ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ମିଳିଛି ସଫଳତା,ନୂଆ ଜୀବନ ପାଇଛି ୩ ବର୍ଷର ଶିଶୁ ଚିନ୍ମୟ ରଣା
27/12/2019 at 10:07 PM

ଭୁବନେଶ୍ବର୨୭/୧୨: ନୂଆ ଜୀବନ ପାଇଛି ୩ ବର୍ଷର ଶିଶୁ ଚିନ୍ମୟ ରଣା । ଶରୀରର ୫୦ ପ୍ରତିଶତ ପୋଡି ଯାଇଥିବା ଚିନ୍ମୟ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଏଥିପାଇଁ ଖୁସି ବ୍ୟକ୍ତ କରିଛନ୍ତି ଅଭିଭାବକ ଏବଂ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ବି ଦେଇଛନ୍ତି । ଚିକିତ୍ସା କ୍ଷେତ୍ରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ସଫଳତା ମିଳିଛି। ସ୍କିନ୍ ପ୍ରତ୍ୟାରୋପଣ ପରେ ଚିନ୍ମୟ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତତଲା କ୍ଷୀରରେ ପଡି ୫୦ ପ୍ରତିଶତ ପୋଡିଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଲେ ଅଭିଭାବକ।
କଟକ ଜିଲ୍ଲା ଅଭିମାନପୁରର ଚିନ୍ମୟ ଖେଳୁଥିବା ବେଳେ ଚୁଲିରେ ଫୁଟୁଥିବା କ୍ଷୀର ଜାଗାରେ ପଡିଯାଇଥିଲା । ତତଲା କ୍ଷିରରେ ପଡି ଶରୀରର ୫୦ ପ୍ରତିଶତ ପୋଡିଯାଇଥିଲା । ପିଠି, ପେଟ, ଡାହାଣ ହାତ ସମ୍ପୂର୍ଣ୍ଣ ଭାବେ ପୋଡିଯାଇଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ଚିନ୍ମୟକୁ ଘର ଲୋକ ପ୍ରଥମେ ଢେଙ୍କାନାଳ ପରେ ଏସସିବିରେ ଚିକିତ୍ସା କରାଇଥିଲେ । କିନ୍ତୁ ସେଠାରେ ଇନଫେକ୍ସନ ହେବାରୁ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ ଚିକିତ୍ସା ଏବଂ ନର୍ସଙ୍କ ସେବା ପାଇ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଚିନ୍ମୟ । ଆଉ ଏଥିପାଇଁ ସମ୍ ହସ୍ପିଟାଲର ଡାକ୍ତର ଓ ନର୍ସଙ୍କୁ ପ୍ରଶଂସା କରିଛନ୍ତି ଚିନ୍ମୟଙ୍କ ଅଭିଭାବକ ।
ଚିନ୍ମୟର ଚିକିତ୍ସା କରିବା ଚ୍ୟାଲେଞ୍ଜ ଥିଲା ବୋଲି ସମ୍ ବର୍ଣ୍ଣ ବିଭାଗର ଡାକ୍ତର ଏମ୍.ଲୋପାମୁଦ୍ରା କହିଛନ୍ତି । ପୋଡି ଯାଇଥିବା ପିଠି, ପେଟ, ହାତରେ ଚର୍ମ ପ୍ରତ୍ୟାରୋପଣ କରାଯାଇଛି । ଜଙ୍ଘରୁ ଚର୍ମ ଆଣି ପୋଡିଯାଇଥିବା ସ୍ଥାନରେ ପ୍ରତ୍ୟାରୋପଣ କରାଯାଇଥଲା । ବର୍ତ୍ତମାନ ଶିଶୁଟି ସୁସ୍ଥ ଅଛନ୍ତି।