କଂଗ୍ରେସରେ ଅଲ ଇଜ ନଟ୍ ଓ୍ବେଲ- ଜାଣନ୍ତୁ କ’ଣ କହିଲେ ବରିଷ୍ଠ ନେତା ଖୁର୍ସିଦ

Published By : Prameya-News7 Bureau | October 09, 2019 IST

ନୂଆଦିଲ୍ଲୀ -  କଂଗ୍ରେସରେ ଅଲ ଇଜ ନଟ୍ ଓ୍ବେଲ । ଦେଶର ସର୍ବ ପୁରାତନ ଦଳ ଯେ ସଂକଟ ଦେଇ ଗତି କରୁଛି ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ । ଏବେ ଅନେକ ରାଜ୍ୟରେ ଦଳୀୟ କନ୍ଦଳ ଚରମ ସୀମାରେ । ଅନ୍ତର୍ଦ୍ବନ୍ଦ୍ବ ନେଇ ଦଳ ଭିତରେ ଅସନ୍ତୋଷ କୁହୁଳୁଛି । ଏତିକି ବେଳେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ଆସିଛି  ବଡ ବୟାନ  । ସିଧା ସଳଖ ରାହୁଳ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଯେଭଳି ସଭାପତି ପଦରୁ ଇସ୍ତଫା ଦେଲେ ତାହାକୁ ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଇସ୍ତଫା ଦଳର ସଙ୍କଟ ବଢ଼ାଇ ଥିବା କହିଛନ୍ତି । ଏକଥା ବି କହିଛନ୍ତି, କଂଗ୍ରେସ ଏକାଠି ଚାଲୁନାହିଁ, ତେଣୁ ଦଳ ଆଗକୁ ବଢୁନାହିଁ ।

{"id":168048}

ଇସ୍ତଫା ନେଇ ଦଳ ଭିତରୁ ରାହୁଲୁଙ୍କ ସିଧାସଳଖ ସମାଲୋଚନା କରିବାରେ ଖୁର୍ସିଦ ପ୍ରଥମ ବରିଷ୍ଠ ନେତା । ଯିଏ କେବଳ ରାହୁଲଙ୍କୁ ସମାଲୋଚନା କରିନାହାନ୍ତି, ଦଳର ଭବିଷ୍ୟତକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଏବେ ଦଳ ଯେଉଁ ପରିସ୍ଥିତିରେ ସଂଘର୍ଷ କରୁଛି ଆଗକୁ ଆସୁଥିବା ହରିଣାଆ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଜିତିବା ସମ୍ଭାବନା କମ୍ ବୋଲି କହିଛନ୍ତି । ଅନେକ ନେତା ଦଳ ଛାଡ଼ିଦେବା ଦଳ ପାଇଁ ବଡ ସମସ୍ୟା ବୋଲି ଖୁର୍ସିଦ କହିଛନ୍ତି ।

{"id":168049}

ପୂର୍ବରୁ ବରିଷ୍ଠ ନେତା କରନ ସିଂହ ଏନେଇ ମୁହଁ ଖୋଲିଥିଲେ । ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଦଳ ଯେଭଳି ରଣନୀତିରେ କାମ କରିବା କଥା ତାହା କରିନାହିଁ ବୋଲି କରନ କହିଥିଲେ । ଏବେ ଖୁର୍ସିଦ ସେଇ କଥା ଦୋହରାଇଛନ୍ତି ।

{"id":168050}

ଏହି ଘଟଣାକୁ ନେଇ କଂଗ୍ରେସକୁ କଟାକ୍ଷ କରିଛି ବିଜେପି । ମତଦାନ ଆଗରୁ କଂଗ୍ରେସ ପରାଜୟ ସ୍ବୀକାର କରିସାରିଛି । କଂଗ୍ରେସରେ ନେତା, ନୀତି ଓ ନିୟତ କିଛି ନାହିଁ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

{"id":168051}

ଖୁର୍ସିଦଙ୍କ ବୟାନ କଂଗ୍ରେସର  ଗୂମର କଥାକୁ ପଦାରେ ପକାଇଦେଇଛି । ବିରୋଧୀଙ୍କୁ ସମାଲୋଚନା ପାଇଁ ଖୋରାକ ଯୋଗାଇଛି । କିନ୍ତୁ ଏକଥା ବି କୁହାଯାଇପାରେ ଯେ ଖୁର୍ସିଦ ଦଳୀୟ ସଂଗଠନକୁ ମଜଭୁତ କରିବାକୁ ଏହାରି ମାଧ୍ୟମରେ ଆହ୍ପାନ ଦେଇଥାଇ ପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.