ସେପ୍ଟେମ୍ବର ୬ରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ କ୍ଷୁଦ୍ର ଗ୍ରହ ! ପିରାମିଡଠୁ ଦୁଇ ଗୁଣ ବଡ
5/09/2020 at 10:23 PM

ନୂଆଦିଲ୍ଲୀ ୦୫।୦୯: ମହାକାଶରେ ଏମିତି ଏକ କ୍ଷୁଦ୍ର ଗ୍ରହକୁ ନେଇ ଚର୍ଚ୍ଚା କରାଯାଉଛି ଯାହାର ଆକାର ଗିଜାର ପ୍ରସିଦ୍ଧ ପିରାମିଡଠୁ ଦୁଇ ଗୁଣ ବଡ। ଏହା ସେପ୍ଟେମ୍ବର ୬ରେ ପୃଥିବୀର କକ୍ଷ ପଥକୁ ଅତିକ୍ରମ କରିବାର ସମ୍ଭାବନା ରହିଛି।
ନ୍ୟାସନାଲ ଆରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ(ନାସା) ଏହି କ୍ଷୁଦ୍ର ଗ୍ରହ ଉପରେ ନଜର ରଖିଛି। ଏହାର ନାମ 465824 (2010 FR) ଦିଆଯାଇଛି। ସେଣ୍ଟର ଫର ନିୟର ଅବଜେକ୍ଟ ଷ୍ଟଡିଜ(CNEOS) ଅନୁଯାୟୀ ଗ୍ରହର ବ୍ୟାସାର୍ଦ୍ଧ ୧୨୦ ମିଟରରୁ ୨୭୦ ମିଟର ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏହା ମିଶରର ପିରାମିଡଠୁ ଦୁଇ ଗୁଣ ବଡ ହେବ ବୋଲି କୁହାଯାଇଛି। କିନ୍ତୁ ସୁଖଦ ଖବର ଏହି କ୍ଷୁଦ୍ର ଗ୍ରହର ପୃଥିବୀ ପୃଷ୍ଠରେ ଧକ୍କା ହେବାର ସମ୍ଭାବନା ନାହିଁ।
Our #PlanetaryDefense experts are not worried about asteroid 2010 FR and you shouldn’t be either because it has zero chance of hitting Earth. 🌎 It will safely pass by our planet on Sept. 6 more than 4.6 million miles away—that’s more than 19 times the distance of our Moon!
— NASA Asteroid Watch (@AsteroidWatch) September 1, 2020
ଏହି ବିଷୟରେ ନାସା ଆଷ୍ଟରଏଡ ଓ୍ଵାଚ୍ ଟ୍ଵିଟ୍ କରି କହିଛି ଆମ ଗ୍ରହ ରକ୍ଷା ବିଶେଷଜ୍ଞଙ୍କୁ ଆଷ୍ଟରଏଡ ୨୦୨୦ ଏଫଆରକୁ ନେଇ କୌଣସି ଚିନ୍ତା ନାହିଁ। ତେଣୁ ଆପଣଙ୍କୁ ମଧ୍ୟ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏହା ପୃଥିବୀ ପୃଥିବୀ ସହ ସଂଘର୍ଷ ହେବାର ସମ୍ଭାବନା ନାହିଁ।
ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ ଏହି କ୍ଷୁଦ୍ର ଗ୍ରହ କ୍ୟାଟଲିନା ସ୍କାଇ ସର୍ଭେ ଦ୍ଵାରା ୨୦୧୦ ମାର୍ଚ୍ଚରେ ଆବିଷ୍କାର କରାଯାଇଥିଲା।
When an asteroid or comet comes close to Earth we call it a near-Earth object. But how close is close? How do we keep track of them? What can we do to mitigate our risk?
— NASA (@NASA) June 30, 2020
☄️ Here’s what you need to know about near-Earth objects this #AsteroidDay: pic.twitter.com/mCjW3FSoz5
ନାସା ଅନୁଯାୟୀ କ୍ଷୁଦ୍ର ଗ୍ରହ ଛୋଟ ଏବଂ ପଥର ଚଟ୍ଟାଣ ପରି ହୋଇଥାନ୍ତି। ଏହା ସୂର୍ଯ୍ୟ ଚାରିପଟେ ପରିକ୍ରମା କରନ୍ତି। ଏହା ସୂର୍ଯ୍ୟ ଚତୁଃପାର୍ଶ୍ଵରେ ପରିକ୍ରମା କଲେ ମଧ୍ୟ ଏହା ଗ୍ରହ ତୂଳନାରେ ବହୁତ ଛୋଟ ଥାନ୍ତି। କ୍ଷୁଦ୍ର ଗ୍ରହ ପ୍ରାୟ ୪.୬ ବିଲିୟନ ବର୍ଷ ପୂର୍ବେ ଆମର ସୌର ମଣ୍ଡଳ ଗଠନର ପ୍ରାରମ୍ଭରେ ଏକ ଛୋଟ ଚଟ୍ଟାଣର ଅବଶେଷ। ଏହାକୁ ବେଳେ ବେଳେ ମାଇନର ପ୍ଲାନେଟ୍ ମଧ୍ୟ କୁହାଯାଏ।
ଆମର ସୌର ମଣ୍ଡଳରେ ବହୁତ ଗୁଡାଏ କ୍ଷୁଦ୍ର ଗ୍ରହ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁଖ୍ୟ ଗ୍ରହ ବେଲ୍ଟରେ ରହିଥାନ୍ତି। ଯାହା ମଙ୍ଗଳ ଏବଂ ବୃହସ୍ପତି କକ୍ଷ ମଧ୍ୟରେ ଅବସ୍ଥିତ। ଏ ପର୍ଯ୍ୟନ୍ତ ସୌର ମଣ୍ଡଳରେ ୯,୯୪,୩୯୩ କ୍ଷୁଦ୍ର ଗ୍ରହ ଥିବା ଜଣା ପଡିଛି।