୨୪ ଘଣ୍ଟାରେ ଭୁବନେଶ୍ଵରରୁ ୪୧୩ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୪୨୯

Published By : Prameya-News7 Bureau | September 11, 2020 IST

ଭୁବନେଶ୍ଵର ୧୧।୦୯: ସମସ୍ତ ପ୍ରୟାସ ପରେ ବି ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଅଗଷ୍ଟ ମାସ ତୂଳନାରେ ସେପ୍ଟେମ୍ବର ମାସର ସ୍ଥିତି ଚିନ୍ତାଜନକ ରହିଛି।  ରାଜ୍ୟରେ ସଂପ୍ରତି ଦୈନିକ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ଏବେ ସଂକ୍ରମଣର କେନ୍ଦ୍ର ବିନ୍ଦୁ ପାଲଟିଛି। ବିଶେଷକରି ରାଜଧାନୀ ଭୁବନେଶ୍ଵରରେ ସ୍ଥିତି ଚିନ୍ତାଜନକ ରହିଛି। କାରଣ ବର୍ତ୍ତମାନ ରାଜଧାନୀରେ କ୍ଵାରେଣ୍ଟାଇନ୍‌ କେସ୍‌ଠୁ ସ୍ଥାନୀୟ ସଂକ୍ରମଣ ମାମଲା ବଢିବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ୪୧୩ ନୂତନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ସ୍ଥାନୀୟ ସଂକ୍ରମଣ କେସ୍‌ ୩୦୧ ରହିଛି।  ସେହି ପରି ୪୨୯ ଜଣ  ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍‌ ଯୋଗେ ଗୁରୁବାର ଏହାର ସୂଚନା ଦେଇଛି।

wp:html /wp:html

ବିଏମସି ଅନୁଯାୟୀ ଗତ ୨୪ ଘଣ୍ଟାରେ  ଭୁବନେଶ୍ଵରରେ ୪୧୩ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୨ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ମାମଲା ୩୦୧ ରହିଛି। ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୬୪ରେ ପହଞ୍ଚିଛି। କିନ୍ତୁ ଚିନ୍ତାର ବିଷୟ ଦିନକୁ ଦିନ ରାଜଧାନୀରେ ସ୍ଥାନୀୟ ସଂକ୍ରମଣ କେସ୍‌ ବଢିବାରେ ଲାଗିଛି। ଏଥିରୁ ଅନୁମାନ କରି ପାରିବେ ଯେ ସ୍ଥିତି କେଉଁ ଆଡକୁ ଗତି କରୁଛି। ଅନଲକ୍‌-୪ରେ ଅନେକ କୋହଳ କରିବା ଏବଂ ସଟ୍‌ଡାଉନ୍‌ ହଟିଯିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଅନ୍ୟପଟେ  ଭୁବନେଶ୍ଵରରେ ଗତ ୨୪ ଘଣ୍ଟାରେ ୪୨୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟସଂଖ୍ୟା ୧୦୧୮୪ରେ ପହଞ୍ଚିଛି। ଆଜି ଆଉ ୪ ଜଣଙ୍କ ପ୍ରାଣହାନୀ ଘଟିବା ପରେ ଏ ପର୍ଯ୍ୟନ୍ତ କରୋନାରେ ୫୮ ଜଣଙ୍କ ମୃତ୍ୟୁ ଘଟିଛି। ସକ୍ରିୟ କେସ୍‌ ସଂଖ୍ୟା ୫୧୧୦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.