Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ପୋଲିସର ସୂଚନା ଅନୁସାରେ ଘଟଣା ଥିଲା ଏମିତି – ମାତ୍ର ୮ ଦିନ ମଧ୍ୟରେ ସାରା ଘଟଣା ବୁଲିଗଲା

6/12/2019 at 9:49 PM

ହାଇଦ୍ରାବାଦ ୦୬।୧୨ –  ହାଇଦ୍ରାବାଦ ମହିଳା ଡାକ୍ତର ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ଆଜି ସକାଳେ ଏନକାଉଣ୍ଟର ସେହି ସ୍ଥାନରେ ହୋଇଛି ଯେଉଁଠି ଦିଶାଙ୍କୁ ପୋଡି ମାରିଦିଆଯାଇଥିଲା। ଘଟଣା ପରେ ସାଇବରାବାଦ୍ ପୋଲିସକୁ ଚାରିଆଡୁ ପ୍ରଶଂସା କରାଯାଉଛି । ଦିଶାଙ୍କର ପରିବାର ଲୋକେ ଏଥିପାଇଁ ଖୁସି ବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ନ୍ୟାୟ ମିଳିଥିବା କହିଛନ୍ତି ।

ସକାଳୁ ସକାଳୁ ସାରା ଦେଶ ଦୋହଲିଯାଇଥିଲା ଏହି ବ୍ରେକିଂ ନ୍ୟୁଜରେ। ପୋଲିସ ଗୁଳିରେ ୪ ଅଭିଯୁକ୍ତ ସଫା । ସାଇବରାବାଦ୍‌ ପୋଲିସ ସହ ଏନ୍‌କାଉଣ୍ଟରେ ପ୍ରାଣ ହରାଇଛନ୍ତି ହାଇଦ୍ରାବାଦ ଡକ୍ଟର ଦୁଷ୍କର୍ମ ଓ ହତ୍ୟା ଘଟଣାର ସେହି ୪ ଅଭିଯୁକ୍ତ । ମାତ୍ର ୮ ଦିନ ମଧ୍ୟରେ ସାରା ଘଟଣା ବୁଲିଗଲା। ପୋଲିସର ସୂଚନା ଅନୁସାରେ ଘଟଣା ଥିଲା ଏମିତି । ଭୋରରୁ  ୪ ଅଭିଯୁକ୍ତ  ଆରିଫ୍‌, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚେନ୍ନାକେଶବୁଲୁକୁ ନେଇ ପୋଲିସ ପହଞ୍ଚିଥିଲା ସେହି ସ୍ଥାନରେ। ଯେଉଁସ୍ଥାନରେ ଡକ୍ଟର ଦିଶାଙ୍କୁ ଅପରାଧୀମାନେ ପୋଡ଼ି ମାରିଥିଲେ। ଉଦ୍ଦେଶ୍ୟ ଥିଲା  କ୍ରାଇମ ସିନ ରିକ୍ରିଏଟ୍ କରିବା।  

ସମସାବାଦ୍ NH -44  ଓଭରବ୍ରିଜ୍‌ ତଳର ସେହିସ୍ଥାନରେ ପହଞ୍ଚିଥିଲା ପୋଲିସ ବସ। ତଦନ୍ତ ଚାଲିଥିଲା। ଅପରାଧୀମାନେ ପୀଡ଼ିତାଙ୍କ ମୋବାଇଲ କେଉଁଠାରେ ଲୁଚାଇଥିଲେ ତାହା ବାହାର କରିଥିଲେ। ଆଉ ଏହି ସମୟରେ ହଠାତ ୪ ଅଭିଯୁକ୍ତ ପୋଲିସକୁ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ। ପ୍ରଥମେ ଟେକା ଓ ବାଡ଼ି ଧରି ପୋଲିସକୁ ଆକ୍ରମଣ କରିଥିଲେ। ଅନ୍ୟଜଣେ ପୋଲିସଠାରୁ ବନ୍ଧୁକ ଛଡାଇ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ ।

ପୋଲିସ ସେମାନଙ୍କୁ ଆତ୍ମ ସମର୍ପଣ କରିବାକୁ ଚେତାବନୀ ଦେଇଥିଲେ ବି ପୋଲିସ ଉପରକୁ ଗୁଳି ଚଳାଇଥିଲା ଅଭିଯୁକ୍ତ । ତେଣୁ ପୋଲିସ ସେମାନଙ୍କ ଉପରକୁ ବାଧ୍ୟ ହୋଇ ଗୁଳି ଚଳାଇଥିଲା । ଯେଉଁଥିରେ ଘଟଣା ସ୍ଥଳରୁ ପାଖାପାଖି ୫ ଶହ ମିଟର ଦୂରରେ ୪ ଅପରାଧୀଙ୍କର ମୃତ୍ୟୁ ହୋଇଥିବା ସାଇବରାବାଦ୍ ପୋଲିସ କମିଶନର ସୂଚନା ଦେଇଛନ୍ତି ।

ସକାଳୁ ସକାଳୁ ଏହି ଘଟଣା ବିଦ୍ୟୁତ ବେଗରେ ଚାରି ଆଡେ ପହଞ୍ଚିଥିଲା । ଖେଳିଯାଇଥିଲା ଚାଞ୍ଚଲ୍ୟ । ଲୋକେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ ।ସାଇବରାବାଦ୍‌ ପୋଲିସ କମିଶନରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବି ଘଟଣା ସ୍ଥଳରେ ପହଞ୍ଚିଥିଲେ । ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଥିଲା । ୪ ଅଭିଯୁକ୍ତଙ୍କ ମୃତଦେହ ପାଖାପାଖି ସ୍ଥାନରେ ପଡିଥିଲା । ସେମାନଙ୍କ ପାଖରୁ ପୋଲିସର ବନ୍ଧୁକ ବି ମିଳିଥିଲା, ବୋଲି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ପୂରା ଘଟଣାକୁ ବର୍ଣ୍ଣନା କରିଛନ୍ତି ପୋଲିସ କମିଶନର ।

୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟରେ ପରେ ସାରା ଦେଶରେ ଖୁସିର ମାହୋଲ । ଦିଶାଙ୍କ ପରିବାର ଲୋକେ କହିଛନ୍ତି ଯେ ସେମାନଙ୍କ ପରିବାରକୁ ନ୍ୟାୟ ମିଳିଛି । ହାଇଦ୍ରାବାଦ୍ ପୋଲିସକୁ ଧନ୍ୟବାଦ୍ ଜଣାଇଛନ୍ତି ।

ଘଟଣାକୁ ନେଇ ପୋଲିସର କାର୍ଯ୍ୟଶୈଳୀ ଉପରେ ଅନେକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ତେବେ ପୋଲିସ ବାରମ୍ବାର ଦର୍ଶାଇଛି ଆତ୍ମରକ୍ଷା ପାଇଁ ଯାହା କରିବାର ଥିଲା ତାହା କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଅନ୍ୟାନ୍ୟ ଅପରାଧ ରେକର୍ଡ ଥିବାରୁ ସେମାନେ କିଛିବି କରିଥାନ୍ତେ।

   Related Posts