ଲଭ ସେକ୍ସ ଧୋକ୍କା : ପ୍ରେମିକା ପତ୍ନୀକୁ ଛାଡି ବଡ ଚାକିରି ଓ ଅଧିକ ପଇସା ଆଶାରେ ଦୁବାଇ ଚାଲିଗଲା ପ୍ରେମିକ, ଏତଲା ଦେବାରୁ ପ୍ରେମିକା ଉପରେ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମ ମାମଲା

Published By : Prameya-News7 Bureau | September 18, 2019 IST

ଭୁବନେଶ୍ବର୧୮|୯; ଲଭ ସେକ୍ସ ଧୋକ୍କା । ପ୍ରେମିକାକୁ ଛାଡି ବଡ ଚାକିରି ଓ ଅଧିକ ପଇସା ଆଶାରେ ଦୁବାଇ ଚାଲିଗଲା ପ୍ରେମିକ । ଥାନାରେ ଏତଲା ଦେବାରୁ ପ୍ରେମିକର ଘର ଲୋକେ ମରଣାନ୍ତକ ଆକ୍ରମଣ କଲେ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ତାଙ୍କର ଚିକିତ୍ସା । କାକଟପୁର ଅଞ୍ଚଳର ଜଣେ ମହିଳା ଏଭଳି ଅଭିଯୋଗ କରିଛନ୍ତି

{"id":159514}

କାକଟପୁର ଅଞ୍ଚଳର ଜଣେ ମହିଳା ଏଭଳି ଏକ ଅଭିଯୋଗ ଆଣିଛନ୍ତି । ପିଲା ବେଳର ବନ୍ଧୁ ସହ ଦିଲ୍ଲୀରେ ଦେଖାଦେଖି । ପରେ ବନ୍ଧୁତା ପ୍ରେମର ରୂପ ନିଏ । ଆଉ ଉଭୟଙ୍କ ପରିବାରର ସହମତିରେ ୨୦୧୬ ନଭେମ୍ବରରେ ନିର୍ବନ୍ଧ ହୋଇଥିଲା । ଉଭୟ ଦିଲ୍ଲୀରେ ଚାକିରି କରୁଥିବାରୁ ନିର୍ବନ୍ଧ ପରେ ଗୋଟିଏ ଫ୍ଲାଟ କିଣି ସେଠାରେ ଲିଭ-ଇନରେ ରହୁଥିଲେ । ପରେ ଦିଲ୍ଲୀର ଏକ ମନ୍ଦିରରେ ବିବାହ କରିବା ସହ ନୋଟାରୀରେ ରେଜିଷ୍ଟ୍ରେସନ ବି କରିଥିଲେ ।

{"id":159515}

 ତେବେ ଧୋକ୍କାବାଜ ସ୍ବାମୀ ତଥା ପ୍ରେମିକକୁ ଏ ପ୍ରେମ ଆଉ ରୁଚିଲାନି । ବଡ ଚାକିରି ଆଶାରେ ଦୁବାଇ ପଳାଇଲା ପ୍ରେମିକ ସ୍ମୃତି ରଞ୍ଜନ । ଆଉ ଦୁଇ ମାସ ପରେ ଫେରି ଆସି ସ୍ତ୍ରୀକୁ ନେଇଯିବାକୁ ପ୍ରତିଶ୍ରୁତି ବି ଦେଇଥିଲା । କିନ୍ତୁ ନା ସ୍ମୃତିରଞ୍ଜନ ଫେରିଲା ନା ତାର ଫୋନ ଆସିଲା । ଶାଶୁ ଘର ଲୋକଙ୍କୁ କହିବାରୁ ସେମାନେ କୋଟିଏ ଟଙ୍କା ଓ ବିଏମଡବ୍ଲୁ କାର୍ ଡିମାଣ୍ଡ କଲେ ।

{"id":159516}

ଶେଷରେ ସ୍ମୃତି ରଞ୍ଜନ ବିରୋଧରେ କାକଟପୁର ଥାନାରେ ପୀଡିତା ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଅଭିଯୋଗ ରଖି ନଥିବା ସେ ଅଭିଯୋଗ କରିଛନ୍ତି । ଥାନାକୁ ଯାଇଥିବାରୁ ସ୍ମୃତିରଞ୍ଜନଙ୍କ ସମ୍ପର୍କୀୟ ତାଙ୍କୁ ମାଡ ମାରି ଲହୁ ଲୁହାଣ କରିଦେଇଛନ୍ତି । ଗୁରୁତର ଅବସ୍ଥାରେ ମହିଳା ଜଣକ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

{"id":159517}

କେବଳ ଏତିକିରେ ସରିନଥିଲା ମହିଳାଙ୍କ ଦୁଃଖ । ପୋଲିସ ପୀଡିତାଙ୍କ ଅଭିଯୋଗ ତ ରଖିଲାନି ଓଲଟା ଅଭିଯୋଗକାରୀ ଏବଂ ତାଙ୍କ ବିଧବା ମାଙ୍କ ବିରୋଧରେ ୩୦୭ ଦଫାରେ ମାମଲା ରୁଜୁ କରିଥିବା ଅଭିଯୋଗ କରିଛନ୍ତି ଏହି ମହିଳା । ସେପଟେ ଉଭୟ ମା, ଝିଅଙ୍କୁ ମାରି ଦେବାକୁ ଧମକ ଦେଉଛନ୍ତି ସ୍ମୃତିରଞ୍ଜନଙ୍କ ପରିବାର ଲୋକେ ।

{"id":159518}

ମହିଳାମାନଙ୍କ ସୁରକ୍ଷା ପୋଲିସର ପ୍ରାଥମିକତା । କିନ୍ତୁ ଏଠି ତାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ହସ୍ପିଟାଲରେ ପଡିଥିବା ପୀଡିତା ଏବଂ ତାଙ୍କ ମା ଏବେ ନ୍ୟାୟ ମାଗୁଛନ୍ତି ।

{"id":159519}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.