ଏଏମୟୁକୁ ଗ୍ରାସିଲା କରୋନା ଗ୍ରହଣ: ୨୦ ଦିନରେ କୋଭିଡ୍‌ରେ ଚାଲିଗଲା ୧୭ ପ୍ରଫେସରଙ୍କ ଜୀବନ

Published By : Prameya-News7 Bureau | May 08, 2021 IST

ଅଲିଗଡ ୦୮।୦୫: ଅଲିଗଡ ମୁସଲିମ ବିଶ୍ଵ ବିଦ୍ୟାଳୟକୁ ଗ୍ରାସିଛି କରୋନାର ଦ୍ଵିତୀୟ ଲହର। ପରିସ୍ଥିତି ଏତେ ଭୟାନକ ଯେ ଗତ ୨୦ ଦିନରେ ୧୭ ଜଣ ପ୍ରଫେସରଙ୍କ ମୃତ୍ୟୁ କରୋନା ଏବଂ ଅନ୍ୟ ରୋଗରେ ହୋଇଛି। ପ୍ରଫେସରଙ୍କ ବ୍ୟତୀତ କରୋନାରେ ଏଏମୟୁ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଛି।

ଏଏମୟୁ ପାଇଁ କରୋନାର ଦ୍ଵିତୀୟ ଲହର ଅଧିକ ବିପଦଜ୍ଜନକ ସାବ୍ୟସ୍ତ ହୋଇଛି। ବିଶ୍ଵ ବିଦ୍ୟାଳୟର ସ୍ଥାପନା ୧୯୨୦ ହେବା ପରଠୁ ଏଏମୟୁ ଏମିତି ଚିନ୍ତାଜନକ ସ୍ଥିତି ଦେଇ କେବେ ମଧ୍ୟ ଗତି କରିନଥିଲା। ଏତେ ସଂଖ୍ୟାରେ କାର୍ଯ୍ୟରତ ପ୍ରଫେସର, ଅବସରପ୍ରାପ୍ତ ପ୍ରଫେସର ଓ ଅନ୍ୟ କର୍ମଚାରଙ୍କ ନିଧନରେ ବିଶ୍ଵ ବିଦ୍ୟାଳୟ ସ୍ତବ୍ଧ। ପ୍ରତିଦିନ ଏଏମୟୁରେ କୌଣସି ନା କୌଣସି ପ୍ରଫେସର, ଅବସର ପ୍ରାପ୍ତ ପ୍ରଫେସର କିମ୍ଵା ଅନ୍ୟ କର୍ମଚାରୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରାଯାଉଛି।

ଗତ ୨୦ ଦିନରେ ୧୭ ପ୍ରଫେସରଙ୍କ କରୋନାରେ ଏବଂ ଅନ୍ୟରେ ଦେହାନ୍ତ ଘଟିଛି। ଏଥିରେ ଅବସରପ୍ରାପ୍ତ ପ୍ରଫେସର ଓ ଅନ୍ୟ କର୍ମଚାରୀ ସାମିଲ ନାହାନ୍ତି।ୱ ଯଦି ସମସ୍ତଙ୍କୁ ଯୋଡି ଦିଆଯାଏ ତେବେ ମୃତକଙ୍କ ସଂଖ୍ୟା ୪୦ରୁ ଅଧିକ ହେବ। ଏଏମୟୁରୁ ଭିସି ପ୍ରଫେସର ତାରିଖ ମନସୁର ମଧ୍ୟ ଏହି କରୋନା ମହାମାରୀରେ ନିଜ ଭାଇ ଅହମ୍ମଦ କମର ଫାରୁକଙ୍କୁ ହରାଇଛନ୍ତି। ତାଙ୍କ ପାଇଁ ଅଲିଗଡ ମୁସଲିମ ୟୁନିଭର୍ସିଟିରୁ ହିଁ ନିଜର ତାଲିମ ପୂରା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.