UP: କୋଭିଡ କଟକଣାରେ ନିର୍ବାଚନ ପ୍ରଚାର ଫିକା, ଷ୍ଟାର ପ୍ରଚାରକଙ୍କ ହେଲିକପ୍ଟରରେ ଜମିଗଲାଣି ଧୂଳି

Published By : Prameya-News7 Bureau | January 27, 2022 IST

ଲକ୍ଷ୍ନୌ ୨୭।୧: ରାଜ୍ୟରେ ନିର୍ବାଚନୀ ଋତୁ , ରାଲି ନାହିଁ କି ଶୋଭାଯାତ୍ରା ବି ନାହିଁ, ହେଲିକପ୍ଟରରେ ଆସୁ ନାହାନ୍ତି ନେତା ଏଣୁ ଉତ୍ତରପ୍ରଦେଶରେ ଲୋକଙ୍କୁ ଏଥର ବିଧାନସଭା ନିର୍ବାଚନ ଏବେ ନିର୍ବାଚନ ଭଳି ଲାଗୁନି। କୋଭିଡ ତୃତୀୟ ଲହର ଯୋଗୁ ନିର୍ବାଚନ ଆୟୋଗ ଜାରି କରିଥିବା କଟକଣା ରାଜନୈତିକ ଦଳ ଓ ନେତାଙ୍କ ଗୋଡରେ ବେଡି ପକାଇଦେଇଛି। କିଏ କେମିତି ନେତା ପାଦରେ ଚାଲିଚାଲି ଲୋକଙ୍କ ଦୁଆରକୁ ଯାଉଛନ୍ତି। ହେଲେ ନେତାଙ୍କ ଭୋଟ ମାଗିବାର ଶୈଳୀ ଲୋକଙ୍କୁ ସେମାନଙ୍କ ପ୍ରତି ଲୋଭେଇ ପାରୁନି।

{"id":580106,"width":842,"height":555,"sizeSlug":"full","linkDestination":"none"}

ଉତ୍ତରପ୍ରଦେଶ ନିର୍ବାଚନ କାଳରେ ଲୋକେ ହେଲିକପ୍ଟରକୁ ଚାହିଁ ବସିଥାନ୍ତି। ନେତା ଆସିବେ ବଡ଼ ବଡ଼ ଘୋଷଣା କରିବେ। ହେଲେ କୋଭିଡ କାରଣରୁ ଏପରି ସଭା ସମିତି ଉପରେ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ରହିଛି। ଯଦିଓ ପ୍ରଚାର ଲାଗି ବିଭିନ୍ନ ରାଜନୈତିକ ଦଳ ଅନେକ ପୂର୍ବରୁ ଚାର୍ଟର ବିମାନ ଓ ହେଲିକପ୍ଟର ବୁକ୍ କରିଥିଲେ ହେଲେ କଟକଣା ଲାଗି ସେ ସବୁର ଆବଶ୍ୟକତା ପଡୁନି। ଏଣୁ ନେତା ଗାଁକୁ ପହଞ୍ଚୁଥିଲେବି ସେମାନଙ୍କ ଲାଗି ଲୋକେ ଏତେ ଆଗ୍ରହ ଦେଖାଉ ନାହାନ୍ତି।

{"id":580109,"width":838,"height":471,"sizeSlug":"full","linkDestination":"none"}

ବିଭିନ୍ନ ରାଜନୈତିକ ଦଳ ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରଚାର ଲାଗି ସେମାନଙ୍କ ଷ୍ଟାର ପ୍ରଚାରକଙ୍କ ସୂଚୀ ଅନେକ ପୂର୍ବରୁ ଘୋଷଣା କରିଥିବା ବେଳେ ସେମାନଙ୍କ ଲାଗି ବିମାନ ଓ ହେଲିକପ୍ଟରର ବ୍ୟବସ୍ଥା ବି ହୋଇଥିଲା। ହେଲେ କଟକଣାରେ ଷ୍ଟାର ପ୍ରଚାରକ କାମରେ ଆସୁନଥିବା ବେଳେ ସେମାନଙ୍କ ଲାଗି ବ୍ୟବସ୍ଥାରେ ଧୂଳି ଜମିଗଲାଣି। ୟୁପିରେ ନେତାଙ୍କ ଲାଗି ଯେତିକି ଲୋକେ ନିର୍ବାଚନୀ ସଭାକୁ ଯାଆନ୍ତିନି ତାଠୁ ଅଧିକ ଲୋକେ ଖାଲି ହେଲିକପ୍ଟର ଦେଖିବାକୁ ଭିଡ କରିଥାନ୍ତି। ଏଣୁ ୟୁପିରେ ନିର୍ବାଚନୀ ସଭା ସବୁ ହେଲିକପ୍ଟର ଓହ୍ଲାଇ ପାରୁଥିବା ସ୍ଥାନମାନଙ୍କରେ ହୋଇଥାଏ।

{"id":580112,"sizeSlug":"full","linkDestination":"none"}

ନେତା ନିର୍ବାଚନୀ ସଭାରେ ପହଞ୍ଚିବା ବେଳେ ଅଞ୍ଚଳ ଉପରେ ତଳେଇକି ଦୁଇ ଚାରିଘେରା ଚକ୍କର ଲଗାଇବାକୁ ପାଇଲଟଙ୍କୁ କହି ରଖିଥାନ୍ତି। ଯେପରି ହେଲିକପ୍ଟର ପହଞ୍ଚିବା ବେଳକୁ ସଭାସ୍ଥଳରେ ପାଦ ରଖିବାକୁ ବି ଜାଗା ନଥିବ ଆଉ ତାହାହିଁ ହୁଏ। ହେଲେ ଏଥର ନେତା ବିନା ହେଲିକପ୍ଟରରେ ଗାଁକୁ ପହଞ୍ଚୁଥିବାରୁ ଲୋକଙ୍କ ମୁହଁ ଫିକା ହୋଇଯାଉଛି। ନେତାଙ୍କ କଥା ଶୁଣିବା ଦୂରର କଥା ଲୋକେ ପାଖକୁ ମଧ୍ୟ ଯାଉ ନାହାନ୍ତି। ଏଥିରେ ଦଳୀୟ ଷ୍ଟାର ପ୍ରଚାରକ ମଧ୍ୟ ଖାଲି ବସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.