କରୋନା ରୋଗୀଙ୍କ ଫୁସଫୁସ ହୋଇଗଲା ପଥର!

Published By : Prameya-News7 Bureau | September 30, 2020 IST

ରାଜକୋଟ ୩୦/୦୯: ଯଦି କୁହାଯାଏ କରୋନା ରୋଗୀଙ୍କ ଫୁସଫୁସ ପଥର ହୋଇଯାଇଛି ହୁଏତ କେହି ବିଶ୍ବାସ କରିପାରିବେ ନାହିଁ। ମାତ୍ର ଏ କଥା ସତ। ଗୁଜରାଟର ରାଜକୋଟରେ ଥିବା ଦେଶର ଦ୍ବିତୀୟ କୋଭିଡ୍ ଅଟୋପ୍ସି ସେଣ୍ଟରରେ ଏବେ ସୁଦ୍ଧା ୬ଟି ଶବ ବ୍ୟବଚ୍ଛେଦ କରାଯାଇଛି। ଯେଉଁଥିରୁ ଗୋଟିଏ ଅଟୋପ୍ସିରୁ ଚମକାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। କାରୋନାରେ ଯେଉଁ ରୋଗୀଙ୍କ ମୃତ୍ୟୁ ହୋଇଥିଲା ତାଙ୍କ ଫୁସଫୁସ ପଥର ଭଳି ହୋଇଯାଇଛି। ଏହା ସହ ଫୁସଫୁସର ଫଟୋଚିତ୍ର ମଧ୍ୟ ଜାରି କରାଯାଇଛି।

ଶବ ବ୍ୟବଚ୍ଛେଦ କେନ୍ଦ୍ରର ଡାକ୍ତର ହେତଲ କ୍ୟାଡା ଏ ବାବଦରେ ବିସ୍ତୃତ ଭାବେ ଜଣାଇଛନ୍ତି। ସେ କହିଛନ୍ତି ଏହି ରୋଗ ଫୁସଫୁସକୁ ଚାରିପାର୍ଶ୍ବରୁ ଆକ୍ରମଣ କରେ । ଯେଉଁଥିରେ ଫୁସଫୁସ୍ ଖରାପ ହୋଯାଇଥାଏ। ଫୁସଫୁସ ଉପରେ ଆକ୍ରାମଣ ଫାଇବ୍ରୋସିସ କରିଥାଏ। ତେବେ ସୁସ୍ତ ଶରୀରର ଫୁସଫୁସ୍ ନରମ ଥାଏ। ମାତ୍ର କରୋନା ପାଇଁ ଫୁସଫୁସକୁ ଏବେ ଅଧିକ କ୍ଷତି ପହଞ୍ଚୁଛି। ଟିବି ଓ ନିମୋନିଆ ମାମଲାରେ ଫାଇବ୍ରୋସିସ ଫୁସଫୁସର ଉପର ନଚେତ ତଳ ଅଂଶରେ ହୋଇଥାଏ। ମାତ୍ର କରୋନା ମାମଲାରେ ଫାଇବ୍ରୋସିସ୍ ଫୁସଫୁସର ଫାଞ୍ଚଟି ଅଂଶରେ ଦେଖିବାକୁ ମିଳିଛି। ଏମିତି ବି କହି ହେବ ଯେ କରୋନା ଚାରି ଆଡୁ ଆକ୍ରମଣ କରୁଛି।

ସୂଚନାଯୋଗ୍ୟ ଦେଶରେ ଏବେ କୋଭିଡ୍ ଅଟୋପ୍ସି ସେଣ୍ଟର ଖୁବ୍ କମ୍ ରହିଛି। ଯେଉଁଥିରେ ଗୋଟିଏ ଅଟୋପ୍ସି ସେଣ୍ଟର ରାଜକୋଟରେ ସାମିଲ ଅଛି। ଏବେ ସେଠାରେ କରୋନା ମୃତକଙ୍କ ଫୁସଫୁସ ବାବଦରେ ଅଧିକ ଚର୍ଚା ହେଉଛି। ତେବେ ଏଠାରେ କରୋନାକୁ ନେଇ ଅନେକ ଦିଗ ଉପରେ ଗବେଷଣା ଚାଲିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.