ମୃତ୍ୟୁର ଗୁଜବରେ ଆସିଲା କୋଭିଡ୍-୧୯ ଭ୍ୟାକ୍ସିନ ଭଲେଣ୍ଟିଅରଙ୍କ ବାର୍ତ୍ତା, କହିଲେ ‘ମୁଁ ଠିକ୍ ଅଛି’

Published By : Prameya-News7 Bureau | April 28, 2020 IST

ଅକ୍ସଫର୍ଡ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ ଭେକ୍ସିନର ମାନବ ପରୀକ୍ଷଣ ହୋଇଛି। ଏଥିଲାଗି ସ୍ୱେଚ୍ଛାକୃତ ନିଜଠାରେ ଟିକା ପରୀକ୍ଷା କରାଇଥିବା ମାଇକ୍ରୋ ବାୟୋଲଜିଷ୍ଟ ଡା. ଏଲିସା ଗ୍ରାନାଟୋ ବିଶ୍ୱକୁ ସେସୁସ୍ଥ ଥିବାର ବାର୍ତ୍ତା ଦେଇଛନ୍ତି। ଟିକାର ମାନବ ପରୀକ୍ଷଣ ପରେ ସ୍ୱେଚ୍ଛାସେବୀଙ୍କର ମୃତ୍ୟୁ ହୋଇଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ୪୮ ଘଣ୍ଟା ଅବଜରଭେସନରେ ରହିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଓ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଥିବା  ତାଙ୍କ ମୃତ୍ୟୁ ବାର୍ତ୍ତାର ଏକ ପୋଷ୍ଟରେ ରିଟ୍ୱିଟ୍ କରିଛନ୍ତି।

{"id":261323,"sizeSlug":"large"}

୩୨ବର୍ଷ ବୟସ୍କା ଏଲିସା ଗ୍ରାନାଟୋ ବ୍ରଟେନ ପ୍ରସ୍ତୁତ କରିଥିବା କରୋନା ଭାଇରସ ଟିକା ନିଜଠାରେ ପ୍ରୟୋଗ କରିବାକୁ ଦେଇଥିଲେ। ଏଥିଲାଗି ଗ୍ରାନାଟୋଙ୍କ ସମେତ ଆଉ ଜଣଙ୍କ ଠାରେ ମଧ୍ୟ ମାନବ ଟିକାର ପରୀକ୍ଷଣ ହୋଇଛି। ତେବେ ଟିକାପରୀକ୍ଷା ପରେ ଏଲିସାଙ୍କ ମୃତ୍ୟୁ  ହୋଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।  ଏ ନେଇ ପ୍ରସାରିତ ଖବର ସ୍ତମ୍ବରେ ଡା.ଗ୍ରାନାଟୋ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ‘ଆପଣ ମୃତ ବୋଲି ଘୋଷଣା କରିଦେଲେ କାହାର ମୃତ୍ୟୁ ହୋଇଯିବନି’ ବୋଲି ସେ ଲେଖିଛନ୍ତି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଓ ସ୍ୱାସ୍ଥ୍ୟରେ ଉନ୍ନତିହେଉଥିବା ସେ ଉଲ୍ଲେଖ କରିଛନ୍ତି।

{"id":261326,"sizeSlug":"large"}

ସେହିପରି ବ୍ରିଟେନ୍ ହେଲଥ୍ ଏଣ୍ଡ ସୋସିଆଲ କେୟାର ଡିପାର୍ଟମେଣ୍ଟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ୟୁକେ କରୋନା ଭ୍ୟାକ୍ସିନ ପରୀକ୍ଷଣର ପ୍ରଥମ ଭଲେଣ୍ଟିୟରର ମୃତ୍ୟୁଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ଅବାସ୍ତବ ବୋଲି ଉଲ୍ଲେଖ କରିଛନ୍ତି। ଏଭଳି ବିପଦଜନକ କଣ୍ଟେଣ୍ଟ ପୋଷ୍ଟ କରିବାପୂର୍ବରୁ ଭାବିଚିନ୍ତି କରିବାକୁ ବିଭାଗ ଲୋକଙ୍କୁ ସତର୍କ କରାଇଦେଇଛନ୍ତି। 

{"id":261328,"width":582,"height":384,"sizeSlug":"large"}

ବିଶ୍ୱର ଅଧିକାଂଶ ଦେଶରେ ବିଶେଷଜ୍ଞ  କେବଳ ଟିକା ଦ୍ୱାରା ହିଁ ଏଭଳି ସଂକ୍ରମଣରୁ ଲୋକେ ରକ୍ଷା ପାଇପାରିବେ ବୋଲି ଆଶାବ୍ୟକ୍ତ କରୁଛନ୍ତି। ଏଣୁ ବିଭିନ୍ନ ଦେଶ ଟିକା ବିକାଶ କରିବା ଲାଗି ଗବେଷଣା ଚଳାଇଥିବା ବେଳେ ଏତିରେ ଅକ୍ସଫର୍ଡ ଭେକ୍ସିନ ଗ୍ରୁପ ବେଶ ଦ୍ରୁତ ପଦକ୍ଷେପ ନେଇଛି। ଏଥିରେ ଡା.ଏଲିସା ଗ୍ରାନାଟୋ ମଧ୍ୟ ସଦସ୍ୟ ଥିବା ବେଳେ ନିଜଠାରେ ମାନବ ଟିକାର ପ୍ରଥମ ପ୍ରୟୋଗ କରାଇଛନ୍ତି। ଏଣୁ ଆଶା କରାଯାଉଛି ଆଗାମୀ ସେପ୍ଟେମ୍ବର ସୁଦ୍ଧା ବିଶ୍ୱରେ କରୋନା ଟିକା ଉପଲବ୍ଧ ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.