ବାଂଲାଦେଶରେ ପୁଣି ଲକ୍‌ଡାଉନ୍‌ ଲାଗୁ, ୭ ଦିନ ପାଇଁ ଜାରି ହେଲା କଟକଣା

Published By : Prameya-News7 Bureau | April 03, 2021 IST

ଢାକା ୦୩/୦୪ : କରୋନା ସଂକ୍ରମଣ ଏବେ ପୁଣି ଥରେ ବିଶ୍ବକୁ ଗ୍ରାସ କରିବା ଆରମ୍ଭ କରିଛି । ବାଂଲାଦେଶରେ ମଧ୍ୟ ସ୍ଥିତି ସଙ୍ଗୀନ ହେଲାଣି । କୋଭିଡ୍‌ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସାରା ଦେଶରେ ୭ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବାଂଲାଦେଶ ସଡକ ପରିବହନ ମନ୍ତ୍ରୀ ଓବାଇଦୁଲ୍ କ୍ୱାଦର୍ ।

ଆସନ୍ତା ସୋମବାର ଠାରୁ ସାରା ଦେଶରେ ୭ ଦିନ ପାଇଁ ଲାଗୁ ହେବ ଲକ୍‌ଡାଉନ୍‌ । ବାଂଲାଦେଶ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମ ଅନୁଯାୟୀ ଲକ୍‌ଡାଉନ୍‌ ସମୟରେ ସମସ୍ତ ଅଫିସ୍‌ ଏବଂ କୋର୍ଟ ବନ୍ଦ ରହିବ । ଶିଳ୍ପ ସଂସ୍ଥା ଏବଂ ମିଲଗୁଡିକ ରୋଟେସନ୍‌ ଅନୁଯାୟୀ ନିଜର କାର୍ଯ୍ୟ ଜାରିରଖିବେ ।

ସୂଚନାଯୋଗ୍ୟ, ବାଂଲାଦେଶରେ ଗୋଟିଏ ଦିନରେ ସର୍ବାଧିକ ୫୩୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କୌଣସି ସ୍ଥାନରେ ଏକତ୍ରିତ ହେବା ନେଇ କଟକଣା ଜାରି ହୋଇଛି । ଏହା ସହିତ ରାଜନୈତିକ କାର୍ଯ୍ୟକ୍ରମ ଏବଂ ଧାର୍ମିକ ସମାବେଶ ଉପରେ ରୋକ ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.