ସିଡନୀ ୦୮।୧୨: ଟି-୨୦ ସିରିଜ୍ରେ ୨-୧ରେ ବିଜୟ ହାସଲ କରିବା ସହିତ ବିରାଟ କୋହଲି ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ସମସ୍ତ ଫର୍ମାଟରେ ସିରିଜ୍ ଜିତିବାରେ ପ୍ରଥମ ଅଧିନାୟକ ହେବାର ରେକର୍ଡ କରିଛନ୍ତି। ଏଥିସହ ଏହି ସଫଳତା ପାଇବାରେ ଏସିଆର ପ୍ରଥମ ଅଧିନାୟକ ହେବାର ଉପଲବ୍ଧି ହାସଲ କରିଛନ୍ତି। ବିରାଟଙ୍କ ନେତୃତ୍ଵରେ ଭାରତୀୟ ଦଳ ୨୦୧୮-୧୯ରେ ୨-୧ରେ ଟେଷ୍ଟ ସିରିଜ୍ ଜିତିଥିବା ବେଳେ ଏହା ପରେ ଦିନିକିଆ ସିରିଜ୍ରେ ମଧ୍ୟ ୨-୧ରେ ବିଜୟୀ ହୋଇଥିଲା। ମହେନ୍ଦ୍ର ସିଂହ ଧୋନୀ ଓ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ଵରେ ଭାରତ ଏପରି ସଫଳତା ହାସଲ କରି ପାରିନଥିଲା।
ଗତ ଗସ୍ତରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍ ଡ୍ର ରହିଥିଲା। ଏଥର କିନ୍ତୁ ଭାରତ ୨-୧ରେ ସିରିଜ୍ ଜିତିବାରେ ସଫଳ ହୋଇଛି। ଭାରତ ୨୦୧୬ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ଟି-୨୦ ସିରିଜରେ ୩-୦ରେ କ୍ଲିନ ସୁଇପ୍ କରିଥିଲା। ଧୋନୀଙ୍କ ଅଧିନାୟକତ୍ଵରେ ଭାରତ ଅଷ୍ଟ୍ରେଲିଆରେ ୨୦୦୭-୦୮ ତ୍ରିକୋଣୀୟ ସିରିଜ୍ରେ ଚମ୍ପିଆନ ହୋଇଥିଲା।
{"id":374672,"sizeSlug":"large"}ହେଲେ ଧୋନୀଙ୍କ ନେତୃତ୍ଵରେ ଭାରତ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତି ପାରିନଥିଲା। ୨୦୧୧-୧୨ରେ ଦଳ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ପରାଜିତ ହୋଇଥିଲା। ୨୦୧୫-୧୬ରେ ମଧ୍ୟ ଦିନିକିଆ ସିରିଜ୍ ୪-୧ରେ ହାରିଥିଲା। ଧୋନୀଙ୍କ ଅଧିନାୟକତ୍ଵରେ ଭାରତକୁ ୨-୧୪-୧୫ରେ ୦-୨ରେ ସିରିଜ୍ ପରାଜୟର ସାମ୍ନା କରିବାକୁ ପଡିଥିଲା।
ଭାରତ ଅଷ୍ଟ୍ରେଲିଆରେ ସମସ୍ତ ଫର୍ମାଟ୍ରେ ସିରିଜ୍ ଜିତିଥିବା ବେଳେ ଏସିଆର ୩ ଶୀର୍ଷ ଦେଶ ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ କେହି ହେଲେ ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଗୋଟିଏ ହେଲେ ଟେଷ୍ଟ ସିରିଜ୍ ଜିତି ନାହାନ୍ତି।
{"id":374673,"sizeSlug":"large"}ବିରାଟ କୋହଲିଙ୍କ ନେତୃତ୍ଵରେ ଅଷ୍ଟ୍ରେଲିଆରେ ଭାରତର ସିରିକ ବିଜୟ
୨୦୧୮/୧୯- ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍, ଭାରତ ୨-୧ରେ ବିଜୟୀ
୨୦୧୮/୧୯- ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ, ଭାରତ ୨-୧ରେ ବିଜୟୀ
୨୦୨୦- ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍, ଭାରତ ୨-୧ରେ ବିଜୟୀ