ଇମ୍ରାନଙ୍କ ଫଟା କପାଳ ! ଯାହାଙ୍କୁ ପଠାଇଥିଲେ UNGA, ସେ ନ୍ୟୁୟର୍କ ଫୁଟପାଥରେ ଗପିଲେ ଓଲଟା

Published By : Prameya-News7 Bureau | September 24, 2021 IST

ନ୍ୟୁୟର୍କ: ଜାତିସଂଘ ବାର୍ଷିକ ଅଧିବେଶନ (ୟୁଏନଜିଏ)କୁ ପାକିସ୍ତାନ ପଠାଇଥିବା ପ୍ରତିନିଧି ଶହରୟାର ଖାନ ଆଫ୍ରିଦିଙ୍କ ଏକ ଭିଡିଓ ଏବେ ସୋସିଆଲ  ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ପାକିସ୍ତାନୀମାନଙ୍କୁ ସେଥିଲାଗି କୃତଜ୍ଞ ହେବାକୁ କହୁଛନ୍ତି ଯାହା ସେମାନେ ଏପର୍ଯ୍ୟନ୍ତ ପାଇଛନ୍ତି। ଅସଲରେ ସେ ଜାତିସଂଘ ସାଧାରଣ ଅଧିବେସନରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ଯାଇଛନ୍ତି। ହେଲେ ଯେଉଁ ଭିଡିଓ କରିଛନ୍ତି ତାହା ତାଙ୍କୁ ଏବେ ଚର୍ଚ୍ଚିତ କରିଛି।

ଶହରୟାର ଖାନ ହେଉଛନ୍ତି କାଶ୍ମୀର ସମ୍ପର୍କିତ ପାକିସ୍ତାନୀ ସଂସଦର ଅଧ୍ୟକ୍ଷ। କାଶ୍ମୀର ନେଇ ଜାତିସଂଘରେ ପାକିସ୍ତାନର ଶ୍ୱର ଉତ୍ତୋଳନ ଲାଗି ଇମ୍ରାନ ତାଙ୍କୁ ପ୍ରତିନିଧି ଦଳରେ ଚୟନ କରିଥିଲେ। ସେହି ଅନୁସାରେ ଶହରୟାର ଜାତିସଂଘ ମହାଧିବେଶନ ହେଉଥିବା ସହର ନ୍ୟୁୟର୍କରେ ମଧ୍ୟ ପହଞ୍ଚିଛନ୍ତି। ତେବେ ଟାଇମସ୍କୋୟରରେ ବୁଲିବା ବେଳେ ଫୁଟପାଥରେ ଜୀବନ ବିତାଉଥିବା ଲୋକଙ୍କ ଭିଡିଓ କରିବାରେ ଲାଗିଯାଇଥିଲେ। ଏଥିରେ ଯେଉଁମାନେ ବିଶ୍ୱରେ ମାନବାଧିକାରର ଠିକାଦାର ବୋଲି ନିଜକୁ କହୁଛନ୍ତି ନିଜ ଦେଶରେ ସେମାନେ କିପରି ପ୍ରସଙ୍ଗରେ ଅନ୍ଧ ତାର ଭିଡିଓ କରିଛନ୍ତି।

wp:embed {"url":"https://twitter.com/Joyce_Karam/status/1439703301663117318","type":"rich","providerNameSlug":"twitter","responsive":true}
https://twitter.com/Joyce_Karam/status/1439703301663117318
/wp:embed

ଏଥିରୁ ଟାଇମସ୍କୋୟାର ଫୁଟପାଥରେ ଦୟନୀୟ ଜୀବନ ବିତାଉଥିବା ଲୋକଙ୍କ ତୁଳନାରେ ପାକିସ୍ତାନରେ ମହିଳା ଓ  ଲୋକେ ବେଶ ଆରାମରେ ଥିବା କହିଛନ୍ତି। ଏଣୁ ପାକିସ୍ତାନୀମାନେ ତାଙ୍କ ପାଖରେ ଯାହା ଅଛି ସେଥିଲାଗି କୃତଜ୍ଞ ହୁଅନ୍ତୁ ବୋଲି କହୁଛନ୍ତି। ଏଥିରୁ ପାକିସ୍ତାନର କାଶ୍ମୀର ଆଳାପ ମଧ୍ୟ ସ୍ପଷ୍ଟ ହୋଇଯାଇଛି। ନିଜ ଜନସମସ୍ୟାର ସମାଧାନ କରିପାରୁନଥିବା ଦେଶ ଆଉ ଗୋଟିଏ ଦେଶର ଏକ ରାଜ୍ୟ ଲାଗି ଛାତି ପିଟୁଛି କାହିଁକି ବୋଲି ଲୋକେ କମେଣ୍ଟ କରୁଛନ୍ତି।

ୟୁଏନଜିଏ ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆମେରିକାରେ ପହଞ୍ଚିଛନ୍ତି। ତାଙ୍କ ଆମେରିକା ଯାତ୍ରା ସମାପନ ମଧ୍ୟ ୟୁଏନଜିଏ ଅଭିଭାଷଣ ସହ ହେବ। ଯେଉଁଥିରେ କୋଭିଡ-୧୯ ମହାମାରୀ, ଆତଙ୍କବାଦ ମୁକାବିଲା କରିବାର ଆବଶ୍ୟକତା, ଜଳବାୟୁ ପରିବର୍ତ୍ତନ ସମେତ ବୈଶ୍ୱିକ ଆହ୍ୱାନ ନେଇ ଭାରତର ଧ୍ୟାନ କେନ୍ଦ୍ରିତ କରିବେ ବୋଲି ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.