନୁଷ୍‌ ମଧ୍ୟ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଦର୍ଶିତ ହୋଇଛି ।

ପରେଡ୍‌ର ଅନ୍ୟତମ ଆକର୍ଷଣ ଥିଲା ସିଆର୍‌ପିଏଫ୍‌ର ମହିଳା ବାଇକର୍‌ଙ୍କ ଦ୍ବାରା ଚାଲୁଥିବା ବାଇକ୍‌ ଉପରେ ଛିଡ଼ା ହୋଇ ସାଲ୍ୟୁଟ୍‌ ମାରିବା ।ଇନ୍‌ସ୍ପେକ୍ଟର ସୀମା ନାଗ୍‌ ଏହି ଟ୍ରୁପ୍‌ର ନେତୃତ୍ବ ନେଇଥିଲେ । ସେମାନେ ବିଭିନ୍ନ ଡେୟାରଡେଭିଲ୍‌ ସୋ ପ୍ରଦର୍ଶନ କରିବା ସହିତ ୨୧ ଜଣ ମହିଳା ଯବାନ୍‌ ୫ଟି ମୋଟର ସାଇକେଲ୍‌ରେ ମାନବ ପିରାମିଡ୍‌ ଗଠନ କରିଥିଲେ ।…

ପରେଡ୍‌ରେ ଅନ୍ୟତମ ଆକର୍ଷଣ ଥିଲା ମିଶନ ଶକ୍ତି ଭାବେ ପରିଚିତ ଡିଆର୍‌ଡିଓର ଆଣ୍ଟି-ସାଟେଲାଇଟ୍ ୱିପନ୍‌ ।ମିଶନ ଶକ୍ତି ହେଉଛି ଭାରତର ପ୍ରଥମ ଆଣ୍ଟି ସାଟେଲାଇଟ୍‌ ମିଶନ୍‌ ।ଶତ୍ରୁପକ୍ଷର ସାଟେଲାଇଟ୍‌କୁ ନଷ୍ଟ କରିବାରେ ଏହା ସକ୍ଷମ ।…

ଆର୍ମି ଏୟାର ଡିଫେନ୍‌ସ କର୍ପସ୍ ମଧ୍ୟ ପ୍ରଥମ ଥର ପାଇଁ ପରେଡ୍‌ରେ ଭାଗ ନେଇଥିଲା ।…

ସାମରିକ ଶକ୍ତି ସହିତ ୧୬ଟି ପ୍ରଜ୍ଞାପନ ମେଢ଼ରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସଂସ୍କୃତିର ଝଲକ୍‌ ଦେଖିବାକୁ ମିଳିଥିଲା ।ଏଥର ଦିଲ୍ଲୀ ରାଜପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିଛି । ଏଥିରେ ରୁକୁଣା ରଥର ପ୍ରଦର୍ଶନ କରାଯାଇଛି ।

ସାହସିକତା ପାଇଁ ୪୯ ଜଣ ପିଲାଙ୍କୁ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କରାଯାଇଛି ।ସେମାନଙ୍କ ମଧ୍ୟରେ ୧୮ ଜଣ ଝିଅ ଓ ୩୧ ଜଣ ପୁଅ ଅଛନ୍ତି । ସେମାନେ ମଧ୍ୟ ପରେଡରେ ସାମିଲରେ ହୋଇଥିଲେ। …

ବାୟୁସେନାର ଯୁଦ୍ଧବିମାନ ଏବଂ ହେଲିକପ୍ଟରଗୁଡ଼ିକ ଆକାଶ ମାର୍ଗରେ ସେମାନଙ୍କର କଳା କୌଶଳ ଦେଖାଇଥିଲେ । ଆଡ୍‌ଭାନ୍ସ ଲାଇଟ୍‌ ହେଲିକପ୍ଟର ଦ୍ବାରା ତ୍ରିଶୁଳ ଆକାରରେ ଯାତ୍ରା ବେଶ୍ ଆକର୍ଷଣୀୟ ହୋଇଥିଲା ।

   Related Posts