ଆତଶବାଜୀରେ ନୂଆବର୍ଷ ୨୦୨୧କୁ ସ୍ୱାଗତ କଲା ବିଶ୍ୱ, ଦେଖନ୍ତୁ ସେଲିବ୍ରେସନ Video
31/12/2020 at 6:07 PM

ଅକଲ୍ୟାଣ୍ଡ ୩୧।୧୨: ବିଶ୍ୱରେ ନୂଆବର୍ଷ ୨୦୨୧ ଆସିସାରିଲାଣି ! ଲୋକେବି ବର୍ଷକୁ ଭବ୍ୟ ସ୍ୱାଗତ କରିଛନ୍ତି। ନ୍ୟୁଜିଲ୍ୟାଣ ଅକଲ୍ୟାଣ୍ଡରେ ଘଣ୍ଟାକଣ୍ଟା ମଧ୍ୟରାତ୍ର ଠିକ୍ ୧୨ଟାରେ ଏକ ହେବାମାତ୍ରେ ରଙ୍ଗୀନ ଆତଶବାଜୀରେ ନବବର୍ଷ ୨୦୨୧କୁ ସ୍ୱାଗତ କରାଯାଇଛି। ଶତାବ୍ଦୀର ଦ୍ୱିତୀୟ ଦଶନ୍ଧୀ ପ୍ରାରମ୍ଭ ୨୦୨୦କୁ ମଧ୍ୟ ଏଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା। ତେବେ ବର୍ଷଟି କରୋନା ଭାଇରସ ମହାମାରୀ ଓ ଅନ୍ୟ କାରଣ ଲାଗି ସମସ୍ତଙ୍କ ଲାଗି ସମସ୍ୟାଗ୍ରସ୍ତ ହୋଇପଡିଥିଲା।
ତେବେ ୨୦୨୧ ଲୋକଙ୍କ ଲାଗି ନୂଆ ସକାଳ ନେଇଆସୁ ଏହି ଆଶାରେ ପରସ୍ପକୁ ନବବର୍ଷର ଅଭିନନ୍ଦନ ଜଣାଇ ସ୍ୱାଗତ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିଶ୍ୱର ପ୍ରଥମ ଦେଶ ଯିଏ ନବବର୍ଷକୁ ଆଗ ସ୍ୱାଗତ କରେ। ସିଡନୀଠାରୁ ୨ ଘଣ୍ଟା ଦୂରରେ ଅବସ୍ଥିତ। ତେବେ ସେଠାରେ ନବବର୍ଷ ପାଳିତ ହୋଇସାରିଲାଣି। ନ୍ୟୁଜିଲ୍ୟାଣ୍ଡ ମଧ୍ୟ କୋଭିଡ ପ୍ରଭାବିତ ହୋଇଥିଲା। ତେବେ ଦେଶ କୋଭିଡ ମୁକ୍ତ ଭାବେ ନବବର୍ଷକୁ ସ୍ୱାଗତ କରିଛି। ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିନା କଟକଣାରେ ନବବର୍ଷ ସ୍ୱାଗତ କରିଥିବା ବେଳେ ଚିତାକର୍ଷକ ଆତଶବାଜୀରେ ବର୍ଷକୁ ସ୍ୱାଗତ କରିଛି।
ଅକଲ୍ୟାଣ୍ଡ ୨୦୨୧କୁ ଅତ୍ୟନ୍ତ ଉଲ୍ଲାସ ଓ ଉତ୍ସାହରେ ସ୍ୱାଗତ କରିଛି। ନବବର୍ଷ ପାଳନ ଲାଗି ଲୋକେ ଘରଛାଡି ପଦାକୁ ଆସି ଉତ୍ସବରେ ନିଜକୁ ସାମିଲ କରିଛନ୍ତି। ଆତଶବାଜୀର ସୁନ୍ଦର ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ବେଳେ ତାହା ସାରା ବିଶ୍ୱରେ ଭାଇରାଲ ହେବାରେ ଲାଗିଛି।