ନୂଆଦିଲ୍ଲୀ ୦୮।୧୨: ଦେଶରେ କରୋନା ମହାମାରୀର ମୁକାବିଲା ପାଇଁ କୋଭିଡ୍-୧୯ ଭ୍ୟାକସିନ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବଡ ଖବର ଆସିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ମଙ୍ଗଳବାର କହିଛନ୍ତି, ଥରୁଟିଏ ନିଜ ବୈଜ୍ଞାନିକଙ୍କଠୁ ସବୁଜ ସଙ୍କେତ ମିଳିବା ପରେ ଦେଶରେ ବଡ ପରିମାଣରେ କୋଭିଡ୍-୧୯ ଭ୍ୟାକସିନର ଉତ୍ପାଦନ ଆରମ୍ଭ ହୋଇଯିବ। ଏହାକୁ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି। ଭ୍ୟାକସିନର ଉତ୍ପାଦନ ବଢାଇବା ପାଇଁ ରୂପରେଖା ପ୍ରସ୍ତୁତ। କମ ସମୟରେ ପ୍ରତ୍ୟେକଙ୍କ ପାଖରେ ଭ୍ୟାକସିନ ଉପଲବ୍ଧ ପାଇଁ କାର୍ଯ୍ୟ ଜାରି ରହିଛି। କିଛି ଭ୍ୟାକ୍ସିନକୁ ଆଗାମୀ କିଛି ସପ୍ତାହରେ ଲାଇସେନ୍ସ ମିଳିପାରେ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସଚିବ କହିଛନ୍ତି, ତିନି ଭ୍ୟାକସିନ ପ୍ରି କ୍ଲିନିକାଲ ଷ୍ଟେଜ୍ରେ ରହିଛି ଏବଂ ୬ ଭ୍ୟାକସିନ କ୍ଲିନିକଲ ଟ୍ରାଏଲରେ ରହିଛି। ଅଧିକାଂଶ ଭ୍ୟାକସିନ ୨ ଡୋଜ୍ ବିଶିଷ୍ଟ। ପ୍ରତି ଡୋଜ୍ ମଧ୍ୟରେ ବ୍ୟବଧାନ ୩ ରୁ ୪ ସପ୍ତାହ ରହିଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସଚିବ କହିଛନ୍ତି, ଭ୍ୟାକସିନର କିଛି ଟିକାକୁ ଆଗାମୀ କିଛି ସପ୍ତାହରେ ଲାଇସେନ୍ସ ମିଳିପାରେ।
wp:html/wp:htmlOnce we get a green signal from our scientists, we'll launch massive production of the vaccine. We've made all the preparations & drawn an outline to ramp up production of vaccine & to make it available to each & every person in shortest possible time: Secretary, Health Ministry pic.twitter.com/D9JW9chw4r
— ANI (@ANI) December 8, 2020
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସଚିବ କହିଛନ୍ତି, ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକ୍ ଜରୁରୀକାଳୀନ ଟିକାର ଅନୁମୋଦନ ପାଇଁ ଆବେଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଭ୍ୟାକସିନ ନିର୍ମାତା ଓ ବୈଜ୍ଞାନିକଙ୍କ ସହିତ ଆଲୋଚନା କରିଛନ୍ତି।
ଭାରତରେ ସଂପ୍ରତି ପ୍ରତିଦିନ କରାଯାଉଥିବା ପରୀକ୍ଷଣରେ ୬ ଭ୍ୟାକସିନର ପ୍ରଭାବଶାଳୀ ଫଳାଫଳ ଆସିଛି। ଭ୍ୟାକସିନ କିଛି ଟିକାକୁ ଆଗାମୀ କିଛି ସପ୍ତାହରେ ଲାଇସେନ୍ସ ମିଳିପାରେ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହଯୋଗରେ ଭ୍ୟାକସିନର ବିତରଣ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି ଚାଲିଛି ବୋଲି ସ୍ଵାସ୍ଥ୍ୟ ସଚିବ କହିଛନ୍ତି।