ସଂକ୍ରମଣ ବୃଦ୍ଧି ଯୋଗୁଁ ମୁମ୍ବାଇରେ IPL ମ୍ୟାଚ ଖେଳାଯିବା ନେଇ ଆଶଙ୍କା, ଜାଣନ୍ତୁ କଣ କହିଲେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

Published By : Prameya-News7 Bureau | April 06, 2021 IST

ନୂଆଦିଲ୍ଲୀ ୦୬/୦୪ : ଦେଶରେ କରୋନା ସଂକ୍ରମଣ ବ୍ୟାପକ ରୂପ ଧାରଣ କରିଛି । ସଂକ୍ରମଣ ସଂଖ୍ୟା ଦିନକୁ ଲକ୍ଷେ ଛୁଇଁଲାଣି । ମହାରାଷ୍ଟ୍ରରେ ମଧ୍ୟ ସ୍ଥିତି ସଙ୍ଗୀନ । ତେଣୁ ଏହାରି ମଧ୍ୟରେ ମୁମ୍ବାଇରେ ହେବାକୁ ଥିବା IPL ମ୍ୟାଚ ଖେଳାଯିବା ନେଇ ଆଶଙ୍କା ଦେଖାଦେଇଛି । ଓ୍ବାଙ୍ଖେଡେ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚଗୁଡିକ ଖେଳାଯିବ କି ନାହିଁ ତାହା ଏବେ ଅସ୍ପଷ୍ଟ ରହିଛି ।

ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । BCCI ଅଧ୍ୟକ୍ଷ କହିଛନ୍ତି ଯେ, ବର୍ତ୍ତମାନ ମୁମ୍ବାଇରୁ ମ୍ୟାଚ ହଟାଯିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଖେଳାଳୀମାନଙ୍କୁ ବାୟୋ ବବଲରେ ରଖାଯାଇଛି । ତେଣୁ ସେଭଳି କୌଣସି ଅସୁବିଧା ହୋଇନପାରେ । ଗାଙ୍ଗୁଲି କହିଛନ୍ତି, ଯଦି ଆଗାମୀ ଦିନରେ ସଂକ୍ରମଣ ଅଣାୟତ ହୁଏ ତେବେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇପାରେ ।

ସୂଚନାଯୋଗ୍ୟ, ଆଗାମୀ ଆଇପିଏଲର ବିଶ୍ୱ ଟେଲିଭିଜନ ସିଧାପ୍ରସାରଣ ଲାଗି  ବାୟୋବବଲରେ ଥିବା ଷ୍ଟାର ସ୍ପୋର୍ଟସର ପ୍ରଡକ୍ସନ ୟୁନିଟ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାର ଖବର ଆସୁଛି। ବିସିସିଆଇ ଦ୍ବାରା ପରିଚାଳିତ ବାୟୋ ବବଲରେ ୱାର୍ଲଡ ଲାଇଭର କ୍ରିୟୁମାନେ ଅବସ୍ଥାନ କରୁଥିଲେ। ଏମାନେ ମୁମ୍ବାଇର ‘ଫୋର ସିଜିନ’ ହୋଟେଲରେ ଅବସ୍ଥାନ କରୁଥିବା ବେଳେ ସଂକ୍ରମଣର ଶିକାର ହୋଇଥିବା ନେଇ ସୂଚନା ଆସୁଛି। ଏହି ଟିମ୍‌ରେ ଥିବା କ୍ୟାମେରାମ୍ୟାନ, ପ୍ରଡ୍ୟୁସର୍ସ, ଡାଇରେକ୍ଟର  ଓ ଇଭିଏସ୍ ଅପରେଟରମାନେ ସଂକ୍ରମିତ ହୋଇଛନ୍ତି। ଟିମ୍‌ରେ ମୋଟ ୧୪ ଜଣ ସଦସ୍ୟ ଥିବା ବେଳେ ଏମାନଙ୍କ ଉପରେ ଆଇପିଏଲ୍‌ ମ୍ୟାଚ୍‌ର ଟେଲିଭିଜନ ବିଶ୍ୱ ସିଧାପ୍ରସାରଣ ନିର୍ଭର କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.