IMS ଓ SUMକୁ ଶ୍ରେଷ୍ଠ ପୁରସ୍କାର
26/12/2019 at 5:06 PM

ନୂଆଦିଲ୍ଲୀ ୨୬।୧୨ – ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ IMS ଓ SUM ପୁରସ୍କୃତ । ଦିଲ୍ଲୀରେ ସିକ୍ସ ସିଗମା ହେଲଥ୍ କେୟାର ଏକ୍ଲଲେନସ୍ ଆଓ୍ୱାର୍ଡ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ସୋଆର ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ଶ୍ରେଷ୍ଠ ଉଦ୍ୟୋଗୀ ଭାବେ ପୁରସ୍କୃତ କରାଯାଇଛି ।

IMS ଓ SUM ପକ୍ଷରୁ ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ଅର୍ଥ ଓ ଉଦ୍ୟୋଗ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021