ଏଟିଏମରୁ ବାହାରାଲାନି, ହେଲେ ଆପଣଙ୍କ ଆକାଉଣ୍ଟରୁ କଟିଲା ଟଙ୍କା ତେବେ ବ୍ୟାଙ୍କ ଦେବ ଜରିମାନା

Published By : Prameya-News7 Bureau | June 29, 2019 IST

ନୂଆଦିଲ୍ଲୀ : ଅନେକ ସମୟରେ ଆମେ ଏଟିଏମରେ ଟ୍ରା଼ଞ୍ଜାକ୍ସନ କରିବା ବେଳେ ଟଙ୍କା ବାହାରି ନଥାଏ, ତେବେ ଆକାଉଣ୍ଟରୁ ଡେବିଟ୍ ହେବା ନେଇ ମୋସିନରୁ ସ୍ଲିପ୍ ବାହାରିବା ସହ ମୋବାଇଲରେ ମ୍ୟାସେଜ ମଧ୍ୟ ଆସିଥାଏ। ତେବେ ଏଥିପାଇଁ ବିବ୍ରତ ହେବାର କିଛି ନାହିଁ। ଏହାକୁ ଫେଲ ଏଟିଏମ ଟ୍ରାଞ୍ଜାକ୍ସନ କୁହାଯାଏ। ଯେଉଁ ଟଙ୍କା ଆପଣଙ୍କ ଆକାଉଣ୍ଟରୁ ଡେବିଟ୍ ହୋଇଥାଏ ତାହା ୨୪ ଘଣ୍ଟା ମଧ୍ୟରେ ପୁଣି ଆପଣଙ୍କ ଆକାଉଣ୍ଟକୁ ଫେରି ଆସିଥାଏ। କିନ୍ତୁ କେବେ କେବେ ଏପରି ହୋଇନଥାଏ। ଏଣୁ ଆପଣଙ୍କୁ ଏ ସମ୍ପର୍କରେ ଆପଣଙ୍କ ବ୍ରାଞ୍ଚ ବ୍ୟାଙ୍କକୁ ଜଣାଇବାକୁ ପଡିଥାଏ।

{"id":128495,"width":568,"height":293}

ବ୍ରାଞ୍ଚକୁ ଫେଲ ଏଟିଟିଏମ୍ ଟ୍ରାଞ୍ଜାକ୍ସନ ସମ୍ପର୍କରେ ସୂଚନା ମିଳିବାମାତ୍ରେ ସେମାନେ ତୁରନ୍ତ ଉପଭୋକ୍ତାଙ୍କ ହୃତ ଟଙ୍କା ଫେରାଇବାର ବ୍ୟବସ୍ଥା କରନ୍ତି। ଏଥିରେ ଆପଣଙ୍କ ବ୍ୟାଙ୍କ ଶାଖା ଆପଣଙ୍କୁ୭ଟି କାର୍ଯ୍ୟ ଦିବସ ମଧ୍ୟରେ ଟଙ୍କା ଫେରାଇବାର ବ୍ୟବସ୍ଥା କରନ୍ତି। ନଚେତ ବ୍ୟାଙ୍କକୁ ଦୈନିକ ୧ ଶହ ଟଙ୍କା ହିସାବରେ ଜରିମାନା ଦେବାକୁ ପଡିଥାଏ। ଯଦି ବ୍ୟାଙ୍କ ଟଙ୍କା ନ ଫେରାନ୍ତି କିଜରିମାନା ନ ଦିଅନ୍ତି ତେବେ  ଏ ନେଇ ଆପଣ ଟଙ୍କା ଆକାଉଣ୍ଟରୁ ଡେବିଟ୍ ହେବାର ୩୦ କାର୍ଯ୍ୟଦିବସ ମଧ୍ୟରେ ଅଭିଯୋଗ କରିପାରିବେ।

{"id":128496}

ଆରବିଆଇଙ୍କ ତଥ୍ୟ ଅନୁସାରେ ଗତ ୨୦୧୮ (୨୦୧୭-୧୮) ଆର୍ଥିକ ବର୍ଷରେ ବିଭିନ୍ନ ବ୍ୟାଙ୍କର ଫେଲ ଏଟିଏମ ଟ୍ରାଞ୍ଜାକ୍ସନ ନେଇ ୧୬ ହଜାର ଅଭିଯୋଗ ମିଳିଥିଲା। ତେବେ ଉପଭୋକ୍ତାଙ୍କ ଅଭିଯୋଗ ପରେ ବ୍ୟାଙ୍କମାନେ ସେମାନଙ୍କ ଆକାଉଣ୍ଟରୁ କଟିଥିବା ଟଙ୍କା ଫେରାଇଦେଇଛନ୍ତି। ଯଦି ଆପଣଙ୍କ ସହ କେବେ ଏଭଳି ହୁଏ ତେବେ ଜାଣନ୍ତୁ କଣ କରିବେ। ପ୍ରଥମେ ଆପଣ ଆପଣଙ୍କ ବ୍ୟାଙ୍କରେ ଏ ନେ ଅଭିଯୋଗ କରନ୍ତୁ। ବ୍ୟାଙ୍କର ସମ୍ପୃକ୍ତ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତୁ।ଯଦି ଅଭିଯୋଗ ପରେ ବି ଆପଣଙ୍କ ଆକାଉଣ୍ଟରୁ କଟିଥିବା ଟଙ୍କା ନଫେରିଲା , ତେବେ ସେତିକି ଅର୍ଥ ଆପଣଙ୍କ ବ୍ଯାଙ୍କ ଆପଣଙ୍କୁପୈଠ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.