ଚୀନ କୋଭିଡ-୧୯ ପାଇଁ ପ୍ରଥମେ ନାଜାଲ- ସ୍ପ୍ରେ ଭାକସିନ ପରୀକ୍ଷଣକୁ ଦେଲା ମଞ୍ଜୁରି

Published By : Prameya-News7 Bureau | September 11, 2020 IST

ନୂଆଦିଲ୍ଲୀ ୧୧/୦୯: ଚୀନ ନୋଭେଲ କରୋନା ଭାଇରସ ବିରୋଧରେ ଲଢ଼ିବା ପାଇଁ ପ୍ରଥମେ ନାଜାଲ ସ୍ପ୍ରେ ଟିକା ପରୀକ୍ଷଣକୁ ମଞ୍ଜୁରି ଦେଇଛି। ଅର୍ଥାତ୍ ଏହି ଟିକାକୁ ନାକରେ ଦିଆଯିବ। ଚୀନର ଏହି ଏକମାତ୍ର ନାଜାଲ ସ୍ପ୍ରେ ଭାକସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ନଭେମ୍ବରରେ ଆରମ୍ଭ ହୋଇପାରେ। ଟ୍ରାଏଲରେ ପ୍ରାୟ ୧୦୦ ଜଣ ପ୍ରତିଯୋଗୀ ସାମିଲ ହୋଇପାରନ୍ତି। ଅବଶ୍ୟ ଚୀନ ତିନିଟି କରୋନା ଭାଇରସ ଭାକିସନ୍ ଦୌଡ଼ରେ ଆଗରେ ରହିଛି।

ତେବେ ଗ୍ଲୋବାଲ ଟାଇମ୍ସ ଅନୁସାରେ ଏହା ହେଉଛି ଏକମାତ୍ର ଟୀକା ଯାହାକୁ ଚୀନର ଜାତୀୟ ଚିକିତ୍ସା ଉତ୍ପାଦ ପ୍ରଶାସନ ସ୍ବୀକୃତି ଦେଇଛି। ଏହି ଟିକା ହଂଗକଂଗ ଓ ଚୀନ ମଧ୍ୟରେ ଏକ ସାମୁହିକ ମିଶନ ଜରିଆରେ ବିକଶିତ କରାଯାଉଛି। ଯେଉଁଥଁରେ ୟୁନିଭର୍ସିଟି ଅଫ୍ ହଂଗକଂଗ, ଶିୟାମେନ୍ ୟୁନିଭର୍ସିଟି ତଥା ବେଜିଙ୍ଗ ବତାଇ ବାୟୋଲଜିକଲ ଫାର୍ମାସିର ଗବେଷକମାନେ ସାମିଲ ଅଛନ୍ତି।

ୟୁନିଭର୍ସିଟି ଅଫ୍ ହଂଗକଂଗର ସୂକ୍ଷ୍ମ ଜୀବବିଜ୍ଞାନି ୟୁଏନ୍ କ୍ବେକ ୟୁଙ୍ଗ କହିଛନ୍ତି ଯେ ନାଜାଲ ସ୍ପ୍ରେ ମାଧ୍ୟମରେ ଟିକା ନେବା ଦ୍ବାରା ଇନଫ୍ଲୁଏଞ୍ଜା ଓ କରୋନା ଭାଇରସରୁ ସୁରକ୍ଷା ମିଳିପାରିବ। ତେବେ ଟିକାର ତିନି ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପରୀକ୍ଷା ପୂରାପୂରି ଶେଷ ହେବାକୁ ପ୍ରାୟ ବର୍ଷେ ଲାଗିଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.