ପାକ୍‌ ନେତାଙ୍କ ଅବାନ୍ତର ଯୁକ୍ତି : ’୬୦ ଦିନ ମଧ୍ୟରେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେବ, ପାକିସ୍ତାନ ସାଜିବ କେନ୍ଦ୍ରବିନ୍ଦୁ’

Published By : Prameya-News7 Bureau | November 08, 2021 IST

ନୂଆଦିଲ୍ଲୀ ୦୮/୧ : ‘ଆଗାମୀ ୬୦ ଦିନ ମଧ୍ୟରେ ଆରମ୍ଭ ହୋଇଯିବ ତୃତୀୟ ବିଶ୍ବ ଯୁଦ୍ଧ । ଏବେ ସମୟ ହେଉଛି ନିଜ ଘରେ ବଙ୍କର ତିଆରି କରିବା । ତୃତୀୟ ବିଶ୍ବ ଯୁଦ୍ଧର କେନ୍ଦ୍ରବିନ୍ଦୁ ସାଜିବ ପାକିସ୍ତାନ’। ଲାଇଭ ଟିଭି ଡିବେଟ୍‌ରେ ଏଭଳି କହିଛନ୍ତି ପାକିସ୍ତାନ ସିନ୍ଧର ପୂର୍ବତନ ସେନାଟର ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ସଦସ୍ୟ ଫୈଜଲ ରାଜା ଆବିଦୀ ।

 ଲାଇଭ ଟିଭି ଡିବେଟ୍‌ରେ ବିବାଦୀୟ ବୟାନକୁ ନେଇ ପାକିସ୍ତାନ ସମେତ ବିଭିନ୍ନ ଦେଶରେ ଚର୍ଚ୍ଚା ଜୋର ଧରିଛି । କେହି କେହି ଫୈଜଲ ରାଜା ଆବିଦୀଙ୍କ ଏଭଳି ବୟାନକୁ କଟାକ୍ଷ କରି କହିଛନ୍ତି । ନିଜ ଦେଶର ଲୋକମାନେ ମଧ୍ୟ ଏଭଳି ମନ୍ତବ୍ୟକୁ ନେଇ କଟାକ୍ଷ କରିବା ସହିତ ରାଜାଙ୍କ କଥାକୁ ହାସ୍ୟାସ୍ପଦ ବୋଲି କହିଛନ୍ତି । ବିଭିନ୍ନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଟ୍ବିଟରରେ ଏଭଳି ଭିଡିଓ ଭାଇରାଲ​‌ରେ ୟୁଜରମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ, ପାକିସ୍ତାନର ଏକ ଟିଭିରେ ଡିବେଟ୍‌ ଚାଲୁଥିବା ବେଳେ ତୃତୀୟ ବିଶ୍ବ ଯୁଦ୍ଧ ନେଇ କହିଥିଲେ ପାକିସ୍ତାନୀ ନେତା ଫୈଜଲ ରାଜା । ସେ କହିଥିଲେ, ପାକିସ୍ତାନ ହିଁ ତୃତୀୟ ବିଶ୍ବ ଯୁଦ୍ଧର କେନ୍ଦ୍ରବିନ୍ଦୁ ହେବ । ଏହିଠାରୁ ହିଁ ସବୁକିଛି ଆରମ୍ଭ ହେବ ଏବଂ ଆଉ ମାତ୍ର ୬୦ ଦିନ ମଧ୍ୟରେ ୩ୟ ବିଶ୍ବ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି ।

ଫୈଜଲ ରାଜାଙ୍କର ଏଭଳି ବୟାନକୁ କଡା ସମାଲୋଚନା କରିବା ସହିତ ସେ ଜଣେ ପାଳଗ ପ୍ରକୃତିର ଲୋକ ବୋଲି କହିଛନ୍ତି ବ୍ରିଟିଶ-ପାକିସ୍ତାନୀ ସାମ୍ବାଦିକ ଗୁଲ୍‌ ବୁଖାରୀ । ଆଉ ଜଣେ ୟୁଜର ଲେଖିଛନ୍ତି ଯିଏ ନିଜ ଘରର ରାସ୍ତା ଭୁଲି ଯାଏ ସେ କଣ ତୃତୀୟ ବିଶ୍ବଯୁଦ୍ଧକୁ ନେଇ ଟିପ୍ପଣୀ ଦେବ । ଫୈଜଲ ରାଜା ଜଣେ ଅଭ୍ୟାସଗତ ମଦୁଆ । ପ୍ରତିଦିନ ସେ ମଦ ପିଇ ଅବାନ୍ତର କଥା କୁହନ୍ତି । ସେ କଣ କହୁଛନ୍ତି ନିଜେ ମଧ୍ୟ ଜାଣନ୍ତିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.