ସଙ୍କଟରେ କର୍ଣ୍ଣାଟକର କୁମାର ସ୍ୱାମୀ ସରକାର, ଇସ୍ତଫା ଦେଲେ ୧୧ ବିଧାୟକ

Published By : Prameya-News7 Bureau | July 06, 2019 IST

ବେଙ୍ଗାଲୁରୁ ୬।୭: କର୍ଣ୍ଣାଟକରେ ଏଚ୍.ଡି.କୁମାର ସ୍ୱାମୀଙ୍କ ମେଣ୍ଟ ସରକାର ପୁଣି ସଙ୍କଟରେ ଥିବା ଭଳି ମନେ ହେଉଛି। ଶନିବାର କଂଗ୍ରେସର ୧୦ ଓ ଜେଡିଏସ୍ ର ୩ ଜଣ ବିଧାୟକ ବିଧାସଭା ବାଚସ୍ପତିଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କ ଅନୁପସ୍ଥିତିରେ ସଚିବଙ୍କୁ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାପଡିଛି।ପରେ ବିଧାୟକମାନେ ରାଜ ଭବନକୁ ଯାଇ ରାଜ୍ୟପାଳଙ୍କୁ ମଧ୍ୟ ଭେଟିଛନ୍ତି। ତେବେ ରାଜ୍ୟ ରାଜନୀତିରେ ମୁହୁର୍ତକୁ ମୁହୁର୍ତ୍ତ ହେଉଥିବା ପରିବର୍ତ୍ତନରୁ ପରିସ୍ଥିତି ଏବେ ବି ସ୍ପଷ୍ଟ ହୋଇ ପାରୁନାହିଁ।

{"id":131038}

ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ଏବେ ଆମେରିକା ପ୍ରବାସରେ ଅଛନ୍ତି। ସେ ସୋମବାର ପ୍ରତ୍ୟାବର୍ତ୍ତନ କରିବେ। ତେବେ ତାଙ୍କ ଫେରିବା ପୂର୍ବରୁ ରାଜ୍ୟ ରାଜନୀତିରେ ସୃଷ୍ଚି ହୋଇଥିବା ଅସ୍ଥିରତା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ତେବେ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ଡି.କେ. ଶିବ କୁମାର କୌଣସି ବିଧାୟକ ଇସ୍ତଫା ଦେଇ ନଥିବା କହିଛନ୍ତି। ବିଧାସଭା ବାଚସ୍ପତିଙ୍କୁ ଭେଟିବାକୁ ଯାଇଥିବା ବିଧାୟକମାନଙ୍କୁ ଶିବକୁମାର ଆଲୋଚନା ପାଇଁ ଆମନ୍ତ୍ରଣ କରିଥିବା କହିଛନ୍ତି। ଏପରିକି ବିଧାସଭା ସଚିବଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିବା ୩ ଜଣ କଂଗ୍ରେସ ବିଧାୟକଙ୍କୁ ମଧ୍ୟ ଶିବକୁମାରଙ୍କ ସହ ଦେଖାଯାଇଛି।

{"id":131039}

ବାଚସ୍ପତିଙ୍କୁ ଭେଟିବାକୁ ଯାଇଥିବା ବିଧାୟକଙ୍କ ମଧ୍ୟରେ ଜେଡିଏସ୍ ର  ବି.ସି.ପାଟିଲ, ଏଚ୍.ବିଶ୍ୱନାଥ, ନାରାୟଣ ଗୌଡା, ଶିବରାମ ହୈବର, ମହେଶ କୁମାଥଲୀ, ଗୋପାଲେୟା, ରମେଶ ଜରକିହୋଲି ଓ ପ୍ରତାପ ଗୌଡା ପାଟିଲ ବିଧାନସଭା ସଚିବଙ୍କୁ ସେମାନଙ୍କର ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି। ପ୍ରସଙ୍ଗରେ ବାଚସ୍ପତି ରମେଶ କୁମାରଙ୍କ ଅନୁସାରେ ସେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ବେଳେ ସରକାରର ୧୧ ଜଣ ବିଧାୟକ ଇସ୍ତଫା ଦେବାକୁ ଆସିଥିଲେ।ଏଣୁ ବିଧାନସଭା ସଚିବଙ୍କୁ ସେମାନଙ୍କର ଇସ୍ତଫାପତ୍ର ରଖିବାକୁ କହିଛି। ରବିବାର କାର୍ଯ୍ୟାଳୟ ଛୁଟି ଥିବାରୁ ଏ ନେଇ ସୋମବାର ଯାହା ନିଷ୍ପତ୍ତି ହେବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.