ଆଇଏମଏସ୍ ସମ୍ ହସ୍ପିଟାଲକୁ କୋଭିଡ-୧୯ ଟେଷ୍ଟିଂ ପାଇଁ ମଞ୍ଜୁରୀ ଦେଲେ ଆଇସିଏମଆର, ରାଜ୍ୟରେ ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ ମିଳିଲା ସଫଳତା

Published By : Prameya-News7 Bureau | May 12, 2020 IST

ଭୁବନେଶ୍ୱର, ୧୨|୦୫ : ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ କୋଭିଡ-୧୯ ଟେଷ୍ଟିଂ ପାଇଁ ଆଇଏମଏସ ସମ୍ ହସ୍ପିଟାଲକୁ ଅନୁମତି ମିଳିଛି । ଆଇସିଏମଆର ଆଇଏମଏସ ସମ୍ ହସ୍ପିଟାଲକୁ କରୋନା ଟେଷ୍ଟିଂ ପାଇଁ ମଞ୍ଜୁରୀ ପ୍ରଦାନ କରିଛି ।

ବର୍ତ୍ତମାନ କରୋନା ଟେଷ୍ଟିଂ କେବଳ ଆରଏମଆରସି, ଏମସ୍, ଇନଷ୍ଟିଟ୍ୟଟ୍ ଅଫ୍ ଲାଇଫ୍ ସାଇନସ, ଏସସିବି ମେଡିକାଲ କଲେଜ, ଏମକେସିଜି, ଭିମସାର, ଆଇଜିଏଚ ରାଉରକେଲାରେ ହେଉଥିଲା ।

wp:core-embed/twitter {"url":"https://twitter.com/HFWOdisha/status/1260188831665422336?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1260188831665422336\u0026ref_url=https%3A%2F%2Fodishabytes.com%2Fprivate-medical-college-in-odisha-gets-permission-for-covid-19-testing%2F","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1260188831665422336?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1260188831665422336&ref_url=https%3A%2F%2Fodishabytes.com%2Fprivate-medical-college-in-odisha-gets-permission-for-covid-19-testing%2F
/wp:core-embed/twitter

ଆଇଏମଏସ ଓ ସମ ହସ୍ପିଟାଲ ସହ ଯୋଡି ହୋଇଯାଇଛି ଆଉ ଏକ ବଡ ସଫଳତା । ଓଡ଼ିଶାରେ କୋଭିଡ ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ ସମ୍ କୁ ମନୋନୀତ କରିଛି।

ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ୧୦୦୦ ଶଯ୍ୟା ବିଶିଷ୍ଟ ଏହି ଟିଚିଙ୍ଗ ହସ୍ପିଟାଲ ହେଉଛି ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଯିଏକି କରୋନା ପରୀକ୍ଷା କେନ୍ଦ୍ର ଭାବେ ମନୋନୀତ ହୋଇଛି ବୋଲି ସୂଚନା ଦେଇଛନ୍ତି ସମର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ।
ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ପକ୍ଷରୁ ଏହି ଅନୁମତି ମିଳିଥିବା କହିଛନ୍ତି ପ୍ରଫେସର ସାମନ୍ତସିଂହାର ।
କରୋନା ପରୀକ୍ଷଣ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମୋଲିକ୍ୟୁଲାର ଆରଏନଏ ଭିରୋଲୋଜି ଲାବୋରେଟୋରୀରେ କରାଯିବ ।

ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ୩୦୦ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଗବେଷଣା ନିର୍ଦେଶକ ଡାକ୍ତର ଜୟ ଶଙ୍କର ଦାସ ।

ଚଳିତ ମାସ ସମ ହସ୍ପିଟାଲର ମୋଲିକ୍ୟୁଲାର ଆରଏନଏ ଭିରୋଲୋଜି ଲାବୋରେଟୋରୀକୁ ଏହି ପରୀକ୍ଷା ନିମନ୍ତେ ଏନଏବିଏଲ ପକ୍ଷରୁ ଅନୁମତି ମିଳି ଥିଲା ବୋଲି ଡାକ୍ତର ଦାସ କହିଛନ୍ତି।

ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଆଇଏମଏସ୍ ସମ୍ ହସ୍ପିଟାଲର ଭୂମିକା ଉଲ୍ଲେଖନୀୟ । ଏହି ହସ୍ପିଟାଲ ସମସ୍ତ ବର୍ଗର ରୋଗୀଙ୍କୁ ସେବା ଯୋଗାଇବାରେ ପ୍ରତିଶ୍ରୁତିବଦ୍ଧ । ବର୍ତ୍ତମାନ  ରାଜଧାନୀ ଭୁବନେଶ୍ୱରରେ ସମ୍‌ର  ତିନୋଟି  ହସ୍ପିଟାଲ ରହିଛି । ଏହି ତିନୋଟି ହସ୍ପିଟାଲ ହେଲା ସମ୍ ହସ୍ପିଟାଲ, ସମ୍ ଅଲ୍ଟିମେଟ୍ ମେଡି କେୟାର ଏବଂ ସମ୍ କୋଭିଡ୍ ହସ୍ପିଟାଲ ।

{"id":268878,"width":684,"height":363,"sizeSlug":"large"}

ଆଇିଏମଏସ୍ ଓ ସମ୍ ହସ୍ପିଟାଲ ସବୁ ବର୍ଗଙ୍କ ପାଇଁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସେହିପରି ନୂଆ କରି ପ୍ରତିଷ୍ଠା ହୋଇଥିବା ସମ୍ ଅଲ୍ଟିମେଟ୍ ମେଡିକେୟାର ଏକ କର୍ପୋରେଟ୍ ହସ୍ପିଟାଲ୍ । ଦେଶର ଦ୍ୱିତୀୟ ବୃହତ ତଥା ରାଜ୍ୟର ସବୁଠୁ ବଡ଼ କୋଭିଡ୍ ହସ୍ପିଟାଲ ହେଉଛି ସମ୍ କୋଭିଡ୍ ହସ୍ପିଟାଲ  । ଆଇଏମ୍ ଏସ୍ ଓ ସମ୍  ହସ୍ପିଟାଲ ସହାୟତାରେ ନିର୍ମିତ ହୋଇଛି ପୂର୍ବ ଭାରତର ସର୍ବ ବୃହତ କୋଭିଡ ହସ୍ପିଟାଲ ।  ଏହା ମଧ୍ୟ ଦେଶର ଦ୍ବିତୀୟ ବୃହତ୍ତମ । ସୋଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସ-୨ରେ ଏହି ୪ ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ହସ୍ପିଟାଲକୁ ଲୋକାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, 5T ସଚିବ ଭିକେ ପାଣ୍ଡିଆନ, ଏମସିଏଲ୍ ସିଏମଡି ପ୍ରମୁଖ ଉପସ୍ଥିତ ଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.